Advertisment

Tokyo Olympics: ଦ୍ୱିତୀୟ ରାଉଣ୍ଡ ପରେ ଧୀମା ପଡ଼ିଗଲେ ନୀରଜ, ଶେଷ ଦୁଇ ରାଉଣ୍ଡ ଥ୍ରୋ ଫାଉଲ୍‌ ..

ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଉପହାର ଦେଲେ ନୀରଜ ଚୋପ୍ରା । ଜାଭେଲିନ୍‌ ଥ୍ରୋ ପ୍ରତିଯୋଗିତାରେ ବିଜୟୀ ହୋଇ ନୀରଜ ପାଇଛନ୍ତି ସ୍ୱର୍ଣ୍ଣ ପଦକ ।

ଅଦ୍ୟତନ ହୋଇଛି
Tokyo Olympics: ଦ୍ୱିତୀୟ ରାଉଣ୍ଡ ପରେ ଧୀମା ପଡ଼ିଗଲେ ନୀରଜ, ଶେଷ ଦୁଇ ରାଉଣ୍ଡ ଥ୍ରୋ ଫାଉଲ୍‌ ..

Neeraj Chopra

Advertisment

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଉପହାର ଦେଲେ ନୀରଜ ଚୋପ୍ରା । ଜାଭେଲିନ୍‌ ଥ୍ରୋ ପ୍ରତିଯୋଗିତାରେ ବିଜୟୀ ହୋଇ ନୀରଜ ପାଇଛନ୍ତି ସ୍ୱର୍ଣ୍ଣ ପଦକ । ହେଲେ ଏହି ପ୍ରତିଯୋଗୀତା ବେଳେ ହଠାତ୍‌ ଧୀମା ପଡ଼ିଯାଇଥିଲେ ନୀରଜ । ଯାହାକି ସମସ୍ତଙ୍କ ମନରେ ପଶିଥିଲା ଛନକା । ପ୍ରଥମ ଓ ଦ୍ୱିତୀୟ ରାଉଣ୍ଡରେ ଚମତ୍କାର ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରିଥିବା ବେଳେ ତୃତୀୟ ରାଉଣ୍ଡରେ ସେ ଧୀମା ପଡ଼ିଯାଇଥିଲେ । ଆଉ ତାପରେ ବଢ଼ିଥିଲା ଚିନ୍ତା । ଚତୁର୍ଥ ରାଉଣ୍ଡରେ ନୀରଜଙ୍କ ଥ୍ରୋ ଫାଉଲ ହୋଇଥିଲା । ଖାଲି ସେତିକି ନୁହେଁ ପଞ୍ଚମ ରଉଣ୍ଡରେ ତାଙ୍କ ଥ୍ରୋ ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ତାହ ମଧ୍ୟ ଫାଉଲ୍‌ ବୋଲି ଘୋଷଣା ହୋଇଥିଲା ।

Advertisment

ପ୍ରଥମ ରାଉଣ୍ଡରେ ନୀରଜ ୮୭.୦୩ ମିଟର ଓ ଦ୍ୱିତୀୟ ରାଉଣ୍ଡର ୮୭.୫୮ ମିଟର ଥ୍ରୋ ଯୋଗୁଁ ନୀରଜ ବିଜୟୀ ହୋଇଛନ୍ତି । ତୃତୀୟ ରାଉଣ୍ଡରେ ତାଙ୍କ ଥ୍ରୋ ୭୬.୭୯ ମିଟର ରହିଥିଲା । ଦ୍ୱିତୀୟ ରାଉଣ୍ଡର ୮୭.୫୮ ମିଟର ଥ୍ରୋ ରେକର୍ଡ, ଅନ୍ୟ ପ୍ରତିଯୋଗୀମାନେ ଭାଙ୍ଗି ପାରିନଥିଲେ ।

Advertisment

ତେବେ ନୀରଜଙ୍କ ଏହି ସ୍ୱର୍ଣ୍ଣ ପଦକ ବିଜୟ ଭାରତ ଇତିହାସରେ ପ୍ରଥମ । କାରଣ ଗତ ୧୦୦ରୁ ଅଧିକ ବର୍ଷ ମଧ୍ୟରେ ଅଲିମ୍ପିକ୍ସ ଆଥଲେଟିକ୍ସରେ ଭାରତ ଜିତି ନ ଥିଲା ସ୍ୱର୍ଣ୍ଣ । ଟୋକିଓ ଅଲମ୍ପିକ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଉପହାର ଦେଇଛନ୍ତି ନୀରଜ ଚୋପ୍ରା ।

ସୋସିଆଲ ମିଡିଆ ଫେସ୍‌ବୁକ୍‌-ଟ୍ୱିଟର-ଇନ୍‌ଷ୍ଟାଗ୍ରାମ ଆଦି ଖୋଲିବା ମାତ୍ରେ ଏବେ ଦେଖିବାକୁ ମିଳୁଛି କେବଳ ନୀରଜଙ୍କ ପାଇଁ ଶୁଭେଚ୍ଛା ବାର୍ତ୍ତା । ସମସ୍ତେ ନୀରଜଙ୍କୁ ନିଜ ନିଜ ଅନ୍ଦାଜରେ ଦେଉଛନ୍ତି ଅଭିନନ୍ଦନ । ଏହି ପଦକକୁ ମିଶାଇ ଭାରତର ମୋଟ ପଦକ ସଂଖ୍ୟା ୭କୁ ବୃଦ୍ଧି ପାଇଛି ।

Advertisment
Neeraj Chopra

ଟୋକିଓ ଅଲିମ୍ପିକ୍ସରେ ଭାରତ ଏବେ ସୁଦ୍ଧା ୨ଟି ରୌପ୍ୟ ପଦକ ଜିତିଥିବା ବେଳେ ୪ଟି ବ୍ରୋଞ୍ଜ ପଦକ ମଧ୍ୟ ହାସଲ କରିଛି । ଭାରତକୁ ମୀରାବାଈ ଚାନୁ ପ୍ରଥମେ ଭାରୋତ୍ତଳନରେ ରୌପ୍ୟ ପଦକ ଉପହାର ଦେଇଥିବା ବେଳେ ପରେ ପିଭି ସିନ୍ଧୁ, ରବି ଦହିୟା ରେସିଲିଂରେ ରୌପ୍ୟ ଦେଇଥିଲେ। ମହିଳା ବ୍ୟାଡମିଣ୍ଟନ ସିଙ୍ଗିଲ୍ସରେ ପିଭି ସିନ୍ଧୁ, ବକ୍ସିଂରେ ଲଭଲିନା, କୁସ୍ତିରେ ବଜରଙ୍ଗ ପୁନିଆ ଭାରତକୁ ବ୍ରୋଞ୍ଜ ପଦକ ଉପହାର ଦେଇ ସାରିଛନ୍ତି । ଏହାସହ ଭାରତୀୟ ପୁରୁଷ ହକି ଦଳ ମଧ୍ୟ ବ୍ରୋଞ୍ଜ ପଦକ ଜିତି ଅଲିମ୍ପିକ୍ସରେ ଇତିହାସ ରଚିଛି ।

Neeraj Chopra Tokyo Olympics 2020
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ