Advertisment

ଚେନ୍ନାଇ ସୁପର କିଙ୍ଗସ୍‌ର କ୍ୟାପଟେନ୍‌ ପଦ ଛାଡ଼ିଲେ ଧୋନୀ

ଆଇପିଏଲ୍‌ରେ ଚେନ୍ନାଇର ନେତୃତ୍ୱ ନେବେନି ଧୋନୀ।

ଅଦ୍ୟତନ ହୋଇଛି
MS Dhoni

MS Dhoni

Advertisment

ଚଳିତ ଆଇପିଏଲ ସିଜିନରେ ଦେଖିବାକୁ ମିଳିବ ବଡ଼ ପରିବର୍ତ୍ତନ। ଏଥର ଆଇପିଏଲ୍‌ରେ ଚେନ୍ନାଇର ମଙ୍ଗ ଧରିବେନି ଧୋନୀ। ଚେନ୍ନାଇ ସୁପର କିଙ୍ଗସ୍‌ର ଅଧିନାୟକ ପଦ ଛାଡ଼ିଲେ ମହେନ୍ଦ୍ର ସିଂ ଧୋନୀ। ନିଜ ସ୍ଥାନରେ ରବୀନ୍ଦ୍ର ଜାଡେଜାଙ୍କୁ କ୍ୟାପଟେନ ଦାୟିତ୍ୱ ଦେଇଛନ୍ତି ଧୋନୀ। ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ୪ଟି ଆଇପିଏଲ୍‌ ଚାମ୍ପିଅନ ହୋଇଛି।

Advertisment

ତାଙ୍କର ନେତୃତ୍ୱରେ ଚେନ୍ନାଇ ୨୦୧୦, ୨୦୧୧, ୨୦୧୮ ଓ ୨୦୨୧ରେ ଟାଇଟଲ ହାସଲ କରିଛି। ତାଙ୍କର ୨୦୨୦କୁ ଛାଡ଼ି ଅନ୍ୟ ସମସ୍ତ ସିଜିନ୍‌ରେ ମାହି ଟିମ୍‌ ପ୍ଲେ-ଅଫ୍‌କୁ ଯାଇପାରିଛନ୍ତି। ଏ ବର୍ଷ ନିଲାମ ଆଗରୁ ଉଭୟ ଧୋନିଙ୍କୁ ୧୨ କୋଟି ଓ ରବୀନ୍ଦ୍ର ଜାଡୋଜାଙ୍କୁ ୧୬ କୋଟି ଟଙ୍କାରେ ସିଏସ୍‌କେ ରିଟେନ୍ କରିଥିଲା।

୨୦୨୨ ଆଇପିଏଲ ୨୬ ତାରିଖରୁ ଆରମ୍ଭ ହେବ। ଏହାପୂର୍ବରୁ ହିଁ ଧୋନୀ ଏପରି ବଡ଼ ପଦକ୍ଷେପ ନେଇଛନ୍ତି। ତାଙ୍କ ଉତ୍ତରାଧିକାରୀ ଭାବେ ରବୀନ୍ଦ୍ର ଜାଡେଜା ଦାୟିତ୍ୱ ପାଇଛନ୍ତି। ୨୦୨୨ରେ ଜାଡେଜାଙ୍କ କ୍ୟାପ୍ଟେନ୍ସିରେ ଚେନ୍ନାଇ ଆଇପିଏଲ ଖେଳିବ।

Advertisment

ଧୋନୀ ଆଇପିଏଲର ସବୁଠାରୁ ସଫଳ କ୍ୟାପ୍ଟେନ। ଚେନ୍ନାଇ ୪ଥର ଆଇପିଏଲ ଟ୍ରଫି ଜିତିଥିବା ବେଳେ ୯ଥର ଫାଇନାଲ ଖେଳିବାକୁ ସକ୍ଷମ ହୋଇଛି। ଏପରି ସଫଳତା ଆଉ କୌଣସି ଅଧିନାୟକ ଏଯାଏ ଆଇପିଏଲରେ ପାଇନାହାନ୍ତି। ମୁମ୍ବାଇ ଅବଶ୍ୟ ୫ଥର ଚାମ୍ପିୟନ ହୋଇଛି। ହେଲେ ଧୋନିଙ୍କ ଚେନ୍ନାଇ ସର୍ବାଧିକଥର ଫାଇନାଲ ଖେଳିଛି। 

CSK Dhoni IPL 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ