Advertisment

ବାତିଲ ହୋଇପାରେ ଭାରତର ସାଉଥ୍‌ ଆଫ୍ରିକା ଗସ୍ତ, ନେଦରଲ୍ୟାଣ୍ଡ ବି ଅଧାରୁ ଫେରିବ..

୧୭ ଡିସେମ୍ବରରୁ ଭାରତର ସାଉଥ୍‌ ଆଫ୍ରିକା ଗସ୍ତ ଆରମ୍ଭ ହେବାକୁ ଥିବା ବେଳେ, ପ୍ରାୟ ୭ ସପ୍ତାହ ଧରି ଭାରତ ୩ଟି ଟେଷ୍ଟ, ୩ଟି ଦିନିକିଆ ଏବଂ ୪ ଟି-୨୦ ମ୍ୟାଚ୍ ଖେଳିବା ନେଇ ସ୍ଥିର ହୋଇଛି ।

Indian Cricket Team

Indian Cricket Team

Advertisment

ନୂଆଦିଲ୍ଲୀ: ପୁଣି ଆନ୍ତର୍ଜାତୀୟ କ୍ରିକେଟ୍‌କୁ କରୋନା ଭୟ । ବିପଦରେ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ । ସ୍ଥଗିତ ହେବାର ସମ୍ଭାବନା ବେଶି । କାରଣ ଦକ୍ଷିଣ ଆଫ୍ରିକାରେ ଏବେ ଦ୍ରୁତ ଗତିରେ ମାଡ଼ି ଚାଲିଛି କରୋନାର ନୂଆ ଭାରିଏଣ୍ଟ । ଯାହାକି ସମସ୍ତଙ୍କର ଚିନ୍ତା ବଢ଼ାଇଛି । ଏହି କରୋନା ଭୟରେ ଏବେ ନେଦରଲ୍ୟାଣ୍ଡ ପକ୍ଷରୁ ଦକ୍ଷିଣ ଆଫ୍ରିକା ଗସ୍ତ ଅଧାରୁ ସ୍ଥଗିତ ରଖାଯାଇଛି । ଉଭୟଙ୍କ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବାର ଥିଲା । ଆଜି ପ୍ରଥମ ମ୍ୟାଚ୍ ଖେଳାଯାଉଛି ।

Advertisment

ଅନ୍ୟପଟେ ୧୭ ଡିସେମ୍ବରରୁ ଭାରତର ସାଉଥ୍‌ ଆଫ୍ରିକା ଗସ୍ତ ଆରମ୍ଭ ହେବାକୁ ଥିବା ବେଳେ, ପ୍ରାୟ ୭ ସପ୍ତାହ ଧରି ଭାରତ ୩ଟି ଟେଷ୍ଟ, ୩ଟି ଦିନିକିଆ ଏବଂ ୪ ଟି-୨୦ ମ୍ୟାଚ୍ ଖେଳିବା ନେଇ ସ୍ଥିର ହୋଇଛି । ଏହି ମ୍ୟାଚଗୁଡିକ ଜୋହାନ୍ସବର୍ଗ, ସେଞ୍ଚୁରିଆନ୍, ପାର୍ଲ ଏବଂ କେପଟାଉନରେ ଖେଳାଯିବ ।

ତେବେ ସାଉଥ ଆଫ୍ରିକାର ଉତ୍ତର ଭାଗରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଟେଷ୍ଟ ସିରିଜ ପାଇଁ ସ୍ଥିର କରାଯାଇଥିବା ଦୁଇଟି ସ୍ଥାନ ଜୋହାନ୍ସବର୍ଗ ଏବଂ ପ୍ରିଟୋରିଆ ଏହି ନୂଆ ଭାରିଏଣ୍ଟ କବଳରେ ପଡ଼ିବାର ବେଶି ସମ୍ଭାବନା ରହିଛି । ତେଣୁ ଏହି ପରିପ୍ରେକ୍ଷିରେ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ‘ଯେପର୍ଯ୍ୟନ୍ତ କ୍ରିକେଟ୍‌ ସାଉଥ୍‌ ଆଫ୍ରିକା ପକ୍ଷରୁ କରୋନା ପରିସ୍ଥିତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ,ସେପର୍ଯ୍ୟନ୍ତ ଆମେ ଆଗାମୀ ପଦକ୍ଷେପ କଥା ଚିନ୍ତା କରିପାରିବୁ ନାହିଁ । ବର୍ତ୍ତମାନର କାର୍ଯ୍ୟସୂଚୀ ଅନୁଯାୟୀ ମୁମ୍ବାଇରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍ ଶେଷ ହେବା ପରେ ଡିସେମ୍ବର ୮ କିମ୍ବା ୯ ରେ ଭାରତୀୟ ଦଳ ସାଉଥ୍‌ ଆଫ୍ରିକା ଅଭିମୁଖେ ବାହାରିବାର କାର୍ଯ୍ୟକ୍ରମ ରହିଛି ।’

Advertisment

ତେବେ ବିସିସିଆଇ ପକ୍ଷରୁ ଏବେ ଏନେଇ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ । କିନ୍ତୁ ଆଗାମୀ ଦିନରେ କ୍ରିକେଟ୍‌ ସାଉଥ୍‌ ଆଫ୍ରିକା ସହ ବିସିସିଆଇ କରୋନାର ଏହି ନୂଆ ଭାରିଏଣ୍ଟ ସହ ଆଲୋଚନା କରିବାର ଯଥେଷ୍ଟ ସମ୍ଭାବନା ରହିଛି । ବିସିସିଆଇ ଅଧିକାରୀଙ୍କ କହିବାନୁଯାୟୀ, ‘ଯଦିଓ ଖେଳାଳିଙ୍କୁ ମୁମ୍ବାଇରୁ ଜୋହାନ୍ସବର୍ଗ ଚାର୍ଟାର୍ଡ ​​ବିମାନ ଯୋଗେ ପଠାଯିବ, ହେଲେ ପରିବର୍ତ୍ତିତ ପରିସ୍ଥିତି ଅନୁଯାୟୀ ସେଠାରେ ସେମାନଙ୍କୁ ୩ରୁ ୪ ଦିନ ପର୍ଯ୍ୟନ୍ତ କଡ଼ା କ୍ୱାରେଣ୍ଟିନରେ ରହିବାକୁ ପଡିବ ।’

ସେ ଆହୁରି କହିଛନ୍ତି, 'ଆଗରୁ ଏଭଳି କ୍ୱାରେଣ୍ଟିନ୍‌ ବ୍ୟବସ୍ଥା ନଥିଲା । କିନ୍ତୁ ନିଶ୍ଚିତ ଭାବେ ଖେଳାଳିମାନେ ବାୟୋ ବବୁଲ ମଧ୍ୟରେ ରହିବେ । ଏବେ ଦକ୍ଷିଣ ଆଫ୍ରିକାରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି ଏବଂ ୟୁରୋପୀୟ ୟୁନିଅନ୍ ମଧ୍ୟ ସେଠାରେ ବିମାନ ଉଡ଼ାଣକୁ ସାମୟିକ ଭାବେ ବାତିଲ କରିଛି । ଆମକୁ ଏହି ଦିଗଗୁଡିକ ଉପରେ ଗୁରୁତ୍ୱ ଦେବାକୁ ହେବ । ଭାରତ ‘ଏ’ ଟିମ୍‌ ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛି ।’

Advertisment

ସେହିଭଳି ଆଉ ଜଣେ ଅଧିକାରୀ କହିଛନ୍ତି, 'ଆମେ ସାଉଥ ଆଫ୍ରିକାରେ ପହଞ୍ଚିବା ପରେ ଆମକୁ କ୍ୱରେଣ୍ଟିନରେ ରହିବାକୁ ପଡ଼ି ନଥିଲା । କାରଣ ଆମେ ଚାର୍ଟାର୍ଡ ​​ବିମାନରେ ଆସିଥିଲୁ ଏବଂ ବାୟୋ ବବୁଲରେ ରହୁଥିଲୁ । ନୂଆ ଭାରିଏଣ୍ଟ ଚିହ୍ନଟ ହେବା ପରେ କ୍ରିକେଟ୍ ଦକ୍ଷିଣ ଆଫ୍ରିକାର ଡାକ୍ତରୀ ଟିମ୍‌ ଆମ ପ୍ରତିନିଧୀଙ୍କ ସହ ଏକ ବୈଠକ ମଧ୍ୟ କରିଥିଲେ ।’

ଅଧିକାରୀ ଜଣକ ଫୋନ୍‌ ଯୋଗେ ଆହୁରି କହିଛନ୍ତି ଯେ, ‘ଆମକୁ କୁହାଯାଇଛି ଚିନ୍ତାର କରିବାର ଆବଶ୍ୟକ ନାହିଁ । କାରଣ ଯେଉଁଠି ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଛି ତାହା, ସେମାନେ ରହୁଥିବା ସ୍ଥାନ ବ୍ଲୋମଫୋଟେନ୍‌ଠାରୁ ବହୁ ଦୂରରେ ରହିଛି ।

Cricket South Africa India Team India Vs Newzealand
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ