Manu Bhaker
ପ୍ୟାରିସ ଅଲିମ୍ପିକ୍ସରେ ମହିଳା ସୁଟିଂରୁ ପ୍ରଥମ ପଦକ ଆଣି ଭାରତ ପାଇଁ ଗୌରବ ଆଣିଛନ୍ତି ୨୨ ବର୍ଷିୟା ମନୁ ଭାକର । ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଞ୍ଜ ଜିତିଛନ୍ତି। ଏଥିସହିତ ପ୍ରଥମ ଭାରତୀୟ ମହିଳା ସୁଟର୍ ଭାବରେ ଅଲିମ୍ପିକ୍ସ ପଦକ ଜିତି ଇତିହାସ ରଚିଛନ୍ତି ମନୁ ଭାକର।
ତେବେ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିବା ପରେ ନିଜ ମନର କଥା କହିଛନ୍ତି ବ୍ରୋଞ୍ଜ ମେଡାଲ ବିଜେତା ମନୁ ଭାକର । ସେ କହିଛନ୍ତି, ଫାଇନାଲ ଇଭେଣ୍ଟ ଚାଲିଥିବାବେଳେ ତାଙ୍କ ମନରେ ଗୀତାର ବାଣୀ ଚାଲିଥିଲା । ଫଳାଫଳ ଉପରେ ନୁହେଁ ନିଜ କର୍ମ ଉପରେ ଥିଲା ଫୋକସ୍। ତାଙ୍କୁ ଫାଇନାଲ ଇଭେଣ୍ଟର ଶେଷ କିଛି ମୁହୂର୍ତ୍ତ ବିଷୟରେ ପଚରାଯାଇଥିଲା। ସେତେବେଳେ ମନୁ କହିଥିଲେ, ପୂର୍ବରୁ ସେ ଅନେକ ଥର ଗୀତା ପଢ଼ିଥିଲେ। ଶ୍ରୀମଦଭଗବଦ୍ ଗୀତାର ସେହି ମର୍ମସ୍ପର୍ଶୀ ବାଣୀ ତାଙ୍କ ମୁଣ୍ଡରେ ଚାଲିଥିଲା। ଅର୍ଜୁନଙ୍କୁ ଶ୍ରୀକୃଷ୍ଣ କହିଥିବା ବାଣୀ, ତୁମେ କର୍ମ ଉପରେ ଧ୍ୟାନ ଦିଅ। ଫଳାଫଳ ଉପରେ ନୁହେଁ। ତାହା ହିଁ ଫାଇନାଲ ସମୟରେ ମୁଣ୍ଡରେ ଚାଲୁଥିଲା ବୋଲି ମନୁ ଭାକର କହିଛନ୍ତି।
ସୂଚନା ଅନୁସାରେ ଆଜି ସାରା ଦେଶର ନଜର ଥିଲା ମନୁ ଭାକରଙ୍କ ଉପରେ। ପ୍ୟାରିସରୁ ଖୁସି ଖବରରୁ ଅନାଇ ବସିଥିଲେ ଦେଶବାସୀ। କାହାରିକୁ ନିରାଶ କରିନଥିଲେ ୨୨ ବର୍ଷୀୟ ମନୁ। ୧୦ ମିଟର ଏୟାର ପିସ୍ତଲ ଫାଇନାଲରେ ଜବରଦସ୍ତ ପ୍ରଦର୍ଶନ କରି ଭେଟି ଦେଇଛନ୍ତି ପ୍ରଥମ ମେଡାଲ୍। ମୋଟ୍ ୨୨୭.୧ ସ୍କୋର ସହ ବ୍ରୋଞ୍ଜ ଜିତିଛନ୍ତି ମନୁ। ଗତକାଲି ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଥିଲେ ମନୁ ଭାକର। ଯୋଗ୍ୟତା ପର୍ଯ୍ୟାୟରେ ୫୮୦ ସ୍କୋର କରି ତୃତୀୟ ସ୍ଥାନରେ ରହିଥିଲେ। ଆଜି ରୌପ୍ୟ ବିଜେତା ଦକ୍ଷିଣ କୋରିଆର କିମ୍ ୟେଜିଙ୍କଠାରୁ ୦.୧ ପଏଣ୍ଟରେ ଆଗୁଆ ରହି ସିଲଭର ମେଡାଲ୍ ରେସରେ ଥିଲେ ମନୁ। କିନ୍ତୁ ଶେଷ ସଟ୍ ରେ ୧୦.୩ ପଏଣ୍ଟ୍ ମାରି ପଛରେ ରହିଯାଇଥିଲେ। ତେବେ ପ୍ୟାରିସ୍ ଅଲମ୍ପିକ୍ସରେ ବ୍ରୋଞ୍ଜ ମେଡାଲ ସହ ୧୨ ବର୍ଷ ଧରି ସୁଟିଂରେ ପଦକ ପ୍ରତୀକ୍ଷାର ଅନ୍ତ ଘଟାଇଛନ୍ତି ମନୁ ଭାକର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1722188231.jpg)