• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନ୍ୟୁଜିଲ୍ୟାଣ୍ଡର ବରିଷ୍ଠ କ୍ରିକେଟର ତଥା ପୂର୍ବତନ ଅଧିନାୟକ ରସ୍ ଟେଲର ନିଜର ଅବସର ଘୋଷଣା କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ନେଇ ସେ ନିଜ ଟ୍ୱିଟର ପେଜରେ ପୋଷ୍ଟ ସେୟାର କରିଛନ୍ତି । ରସ୍‌ଙ୍କ ପାଇଁ ବାଂଲାଦେଶ ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଶେଷ ଟେଷ୍ଟ ମ୍ୟାଚ୍ ହେବ । ନେଦରଲାଣ୍ତ ଓ ଅଷ୍ଟ୍ରେଲିଆ ବିପକ୍ଷରେ ସେ ତାଙ୍କ ଶେଷ ଦିନିକିଆ ମ୍ୟାଚ୍ ଖେଳିବେ ।

ନ୍ୟୁଜିଲ୍ୟାଣ୍ଡର ଷ୍ଟାର ଖେଳାଳି ରସ ଟେଲର ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ନେଦରଲ୍ୟାଣ୍ତ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ମ୍ୟାଚ ତାଙ୍କ ଦିନିକିଆ କ୍ୟାରିୟରର ଶେଷ ମ୍ୟାଚ୍ ହେବ । ଏହା ପୂର୍ବରୁ ବାଂଲାଦେଶ ବିପକ୍ଷ ୨ଟି ଟେଷ୍ଟ ମ୍ୟାଚ୍ ଓ ଅଷ୍ଟ୍ରେଲିଆ ବିପକ୍ଷ ୩ଟି ଦିନିକିଆ ମ୍ୟାଚ୍ ଖେଳିବେ । ସେ ତାଙ୍କ କ୍ୟାରିୟରର ଶେଷ ଆନ୍ତର୍ଜାତୀୟ ମ୍ୟାଚ୍ ୪ ଏପ୍ରିଲ ହାମିଲଟନ୍‌ରେ ଖେଳିବେ । ଯେଉଁଠାରେ ସେ ତାଙ୍କ ପତ୍ନୀ ଓ ତିନୋଟି ଛୁଆଙ୍କ ସହ ରହୁଛନ୍ତି ।

 

ରସ୍ କହିଛନ୍ତି ଯେ, ସେ ସେଣ୍ଟ୍ରାଲ ସ୍ଟେଗ୍ ପାଇଁ ଘରୋଇ କ୍ରିକେଟ୍ ଖେଳିବେ । ଜାନୁଆରୀ ୯ରେ ସେ ବାଂଲାଦେଶ ବିପକ୍ଷରେ ଓଭଲରେ ଶେଷ ଟେଷ୍ଟ ଖେଳିବେ। ୨୦୦୭ ରେ ଟେଲର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ ଏବଂ ହାରାହାରି ୪୪.୮୭ ରନରେଟ୍‌ରେ ୭ ହଜାର ୫୮୪ ଟେଷ୍ଟ ରନ୍ ସ୍କୋର କରିଛନ୍ତି । ଯେଉଁଥିରେ ତାଙ୍କର ୧୯ଟି ଶତକ ସାମିଲ ରହିଛି । ସେ ମୋଟ ୨୩୩ଟି ଦିନିକିଆ ଖେଳି ହାରାହାରି ୪୮.୨ ରନରେଟରେ ୮ ହଜାର ୫୮୧ ରନ୍ ସ୍କୋର କରିଛନ୍ତି । ଆନ୍ତର୍ଜାତୀୟ ଦିନିକିଆରେ ତାଙ୍କର ୨୧ଟି ଶତକ ହାସଲ କରିଛନ୍ତି ।

ଟେଲର୍ ୧୦୨ ଟି- ୨୦ ଟି ମ୍ୟାଚ୍ ଖେଳି ୧୯୦୯ ରନ୍ ସଂଗ୍ରହ କରିଛନ୍ତି । ଚଳିତ ବର୍ଷ ଜୁନରେ ଭାରତ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (ଡବ୍ଲୁଟିଏସି) ର ଫାଇନାଲରେ ଟେଲର ବିଜୟୀ ରନ୍ ସ୍କୋର କରିଥିଲେ । ଟେଷ୍ଟ ଏବଂ ଦିନିକିଆରେ ଟେଲର ନ୍ୟୁଜିଲ୍ୟାଣ୍ଡର ସର୍ବାଧିକ ରନ୍ ସ୍କୋରର ରହିଛନ୍ତି ।