Advertisment

ଆଇପିଏଲ୍‌ ଟାଇଟଲ ବିଜୟ ପରେ କାନ୍ଦି ପକାଇଲେ ଧୋନି

ସମୟ ଗଡ଼ିଚାଲୁଥିଲା… ଫାଇନାଲ ମ୍ୟାଚ୍‌ର ପ୍ରତିଟି ବଲ୍‌ ଫ୍ୟାନ୍ସଙ୍କ ଛାତିକୁ ଧଡ଼ଧଡ଼ କରୁଥିଲା । ଚାମ୍ପିଅନ୍‌ କିଏ ହେବ, ଶେଷ ପର୍ଯ୍ୟନ୍ତ କହିବା ମୁସ୍କିଲ ଥିଲା। ଶେଷ ଓଭରର ଶେଷ ବଲ ହିଁ ନିର୍ଣ୍ଣାୟକ ହେଲା।

ଅଦ୍ୟତନ ହୋଇଛି
MS Dhoni eyes filled with tears in IPL final

MS Dhoni eyes filled with tears in IPL final

Advertisment

ଚେନ୍ନାଇ ସୁପର କିଙ୍ଗ୍ସର ମହାବିଜୟ ପରେ ଦେଖିବାକୁ ମିଳିଥିଲା କ୍ୟାପ୍‌ଟେନ କୁଲ୍‌ଙ୍କ ଭାବବିହ୍ୱଳ ଦୃଶ୍ୟ। ମ୍ୟାଚ ବିଜୟ ପରେ ଧୋନି ଏତେ ଖୁସି ହୋଇଯାଇଥିଲେ ନିଜର କୋହକୁ ସେ ରଖିପାରିନଥିଲେ। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଇପିଏଲ୍‌ ଫାଇନାଲ ଗୁଜରାଟ ଟାଇଟନ୍ସ-ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିଲା। ଉଭୟଙ୍କ ପାଇଁ ଏହା ଗୁରୁତ୍ୱ ରଖୁଥିଲେ ବି ଧୋନିଙ୍କ ପାଇଁ ସମ୍ମାନର ବିଷୟ ଥିଲା। ଏହି ମ୍ୟାଚ୍‌ ଜିତିଲେ ମୁମ୍ବାଇ ଇଣ୍ଡିଆନ୍ସର ରେକର୍ଡ ସହ ସମକକ୍ଷ ହେବ ଚେନ୍ନାଇ।   

Advertisment

ସମୟ ଗଡ଼ିଚାଲୁଥିଲା… ଫାଇନାଲ ମ୍ୟାଚ୍‌ର ପ୍ରତିଟି ବଲ୍‌ ଫ୍ୟାନ୍ସଙ୍କ ଛାତିକୁ କରୁଥିଲା ଧଡ଼ଧଡ଼। ଚାମ୍ପିଅନ୍‌ କିଏ ହେବ, ଶେଷ ପର୍ଯ୍ୟନ୍ତ କହିବା ମୁସ୍କିଲ ଥିଲା। ଶେଷ ଓଭରର ଶେଷ ବଲ ନିର୍ଣ୍ଣାୟକ ହେଲା। 

ଶେଷ ଦୁଇ ବଲ୍‌ ଚେନ୍ନାଇ ଖେଳିବା ବେଳେ ନିରବ ଥିଲେ ଧୋନି। କାହିଁକିନା ୨ଟି ବଲ୍‌ରେ ଆବଶ୍ୟକ ପଡୁଥିଲା ୧୦ ରନ୍‌, ଯାହାକୁ ସମ୍ଭବ କରିପାରିଥିଲା ଚେନ୍ନାଇ। ଆଉ ମହାବିଜୟ ପରେ ପ୍ରଥମ ଥର ପାଇଁ ମହେନ୍ଦ୍ର ସିଂହ ଧୋନିଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା। ଯାହାକି ଆଦୌ ଆଗରୁ ଏପରି ଦେଖିବାକୁ ମିଳିନାହିଁ। ଡଗଆଉଟରେ ଚୁପଚାପ ବସୁଥିବା ଧୋନି କିନ୍ତୁ ଏଥରକ ନିଜ ଆଖିକୁ ବନ୍ଦ କରି ବସିଥିଲେ।

Advertisment

ଶେଷ ଦୁଇ ବଲ୍‌ରେ ଛକା ଓ ଚଉକା ମାରି ଟିମ୍‌ର ହିରୋ ସାଜିଥିଲେ ଜାଡେଜା। ଜାଡେଜା ମାତ୍ର ୬ଟି ବଲ୍‌ ଖେଳି ଗୁରୁତ୍ୱପୂର୍ଣ୍ଣ ୧୫ ରନ୍‌ କରି ଟିମ୍‌ ବିଜୟର ସ୍ୱାଦ ଚାଖିଥିଲା। ସେତେବେଳେ ଧୋନି ବସିଥିବା ସିଟ୍‌ରୁ ଉଠିଆସିଥିଲେ।

Advertisment

ମ୍ୟାଚ ବିଜୟ ପରେ ପଡିଆରୁ ଦୌଡି ଆସୁଥିବା ଜାଡେଜାଙ୍କୁ ନିଜ କାନ୍ଧରେ ଟେକି ନେଇଥିଲେ ଧୋନି। ଏହି ସମୟରେ ଧୋନିଙ୍କ ଆଖିରେ ଲୁହ ଆସୁଥିବାର ଦେଖିବାକୁ ମିଳିଥିଲା। ଯାହାକୁ ଧୋନି ପୁରସ୍କାର ବିତରଣ ଉତ୍ସବରେ ମାନିଥିଲେ। ଧୋନି କହିଥିଲେ, ଶେଷରେ ମୁଁ ବି ମଣିଷ। ଏତେ ବଡ ଖୁସିର ମୁହୁର୍ତ୍ତରେ ଆଖିରୁ ଲୁହ ଆସିବା ସ୍ୱାଭାବିକ କଥା। ଏହି ମ୍ୟାଚଟି ଖୁବ ରୋମାଞ୍ଚକର ଥିଲା। ଧୋନୀଙ୍କ କ୍ରେଜ ଆଉ ତାଙ୍କ ଫ୍ୟାନ୍ସମାନଙ୍କ ପାଇଁ ଖୁସି ଆଣିଥିଲା।

CSK IPL 2023
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ