Manu Bhaker
ଇତିହାସ ରଚିଲେ ଯୁବ ସୁଟର ମନୁ ଭାକର । ଗୋଟିଏ ଅଲମ୍ପିକ୍ସ ସଂସ୍କରଣରେ ଏକରୁ ଅଧିକ ମେଡାଲ ଜିତି ରେକର୍ଡ କରିଛନ୍ତି ୨୨ ବର୍ଷିୟା ମନୁ । ଭାରତର ଅଲମ୍ପିକ୍ସ ଯାତ୍ରା ଇତିହାସରେ ସ୍ୱାଧୀନ ଭାରତର ପ୍ରଥମ ଆଥଲେଟ୍ ଭାବେ ଏହି ସଫଳତା ନିଜ ନାମରେ କରିଛନ୍ତି ସୁଟର ମନୁ । ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ ଇଭେଣ୍ଟରେ ସରବଜୋତ ସିଂଙ୍କ ସହ ବ୍ରୋଞ୍ଜ୍ ମେଡାଲ୍ ଜିତିଛନ୍ତି ମନୁ ଭାକର । ଫଳରେ ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ମେଡାଲ ସଂଖ୍ୟା ୨କୁ ବୃଦ୍ଧି ପାଇଛି ।
ବ୍ରୋଞ୍ଜ ମେଡାଲ୍ ମ୍ୟାଚରେ କମାଲ କରିଥିଲେ ଭାରତୀୟ ଯୋଡ଼ି ମନୁ ଭାକର ଓ ସରବଜୋତ ସିଂ । ୧୬-୧୦ ପଏଣ୍ଟରେ କୋରିଆନ ଯୋଡ଼ିଙ୍କୁ ପରାସ୍ତ କରିବା ପରେ ଖୁସିରେ ଝୁମିଥିଲେ ଭାରତୀୟ ଫ୍ୟାନ୍ସ । ପୂର୍ବରୁ ମନୁ ଭାକର ସମାନ ଭେନ୍ୟୁରେ ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଞ୍ଜ ମେଡାଲ ଜିତିସାରିଛନ୍ତି ।
ଅଧିକ ପଢନ୍ତୁ : ମନୁ ଷ୍ଟାର୍...ମୁଁ ବେକାର, ମୋର ଚାକିରି ନାହିଁ, ଏମିତି କହି ଭାବପ୍ରବଣ ହେଲେ କୋଚ୍
ଟୋକିଓ ଅଲିମ୍ପିକ୍ସରେ ନୈରାଶାଜନକ ପ୍ରଦର୍ଶନକୁ ଭୁଲି ଏଥର ମନୁ ଡବଲ ମେଡାଲ ଜିତିବା ପରେ ତାଙ୍କ ନିକଟକୁ ସାରା ଦେଶରୁ ଶୁଭେଚ୍ଛାର ସୁଅ ଛୁଟିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର କ୍ରୀଡା ମନ୍ତ୍ରୀ, ଅନ୍ୟ ବରିଷ୍ଠ ରାଜନେତା ଓ ବଲିଉଡ୍ ଷ୍ଟାର, ମନୁଙ୍କ ଐତିହାସିକ ପ୍ରଦର୍ଶନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।
ଏହି ପ୍ରଦର୍ଶନ ସହିତ ପ୍ରିଚୟାର୍ଡଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି ସୁଟର ମନୁ ଭାକର । ପୂର୍ବରୁ ବର୍ଷ ୧୯୦୦ରେ ନରମନ ପ୍ରିଚୟାର୍ଡ ୨ଟି ମେଡାଲ ଜିତିଥିଲେ । ମନୁଙ୍କ ଠାରୁ ତୃତୀୟ ମେଡାଲ ଆଶା ମଧ୍ୟ ରହିଛି । ପ୍ରତିଯୋଗିତାର ୨୫ ମିଟର ପିସ୍ତଲ ଇଭେଣ୍ଟରେ ପୁଣି ଆକ୍ସନରେ ନଜର ଆସିବେ ମନୁ ଭାକର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1722335893.jpg)