Advertisment

ଅଲିମ୍ପିକ୍ସରେ ହ୍ୟାଟ୍ରିକ୍‌ ମେଡାଲ ଆଣିବେ ମନୁ ! ପୁଣି ଫାଇନାଲରେ କଲେ ପ୍ରବେଶ

ଶୁକ୍ରବାର ପ୍ୟାରିସ୍‌ ଅଲିମ୍ପିକ୍ସର ଷଷ୍ଠ ଦିନରେ ମନୁ ଭାକର ୨୫ ମିଟର ଏୟାର ପିସ୍ତଲ ମହିଳା ଯୋଗ୍ୟତା ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ୨୫ ମିଟର ଏୟାର ପିସ୍ତଲ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛନ୍ତି ।

ଅଦ୍ୟତନ ହୋଇଛି
Manu Bhaker

Manu Bhaker

Advertisment

ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତୀୟ ଯୁବ ସୁଟର ମନୁ ଭାକର ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ସୁଟିଂରେ ଦୁଇଟି ପଦକ ଜିତିବା ପରେ ଏବେ ତୃତୀୟ ପଦକ ଆଶା ଦେଇଛନ୍ତି ମନୁ । ଶୁକ୍ରବାର ପ୍ୟାରିସ୍‌ ଅଲିମ୍ପିକ୍ସର ଷଷ୍ଠ ଦିନରେ ମନୁ ଭାକର ୨୫ ମିଟର ଏୟାର ପିସ୍ତଲ ମହିଳା ଯୋଗ୍ୟତା ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ୨୫ ମିଟର ଏୟାର ପିସ୍ତଲ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛନ୍ତି । ଆସନ୍ତାକାଲି ଦିନ ୧ଟାରେ ଏହି ଇଭେଣ୍ଟର ଫାଇନାଲ ଅନୁଷ୍ଠିତ ହେବ । ତେବେ ଏହି ମ୍ୟାଚ୍‌ରେ ମଧ୍ୟ ମନୁ ଦମଦାର ପ୍ରଦର୍ଶନ କରି ଭାରତକୁ ଆଉ ଏକ ପଦକ ଭେଟି ଦେବେ ବୋଲି ଆଶା କରାଯାଉଛି ।

Advertisment

୨୫ ମିଟର ଏୟାର ପିସ୍ତଲ ଯୋଗ୍ୟତା ପର୍ଯ୍ୟାୟରେ ମୋଟ ୪୦ ଜଣ ସୁଟର ଥିଲେ । ଏହି ଇଭେଣ୍ଟର ପ୍ରୋସିଜନ୍‌ ରାଉଣ୍ଡ ପରେ ମନୁ ଭାକର ୨୯୪ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଥିଲେ । ଏହା ପରେ ରାପିଡ୍‌ ରାଉଣ୍ଡରେ ମନୁ ମଧ୍ୟ ଦମଦାର ସୁଟିଂ କରି ୨୯୬ ପଏଣ୍ଟ ସ୍କୋର କରି ଦ୍ୱିତୀୟ ସ୍ଥାନରେ ରହିଥିଲେ । ତେବେ ଶନିବାର ଫାଇନାଲରେ ପୁଣି ତାଙ୍କଠାରୁ ଆଉ ଏକ ମେଡାଲ ପୂରା ଦେଶବାସୀ ଆଶା ରଖିଛନ୍ତି ।

ସୂଚନା ଅନୁସାରେ ଚଳିତ ଅଲିମ୍ପିକ୍ସରେ ଭାରତ ଏପର୍ଯ୍ୟନ୍ତ ତିନୋଟି ବ୍ରୋଞ୍ଜ ମେଡାଲ ଜିତିଛି । ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ୩ଟି ମେଡାଲ ସୁଟିଂରୁ ଆସିଛି । ପ୍ୟାରିସ୍‌ ଅଲିମ୍ପିକ୍ସରେ ମନୁ ଭାକର ଭାରତକୁ ପ୍ରଥମ ପଦକ ଭେଟି ଦେଇଥିଲେ । ମନୁ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ପ୍ରଥମେ ବ୍ରୋଞ୍ଜ ମେଡାଲ ଜିତିଥିଲେ । ଏହାପରେ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ୍‌ ଇଭେଣ୍ଟରେ ସରବଜୋତ୍‌ ସିଂଙ୍କ ସହ ମଧ୍ୟ ବ୍ରୋଞ୍ଜ ମେଡାଲ ଜିତିଥିଲେ ମନୁ । ଏହାପରେ ପୁରୁଷ ୫୦ ମିଟର ରାଇଫଲ୍‌ ଥ୍ରୀ ପୋଜିସନ୍‌ରେ ସ୍ୱପ୍ନିଲ କୁସାଲେ ଭାରତକୁ ତୃତୀୟ ମେଡାଲ ଦେଇଥିଲେ ।

Advertisment
Manu Bhaker Olympics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ