Advertisment

ପ୍ୟାରିସ ପାରାଲିମ୍ପିକ୍ସ: ଜାଭେଲିନରେ ଗୋଲ୍ଡକୁ ବଦଳିଲା ନବଦୀପ ସିଂଙ୍କ ସିଲଭର୍ ମେଡାଲ୍

ଜାଭେଲିନରେ ନବଦୀପଙ୍କ ପ୍ରଥମ ପ୍ରୟାସକୁ ଫାଉଲ୍‌ କରାଯାଇଥିଲା । କିନ୍ତୁ ସେ ଦ୍ୱିତୀୟ ପ୍ରୟାସରେ ୪୬.୩୯ ମିଟର ଥ୍ରୋ କରି ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ ।

Navdeep Singh

Navdeep Singh

Advertisment

ପ୍ୟାରିସ ପାରାଲିମ୍ପିକ୍ସରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ । ଜାଭେଲିନରେ ଗୋଲ୍ଡକୁ ବଦଳିଲା ନବଦୀପ ସିଂଙ୍କ ସିଲଭର୍ ମେଡାଲ୍ । ଡିସକ୍ବାଲିଫାଏ ହେଲେ ପୂର୍ବରୁ ସ୍ବର୍ଣ୍ଣ ଜିତିଥିବା ଇରାନର ସାଦେଘ ବେତ୍ ସୟାହ । ବିବାଦୀୟ ପତାକା ପ୍ରଦର୍ଶନ କରିବାରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି ସାଦେଘ । ଏହାପରେ ପୁରୁଷ ଜାଭେଲିନ୍ ଥ୍ରୋ F41 ଫାଇନାଲରେ ୨ୟ ସ୍ଥାନରେ ଥିବା ନବଦୀପଙ୍କ ରୌପ୍ୟ ପଦକ ସ୍ବର୍ଣ୍ଣକୁ ପରିବର୍ତ୍ତିତ ହୋଇଛି । ଫାଇନାଲରେ ତୃତୀୟ ଥ୍ରୋରେ ବ୍ୟକ୍ତିଗତ ସର୍ବଶ୍ରେଷ୍ଠ ୪୭.୩୨ ମିଟର ହାସଲ କରିଥିଲେ ନବଦୀପ । ଜାଭେଲିନ୍ ଥ୍ରୋ F41ରେ ଭାରତକୁ ସର୍ବପ୍ରଥମ ସ୍ବର୍ଣ୍ଣ ପଦକ ଦେଇ ଇତିହାସ ରଚିଛନ୍ତି ସେ। ଏହି ସଫଳତା ସହ ପ୍ୟାରିସ ପାରାଲିମ୍ପିକ୍ସରେ ଭାରତକୁ ୭ଟି ଗୋଲ୍ଡ ସହ ମୋଟ ୨୯ ମେଡାଲ୍ ମିଳିଛି ।

Advertisment

ସୂଚନା ଅନୁସାରେ ଜାଭେଲିନରେ ନବଦୀପଙ୍କ ପ୍ରଥମ ପ୍ରୟାସକୁ ଫାଉଲ୍‌ କରାଯାଇଥିଲା । କିନ୍ତୁ ସେ ଦ୍ୱିତୀୟ ପ୍ରୟାସରେ ୪୬.୩୯ ମିଟର ଥ୍ରୋ କରି ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ । ତିନି ବର୍ଷ ପୂର୍ବେ ଟୋକିଓ ପାରାଲିମ୍ପିକ୍ସରେ ଚତୁର୍ଥ ସ୍ଥାନ ଅଧିକାର କରିଥିବା ନବଦୀପଙ୍କ ତୃତୀୟ ଥ୍ରୋ ଷ୍ଟାଡିୟମରେ ଥିବା ଦର୍ଶକଙ୍କ ମଧ୍ୟ ଉତ୍ସାହ ଭରି ଦେଇଥିଲା । ସେ ୪୭.୩୨ ମିଟରର ଏକ ବିରାଟ ଥ୍ରୋ ସହିତ ପାରାଲିମ୍ପିକ୍ ରେକର୍ଡ ଭାଙ୍ଗି ଅଗ୍ରଣୀ ହାସଲ କରିଥିଲେ । ତେବେ ଇରାନର ସାଦେଘ ପଞ୍ଚମ ପ୍ରୟାସରେ ଭାରତୀୟ ଖେଳାଳିଙ୍କୁ ଅତିକ୍ରମ କରି ୪୭.୬୪ ମିଟର ରେକର୍ଡ ଥ୍ରୋ କରିଥିଲେ।

ଫାଇନାଲ ଶେଷ ହେବାର କିଛି ସମୟ ପରେ ଇରାନ ଖେଳାଳିଙ୍କୁ ଅଯୋଗ୍ୟ ଘୋଷିତ କରାଯାଇ ନାଭଦୀପଙ୍କୁ ଶୀର୍ଷ ସ୍ଥାନ ଅଧିକାର କରିବାକୁ ଅନୁମତି ଦିଆଯାଇଥିଲା । ବିବାଦୀୟ ପତାକା ପ୍ରଦର୍ଶନ କରିବାରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି ସାଦେଘ । ତାଙ୍କର ଏପରି କାର୍ଯ୍ୟକଳାପ ଯୋଗୁଁ ସେ ସ୍ୱର୍ଣ୍ଣ ପଦକ ହରାଇଥିଲେ ।

Advertisment

Javelin Throw Paralympics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ