Advertisment

ପ୍ୟାରିସ ଅଲିମ୍ପିକ୍ସ: ସୁଟିଂରେ ବଢ଼ିଲା ପଦକ ଆଶା, ଫାଇନାଲରେ ମନୁ ଭାକର

ଆସନ୍ତାକାଲି ଅପରାହ୍ନ ୩ଟା ୩୦ରେ ଖେଳାଯିବ ଫାଇନାଲ ମ୍ୟାଚ୍ ।

Manu Bhaker

Manu Bhaker

Advertisment

ପ୍ୟାରିସ୍ ଅଲିମ୍ପିକ୍ସର ୧୦ ମିଟର ଏୟାର ପିସ୍ତଲ୍ ଇଭେଣ୍ଟ ଫାଇନାଲରେ ଭାରତର ମନୁ ଭାକର। କ୍ବାଲିଫାୟାର ରାଉଣ୍ଡରେ ମୋଟ ୫୮୦ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହି ଫାଇନାଲକୁ ଉନ୍ନୀତ ହୋଇଛନ୍ତି ମହିଳା ସୁଟର୍ ମନୁ ଭାକର। ଟୋକିଓ ଅଲିମ୍ପିକ୍ସରେ ଭାରତକୁ ନିରାଶ କରିଥିବା ମନୁ ଏଥର ଦମଦାର ପ୍ରଦର୍ଶନ କରି ମେଡାଲ ଆଶା ସଂଚାର କରିଛନ୍ତି । ଆସନ୍ତାକାଲି ଅପରାହ୍ନ ୩ଟା ୩୦ରେ ଖେଳାଯିବ ଫାଇନାଲ ମ୍ୟାଚ୍ ।

Advertisment

ସେହିପରି ରୋଇଂର ସ୍କଲ୍ସ ଇଭେଣ୍ଟ ହିଟ୍ସରେ ଚତୁର୍ଥ ସ୍ଥାନରେ ରହିଲା ଭାରତ। ଭାରତୀୟ ରୋୟର ବଲରାଜ ପନୱାର ୭ ମିନଟ ୭ ସେକେଣ୍ଡରେ ନିର୍ଦ୍ଧାରିତ ଦୂରତା ଅତିକ୍ରମ କରି ଚତୁର୍ଥ ସ୍ଥାନରେ ରହିଥିଲେ। ତେବେ ଅତି ଅଳ୍ପ ବ୍ୟବଧାନରେ ଚତୁର୍ଥ ସ୍ଥାନରେ ରହିଥିବାରୁ ବଲରାଜ ପନୱାର ରିପଚେଜ୍ ରାଉଣ୍ଡ ଲାଗି ଯୋଗ୍ୟତା ହାସଲ କରିଛନ୍ତି । କାଲି ଏହି ରିପଚେଜ୍ ପ୍ରତିଯୋଗିତା ହେବ । ବଲରାଜ୍ ଭଲ ପ୍ରଦର୍ଶନ କଲେ ଭାରତ ଲାଗି ପଦକ ସମ୍ଭାବନା ରହିଛି ।

Advertisment

ନଜର ପକାନ୍ତୁ ଅଲିମ୍ପିକ୍ସରେ ଆଜି ଭାରତର ସେଡ୍ୟୁଲ୍ ଉପରେ...

  • ସଂଧ୍ୟା ୭ଟା ୧୫ ଟେବୁଲ୍ ଟେନିସ୍ ମେନସ୍ ସିଙ୍ଗଲ ପ୍ରିଲିମିନାରୀ ରାଉଣ୍ଡ
  • ସଂଧ୍ୟା ୭ଟା ୧୦ ବ୍ୟାଡମିଣ୍ଟନ ମେନ୍ସ ସିଙ୍ଗଲ ଗ୍ରୁପ ଷ୍ଟେଜ୍
  • ସଂଧ୍ୟା ୮ଟା ବ୍ୟାଡମିଣ୍ଟନ ମେନ୍ସ ଡବଲ ଗ୍ରୁପ ଷ୍ଟେଜ୍
  • ରାତି ୯ଟା ହକିରେ ଭାରତ ଭର୍ସେସ୍ ନ୍ୟୁଜିଲାଣ୍ଡ (ମେନ୍ସ ପୁଲ୍ ବି)
  • ରାତି ୧୨ଟା ୩ ରୋଇଂ ମେନ୍ସ ସିଙ୍ଗଲ ସ୍ଲ୍ସ ହିଟ୍ସ
Shooting Manu Bhaker Olympics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ