/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699705055.jpg)
Mahendra Singh Dhoni
ସୋସିଆଲ୍ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି କ୍ୟାପ୍ଟେନ୍ କୁଲ୍ ମହେନ୍ଦ୍ର ସିଂ ଧୋନି । ନିକଟରେ ମାହିଙ୍କ ଲୁକ୍ସକୁ ନେଇ ବେଶ୍ ଚର୍ଚ୍ଚା ହେଉଥିଲା । ଧୋନିଙ୍କ ଗୋଟେ ଝଲକ ପାଇଁ ହେଉ ବା ତାଙ୍କ ଅଟୋଗ୍ରାଫ୍ ନେବା ପାଇଁ, ଫ୍ୟାନ୍ସଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଲାଗି ରହିଥାଏ । ଲିଟିଲ୍ ମାଷ୍ଟର ସୁନୀଲ ଗାଭାସ୍କର ମଧ୍ୟ ତାଙ୍କ ଅଟୋଗ୍ରାଫ ନେବା ପାଇଁ ପିନ୍ଧିଥିବା ସାର୍ଟ ଦେଖାଇଦେଲେ । ବର୍ତ୍ତମାନ ଧୋନି ଜଣେ ଫ୍ୟାନ୍ସଙ୍କ ଦାମୀ ଗାଡ଼ିରେ ନିଜ ଅଟୋଗ୍ରାଫ୍ ଦେଇଛନ୍ତି । ଯାହାର ଏକ ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।
ଫ୍ୟାନ୍ସଙ୍କୁ କେବେ ନିରାଶ କରନ୍ତିନି ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ଅନ୍ତର୍ଜାତୀୟ କ୍ରିକେଟ୍ରୁ ଧୋନି ଅବସର ନେଇଥିଲେ ବି ଆଇପିଏଲ୍ରେ ତାଙ୍କର କ୍ରେଜ୍ ସବୁଠୁ ଅଧିକ ରହିଛି । ପୂର୍ବ ଅପେକ୍ଷା ତାଙ୍କର କ୍ରେଜ୍ ଦିନକୁ ଦିନ ବଢ଼ିବାରେ ଲାଗିଛି । ଧୋନିଙ୍କ ଅଟୋଗ୍ରାଫ୍ ପାଇ କ୍ରିକେଟ୍ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ମଧ୍ୟ ବେଶ୍ ଉତ୍ସାହିତ ହୋଇଥିଲେ ।
ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ଧୋନି ତାଙ୍କର ଜଣେ ଫ୍ୟାନ୍ଙ୍କ BMW କାର୍ରେ ବସି ଅଟୋଗ୍ରାଫ ଦେଇଛନ୍ତି । ଇସାନ ଜୋସି ନାମକ ଜଣେ ୟୁଜର ଏକ୍ସ ଆକାଉଣ୍ଟରୁ ଏହି ଭିଡିଓ ସେୟାର କରିଛନ୍ତି । ଧୋନି ପ୍ରଥମେ କାର୍ରେ ବସି ଆଶ୍ଚର୍ଯ୍ୟ ହୋଇଥିଲେ ଯେ ସେ କେଉଁଠାରେ ତାଙ୍କର ଅଟୋଗ୍ରାଫ୍ ଦେବେ । କିନ୍ତୁ ପରେ ଫ୍ୟାନ୍ ଜଣଙ୍କ ମହେନ୍ଦ୍ର ସିଂ ଧୋନିଙ୍କୁ ତାଙ୍କ କାରର ପଛ ସିଟରେ ଥିବା ହ୍ୟାଣ୍ଡ ରେଷ୍ଟ ଉପରେ ଅଟୋଗ୍ରାଫ୍ ଦେବାକୁ କହିଥିଲେ । ଧୋନିଙ୍କୁ ଅଟୋଗ୍ରାଫ ଦେବାରେ ସମସ୍ୟା ହେବାରୁ ସେ ସିଟରୁ ଉଠି ଯାଇଥିବା ମଧ୍ୟ ଦେଖାଯାଇଛି । ଧୋନି ଏପରି କରିବା ପରେ ଫ୍ୟାନ୍ ଜଣଙ୍କ ଆହୁରି ଅଧିକ ଖୁସି ହୋଇଥିଲେ । ଧୋନିଙ୍କ ଅଟୋଗ୍ରାଫ ଦେବାର ଷ୍ଟାଇଲ ଫ୍ୟାନଙ୍କୁ ଖୁବ୍ ପସନ୍ଦ ଆସିଥିଲା । ତାଙ୍କର ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।
Video of the day : MS Dhoni delights a fan by giving autograph on the car 😍❤️@MSDhoni#MSDhoni#WhistlePodupic.twitter.com/mxd2mFdqnH
— DHONIsm™ ❤️ (@DHONIism) November 10, 2023
ଭିଡିଓରେ ଧୋନି କଳା ରଙ୍ଗର ଜ୍ୟାକେଟ ପିନ୍ଧିଥିବାର ନଜର ଆସିଛନ୍ତି । ଧୋନି ନିକଟରେ ନିଜର ହେୟାର୍ ଷ୍ଟାଇଲ୍କୁ ନେଇ ବେଶ୍ ଚର୍ଚ୍ଚାରେ ଥିଲେ । ପୁଣି ସେଇ ପୁରୁଣା ଅନ୍ଦାଜରେ ଫେରିଛନ୍ତି ଧୋନି । ଲମ୍ବା କେଶ ସହିତ ଧୋନିଙ୍କ କ୍ଲିନ୍ ସେଭ୍ ଫ୍ୟାନ୍ସଙ୍କୁ ଖୁବ ପସନ୍ଦ ଆସିଥିଲା । ମହେନ୍ଦ୍ର ସିଂ ଧୋନିଙ୍କୁ କିଛି ସମୟ ପୂର୍ବରୁ ଶାହାରୁଖ ଖାନଙ୍କ ଜନ୍ମଦିନ ପାର୍ଟିରେ ମଧ୍ୟ ଦେଖିବାକୁ ମିଳିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)