କିଶୋରଙ୍କ ବିପକ୍ଷରେ ଖେଳିବେ ନୀରଜ, ଟୋକିଓ ଅଲିମ୍ପିକ୍ସ ପରେ ପ୍ରଥମ ଜାତୀୟ ଇଭେଣ୍ଟରେ ନେବେ ଭାଗ

ଭୁବନେଶ୍ୱରରେ ଅଲିମ୍ପିଆନ ନୀରଜ ଚୋପ୍ରା । ଆଜି କଳିଙ୍ଗ ଷ୍ଟାଡିୟମରେ ରହିଛି ନୀରଜଙ୍କ ଇଭେଣ୍ଟ । ଜାତୀୟ ଆଥଲେଟିକ୍ସ ଫେଡେରେସନର ପ୍ରତିଯୋଗିତାରେ ଭାଗ ନେବେ ଭାରତର ସୁନା ପୁଅ ନୀରଜ ଚୋପ୍ରା ।

Neeroj Chopra

ଭୁବନେଶ୍ୱରରେ ଅଲିମ୍ପିଆନ ନୀରଜ ଚୋପ୍ରା । ଆଜି କଳିଙ୍ଗ ଷ୍ଟାଡିୟମରେ ରହିଛି ନୀରଜଙ୍କ ଇଭେଣ୍ଟ । ଜାତୀୟ ଆଥଲେଟିକ୍ସ ଫେଡେରେସନର ପ୍ରତିଯୋଗିତାରେ ଭାଗ ନେବେ ଭାରତର ସୁନା ପୁଅ ନୀରଜ ଚୋପ୍ରା । ସେ ଓଡ଼ିଆ ଆଥଲେଟ୍ ତଥା ଏସିଆନ ଗେମ୍ସ ରୌପ୍ୟ ପଦକ ବିଜେତା କିଶୋର ଜେନାଙ୍କ ସହ ସାମ୍ନାସାମ୍ନି ହେବେ ।

ଆଜି ଜାତୀୟ ଫେଡେରେସନ ସିନିଅର ଆଥଲେଟିକ୍ସ ଚାମ୍ପିଅନସିପର ଶେଷ ଦିନ ରହିଛି । ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ୍ ଥ୍ରୋରେ ଭାରତ ପାଇଁ ସ୍ୱର୍ଣ୍ଣପଦକ ଜିତି ସାରା ବିଶ୍ୱରେ ଖ୍ୟାତି ଅର୍ଜନ କରିଥିଲେ ନୀରଜ । ନିକଟରେ ଦୋହାରେ ଶେଷ ହୋଇଥିବା ଡାଇମଣ୍ଡ ଲିଗରେ ନୀରଜ ରୌପ୍ୟ ଜିତିଥିବା ବେଳେ, କିଶୋରଙ୍କୁ ନବମ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।

ଅଧିକ ପଢ଼ନ୍ତୁ: T-20 ବିଶ୍ୱକପ୍‌ ଟିମ୍‌ରେ ପାଣ୍ତ୍ୟାଙ୍କୁ ନେବାକୁ ଚାହୁଁନଥିଲେ ରୋହିତ !

ତେବେ ଏହି ଦୁଇ ଆଥଲେଟ୍ ଏସିଆନ ଗେମ୍ସରେ ହିଁ ପ୍ୟାରିସ ଅଲିମ୍ପିକ୍ସ ଟିକେଟ୍ ଅକ୍ତିଆର କରିଛନ୍ତି । ଟୋକିଓ ଅଲିମ୍ପିକ୍ସରେ ବ୍ୟକ୍ତିଗତ କ୍ରୀଡାରେ ସ୍ୱର୍ଣ୍ଣ ପଦକ ହାସଲ କରିବାରେ ସେ ଦ୍ୱିତୀୟ ଭାରତୀୟ ଏବଂ ଆଥଲେଟରେ ପ୍ରଥମ ଭାରତୀୟ ହୋଇଛନ୍ତି । ନୀରଜ ଚୋପ୍ରାଙ୍କ ପୂର୍ବରୁ ସୁଟିଂରେ ୨୦୦୮ ଅଲିମ୍ପିକ୍ସରେ ସୁଟର ଅଭିନବ ବିନ୍ଦ୍ରା ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ନୀରଜ ନିଜର ପ୍ରଥମ ଥ୍ରୋରେ ୮୭. ୦୩ ମିଟର, ଦ୍ୱିତୀୟ ଥ୍ରୋରେ ୮୭. ୫୮ ଯଏବଂ ତୃତୀୟ ଥର ସେ ୭୬. ୭୯ ମିଟର ଜାଭଲିନ ଫିଙ୍ଗି ବିଜୟ ହାସଲ କରିଥିଲେ ।

ସୂଚନାଥାଉ କି, ବିଶ୍ୱ ଆଥଲେଟିକ୍ ଚାମ୍ପିଅନଶିପ୍‌ରେ ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରା ରୌପ୍ୟ ପଦକ ହାସଲ କରିଥିଲେ । ନୀରଜ ଚୋପ୍ରା ଜାଭଲିନ୍ ଥ୍ରୋରେ ୮୮.୧୩ ମି. ଜାଭଲିନ୍‌ ଫିଙ୍ଗି ରୌପ୍ୟ ପଦକ ହାସଲ କରିଥିଲେ । ଫଳରେ ୧୯ ବର୍ଷ ପରେ ଭାରତକୁ ପଦକ ମିଳିଥିଲା । ସେହିପରି ହାଙ୍ଗଝୌ ଏସିଆନ୍ ଗେମସରେ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ରୌପ୍ୟ ପଦକ ଜିତି ରେକର୍ଡ କରିଥିଲେ ଓଡ଼ିଆ ପୁଅ କିଶୋର କୁମାର । ଏସିଆନ୍ ଗେମ୍ସରେ ପ୍ରଥମ ଓଡ଼ିଆ ଭାବେ ବ୍ୟକ୍ତିଗତ ଇଭେଣ୍ଟରେ ସିଲଭର ପଦକ ପାଇଥିଲେ ପୁରୀ ବ୍ରହ୍ମଗିରିର ଏହି ଆଥଲେଟ୍ ।

ଅଧିକ ପଢ଼ନ୍ତୁ: ରାହୁଲଙ୍କ ପରେ କିଏ.. କୋଚ୍‌ ପାଇଁ କ’ଣ ରହିଛି ଯୋଗ୍ୟତା? ଜାଣନ୍ତୁ BCCIର ନିୟମ..