/odishatv-khabar/media/post_attachments/uploadimage/library/16_9/16_9_0/IMAGE_1693224987.jpg)
Neeraj chopra showed respect to the national flag
ଅଗଷ୍ଟ ୨୮ରେ ହଙ୍ଗେରୀର ବୁଡାପେଷ୍ଟରେ ଅନୁଷ୍ଠିତ ବିଶ୍ୱ ଆଥ୍ଲେଟିକ୍ସ ଚାମ୍ପିଅନ୍ସିପ୍ରେ ନୀରଜ ଚୋପ୍ରା ନିଜର ଐତିହାସିକ ସ୍ୱର୍ଣ୍ଣ ପଦକ ଜିତି ଚର୍ଚ୍ଚାରେ ଅଛନ୍ତି। ଏମିତି କରି ସେ ଲକ୍ଷାଧିକ ଭାରତୀୟଙ୍କ ହୃଦୟ ଜିତିଥିବା ବେଳେ ଦେଶର ଜାତୀୟ ପତାକାକୁ ସମ୍ମାନ ଦେବାକୁ ଭୁଲି ନାହାନ୍ତି। ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୩ ରେ ନୀରଜ ଚୋପ୍ରା ଫାଇନାଲରେ ଜାଭେଲିନ୍କୁ ୮୮.୧୭ ମିଟର ଦୂରକୁ ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତିଛନ୍ତି।
ପ୍ରକାଶଥାଉ ଯେ ନୀରଜ ଚୋପ୍ରା ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ସିପ୍ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ସହିତ ସେ ସ୍ୱର୍ଣ୍ଣ ପଦକ ଜିତିବାରେ ପ୍ରଥମ ଭାରତୀୟ ଆଥ୍ଲେଟ୍ ହୋଇଛନ୍ତି। ଏମିତି କରି ନୀରଜ ପ୍ରଶଂସକଙ୍କ ହୃଦୟ ଜିତିଯାଇଛନ୍ତି।
ଏହାପରେ ପ୍ରଥମେ ସେ ପାକିସ୍ତାନର ଅର୍ଶଦ ନାଦିମଙ୍କୁ ଫାଇନାଲ ପରେ ଭାରତୀୟ ପତାକା ଉତ୍ତୋଳନ କରିବାକୁ ନିମନ୍ତ୍ରଣ କରିଥିବା ବେଳେ ଅନେକ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଉଭୟ ମଧ୍ୟ ପରସ୍ପରଙ୍କୁ ଆଲିଙ୍ଗନ କରିଥିଲେ।
ଏହା ପରେ, ଫାଇନାଲ୍ ରାତିରେ ନୀରଜ ଚୋପ୍ରାଙ୍କୁ ହଙ୍ଗେରୀର ଜଣେ ମହିଳା ଅଟୋଗ୍ରାଫ୍ ମାଗିଥିଲେ, ଯାହାଙ୍କୁ ଭାରତୀୟ ତାରକା ଦେବାପାଇଁ ମନା କରି ନଥିଲେ। କିନ୍ତୁ ଯେତେବେଳେ ଏହି ମହିଳା ଜଣକ ଭାରତୀୟ ଜାତୀୟ ପତାକା ଉପରେ ଅଟୋଗ୍ରାଫ୍ ମାଗିଥିଲେ, ନୀରଜ ହୃଦୟସ୍ପର୍ଶୀ ବିବୃତ୍ତି ଦେଇଥିଲେ। ସେ ତାଙ୍କୁ କହିଥିଲେ, “ସେଠାରେ ସାଇନ୍ କରିପାରିବି ନାହିଁ।” ତେବେ ଭାରତୀୟ ପ୍ରଶଂସକଙ୍କୁ ସାମାନ୍ୟତମ ନିରାଶ କରି ନଥିଲେ ଏବଂ ତାଙ୍କୁ ଖୁସି କରିବା ପାଇଁ ତାଙ୍କ ସାର୍ଟର ସ୍ଲିଭ୍ରେ ତାଙ୍କ ଅଟୋଗ୍ରାଫ୍ ଦେଇଥିଲେ।
A very sweet Hungarian lady (who spoke excellent Hindi btw) wanted a Neeraj Chopra autograph. Neeraj said sure but then realised she meant on the 🇮🇳 flag. 'Waha nahi sign kar sakta' Neeraj tells her. Eventually he signed her shirt sleeve. She was pretty happy all the same. pic.twitter.com/VhZ34J8qH5
— jonathan selvaraj (@jon_selvaraj) August 28, 2023
ନୀରଜ ତାଙ୍କର ଦ୍ୱିତୀୟ ପ୍ରୟାସରେ ୮୮.୧୮ ମିଟରର ସର୍ବଶ୍ରେଷ୍ଠ ଥ୍ରୋ ରେକର୍ଡ କରିଥିଲେ ଏବଂ ସ୍ୱର୍ଣ୍ଣ ଜିତିଥିଲେ। ୮୭.୮୨ ମିଟର ସହ କମନ୍ୱେଲଥ୍ ଗେମ୍ସ ଚାମ୍ପିୟନ୍ ଅର୍ଶଦ ନାଦିମ ରୌପ୍ୟ ପଦକ ହାସଲ କରିଛନ୍ତି। ସେହିପରି ଚେକ୍ ରିପବ୍ଲିକ୍ସ ଜାକୁବ ଭାଡଲେଜ୍ ୮୬.୬୭ ମିଟର ଶ୍ରେଷ୍ଠ ଥ୍ରୋ ସହିତ ବ୍ରୋଞ୍ଜ ଜିତିଛନ୍ତି। ଓଡ଼ିଶାର କିଶୋର ଜେନା (୮୪.୭୭ ମିଟର ଶ୍ରେଷ୍ଠ) ପଞ୍ଚମ ସ୍ଥାନରେ ଥିବାବେଳେ ଡିପି ମନୁ (୮୪.୧୪ ମିଟର ଶ୍ରେଷ୍ଠ) ଷଷ୍ଠ ସ୍ଥାନରେ ରହିଛନ୍ତି।
ତେବେ ଭାରତୀୟ ଜାତୀୟ ପତାକାକୁ ସମ୍ମାନ ଦେବା ନେଇ ନୀରଜ ଚୋପ୍ରାଙ୍କୁ ପ୍ରଶଂସା କରିବାରେ ଏହା ପ୍ରଥମ ନୁହେଁ। ଏହାପୂର୍ବରୁ, ୨୦୨୧ ମସିହାରେ, ଟୋକିଓ ଅଲିମ୍ପିକ୍ସରେ ବିଜୟ ଉତ୍ସବରେ ତ୍ରିରଙ୍ଗାକୁ ସମ୍ମାନର ସହ ଫୋଲ୍ଡ କରିବା ପରେ ତାଙ୍କୁ ମଧ୍ୟ ପ୍ରଶଂସା କରାଯାଇଥିଲା। ଭାରତୀୟ ସେନାର ସୁବେଦାର ନୀରଜ ଚୋପ୍ରା ଫ୍ଲାଗ୍ କୋଡକୁ ମାନିଥିଲେ ଏବଂ ନିଜ ବ୍ୟାଗ ଭିତରେ ରଖିବା ପୂର୍ବରୁ ଫୋଲ୍ଡ କରିଥିଲେ।
This is Neeraj Chopra, Olympic Gold Medalist.
After winning the #WorldAthleticsChamps in Budapest yesterday, A hungarian fan came to him with an Indian flag and asked him to sign it for her.
Subedar Neeraj Chopra humbly denied and said “ Sorry Mam, it is a violation of my flag… pic.twitter.com/mc7afI6h4e
— Roshan Rai (@RoshanKrRaii) August 28, 2023
ଖବର ଅନୁଯାୟୀ ପ୍ରଖ୍ୟାତ ସୁଟର ଅଭିନବ ବିନ୍ଦ୍ରାଙ୍କ ପରେ ନୀରଜ ବର୍ତ୍ତମାନ ପ୍ରଥମ ଭାରତୀୟ ଯିଏକି ଅଲିମ୍ପିକ୍ ଏବଂ ବିଶ୍ୱ ଚାମ୍ପିଅନ୍ସିପ୍ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହି ସଫଳତା ବର୍ତ୍ତମାନ ଚୋପ୍ରାଙ୍କୁ ଭାରତର ସବୁଠାରୁ ସଫଳ ଆଥଲେଟ୍ ଭାବରେ ସ୍ଥାନିତ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)