Ind vs Aus
ସରିଛି ବିଶ୍ୱକପ, ଭାଙ୍ଗିଛି ହୃଦୟ । କିନ୍ତୁ ଅତୀତକୁ ପଛରେ ଛାଡ଼ି ପ୍ରସ୍ତୁତି ଆରମ୍ଭ କରିଛି ଭାରତୀୟ ଦଳ । ବିଶ୍ୱକପ ଶେଷ ହେବାର ମାତ୍ର ତିନି ଦିନ ପରେ ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ଟିଟ୍ୱେଣ୍ଟି ସିରିଜ । କେବଳ ଫର୍ମାଟ ହିଁ ନୂଆ, କିନ୍ତୁ ବିପକ୍ଷ ସେହି ପୁରୁଣା ।
ଗତ ରବିବାରରେ ବିଶ୍ୱକପ ଫାଇନାଲରେ ଭାରତକୁ ହରାଇ ଦେଇଥିଲା ଅଷ୍ଟ୍ରେଲିଆ । ମନରୁ ସେ ଦୁଃଖ, କଷ୍ଟ ଲିଭି ନଥିବା ବେଳେ ପୁଣି ମଇଦାନରେ ଲଢ଼ିବାକୁ ପ୍ରସ୍ତୁତ ହେଲେଣି ଉଭୟ ଦଳ । ଭାରତୀୟ ଦଳରେ ବହୁ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଛି । ଅଧିନାୟକ ପରିବର୍ତ୍ତନ ହୋଇଛନ୍ତି । ଆସନ୍ତା ବର୍ଷ ହେବାକୁ ଥିବା ଟିଟ୍ୱେଣ୍ଟି ବିଶ୍ୱକପ ପାଇଁ ଦଳ ଗଠନର ପ୍ରକ୍ରିୟା ବର୍ତ୍ତମାନଠାରୁ ଆରମ୍ଭ ହୋଇ ଯାଇଛି ।
ଅଧିକ ପଢ଼ନ୍ତୁ: ବିଶ୍ୱକପ୍ ବିଫଳତା ଟିମ୍ ଇଣ୍ଡିଆ ପାଇଁ କେତେ ବଡ଼ କ୍ଷତି
୨୦୨୧ ପରଠାରୁ ଆଜିର ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ନବମ ଅଧିନାୟକ ଭାବେ ପଡ଼ିଆକୁ ଓହ୍ଲାଇବେ । ହାର୍ଦ୍ଦିକ ପାଣ୍ତ୍ୟା ଆହତ ଥିବାରୁ ସୂର୍ଯ୍ୟଙ୍କୁ ଅଧିନାୟକ ଦାୟିତ୍ୱ ମିଳିଛି । ସୂର୍ଯ୍ୟଙ୍କ ତତ୍ୱାବଧାନରେ ଭାରତୀୟ ଯୁବା ଦଳ ନିଶ୍ଚିତ ଭଲ ପ୍ରଦର୍ଶନ ଦେବାକୁ ଚାହିଁବ ।
ଅନ୍ୟପଟେ ଅଷ୍ଟ୍ରେଲିଆ ମଧ୍ୟ ନିଜର ଅଧିନାୟକ ପରିବର୍ତ୍ତନ କରିଛି । ମାଥ୍ୟୁ ୱେଡଙ୍କୁ ନିଜର ଅଧିନାୟକ ଭାବେ ନିଯୁକ୍ତ ଦଳ । ଅନ୍ୟମାନଙ୍କ ମଧ୍ୟରେ ଷ୍ଟିଭେନ ସ୍ମିଥ୍, ଟ୍ରାଭିସ ହେଡ, ସିନ ଆବୋଟ, ନାଥନ ଏଲିସ, ଟିମ ଡେଭିଡ ଆଦି ସାମିଲ ହୋଇଛନ୍ତି । ସେହିପରି ଭାରତୀୟ ଦଳରେ ଇଶାନ କିଷନ, ଯଶସ୍ୱୀ ଜୟସ୍ୱାଲ, ତିଳକ ବର୍ମା, ଆଭେଶ ଖାନ, ପ୍ରସିଦ୍ଧ କ୍ରିଷ୍ଣା ଆଦି ସାମିଲ ହୋଇଛନ୍ତି । ଆଜିର ମ୍ୟାଚ ଜିତି ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଚାହିଁବେ ଉଭୟ ଦଳ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Ind_vs_Aus_1700725745.jpg)