Advertisment

ଗୁଜରାଟ ଟାଇଟନ୍ସକୁ ବଡ଼ ଝଟକା, IPL ଖେଳିବେନି ମହମ୍ମଦ ଶାମି

ଆଇପିଏଲରେ ମହମ୍ମଦ ଶାମି ଗୁଜରାଟ ଟାଇଟନ୍ସର ପ୍ରମୁଖ ବୋଲର। ଗତ ସିଜିନ୍‌ରେ ଶାମି ସବୁଠୁ ଅଧିକ ୱିକେଟ୍‌ ଅକ୍ତିଆର କରିଥିଲେ

ଅଦ୍ୟତନ ହୋଇଛି
Mohammed Shami Ruled Out Of IPL 2024

Mohammed Shami

Advertisment

ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଫଟାଫଟ୍‌ କ୍ରିକେଟର ମହାକୁମ୍ଭ ଆଇପିଏଲ୍‌। ଏନେଇ ଆଜି ଘୋଷଣା ହୋଇଛି ଖେଳସୂଚୀ। ତେବେ IPL ଆରମ୍ଭ ହେବା ପୂର୍ବରୁ ଗୁଜରାଟ ଟାଇଟନ୍ସକୁ ଲାଗିଛି ବଡ଼ ଝଟକା। ଆଘାତ କାରଣରୁ ଆଇପିଏଲ୍‌ର ପୂରା ସିଜିନ୍‌ରୁ ବାଦ୍‌ ପଡ଼ିଲେ ଦ୍ରୁତ୍‌ ବୋଲର ମହମ୍ମଦ ସାମି। ୨୦୨୩ ଦିନିକିଆ ବିଶ୍ୱକପ୍‌ ପରଠୁ ଆଉ କୌଣସି ମ୍ୟାଚ୍‌ ଖେଳିନାହାନ୍ତି ଶାମି। ତାଙ୍କ ଗୋଡରେ ଆଘାତ ଲାଗିଛି। ସର୍ଜରୀ ପାଇଁ ଶାମି ବ୍ରିଟେନ୍‌ ଯିବେ। ଯାହାଫଳରେ ସେ ଆଗାମୀ ଆଇପିଏଲ୍‌ ଖେଳିପାରିବେନି ବୋଲି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି। । ତେବେ ମହମ୍ମଦ ଶାମି ଆଇପିଏଲରୁ କେବଳ ବାଦ୍‌ ପଡ଼ି ନାହାନ୍ତି ବରଂ ଜୁନ୍‌ରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ ମଧ୍ୟ ଖେଳିବା ନେଇ ମଧ୍ୟ ସନ୍ଦେହ ବଢ଼ିଛି।

Advertisment

ଅଧିକ ପଢ଼ନ୍ତୁ: କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ଖୁସି ଖବର, କଟକରେ ହୋଇପାରେ IPL ମ୍ୟାଚ୍‌

Advertisment

ଆଇପିଏଲରେ ମହମ୍ମଦ ଶାମି ଗୁଜରାଟ ଟାଇଟନ୍ସର ପ୍ରମୁଖ ବୋଲର। ଗତ ସିଜିନ୍‌ରେ ଶାମି ସବୁଠୁ ଅଧିକ ୱିକେଟ୍‌ ଅକ୍ତିଆର କରିଥିଲେ। ସେ ୧୭ ମ୍ୟାଚ୍‌ ଖେଳି ୨୮ଟି ୱିକେଟ ଅକ୍ତିଆର କରିଥିଲେ। ତେବେ ଚଳିତ ସିଜିନ୍‌ରେ ଆଘାତ କାରଣରୁ ବାଦ୍‌ ପଡ଼ିବା ପରେ ଗୁଜରାଟକୁ ଏକ ବଡ଼ ଝଟକା ଲାଗିଛି।

ସୂଚନା ଅନୁସାରେ ଶାମି ଶେଷ ଥର ପାଇଁ ଦିନିକିଆ ବିଶ୍ୱକପ୍‌ରେ ଖେଳିଥିଲେ। ସେ ବିଶ୍ୱକପ୍‌ରେ ୭ଟି ମ୍ୟାଚ୍‌ ଖେଳି ୨୪ ୱିକେଟ୍‌ ଅକ୍ତିଆର କରିଥିଲେ। ଆଘାତ ସତ୍ତ୍ୱେ ସେ ଦେଶ ପାଇଁ ବିଶ୍ୱକପ୍‌ ଖେଳିଥିଲେ ଏବଂ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଯଦିଓ ଭାରତ ଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା କିନ୍ତୁ ଶାମି ତାଙ୍କ ପ୍ରଦର୍ଶନ ପାଇଁ ସମସ୍ତଙ୍କ ହୃଦୟ ଜିତିଥିଲେ।

Advertisment
Mohammed Shami IPL Gujarat Titans
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ