• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଷ୍ଟାର୍ ଟେବୁଲ ଟେନିସ ଖେଳାଳି ମନିକା ବାତ୍ରାଙ୍କ ଆଉ ଏକ ରେକର୍ଡ । ପ୍ରଥମ ଭାରତୀୟ ମହିଳା ଖେଳାଳି ଭାବେ ଏସିଆନ୍ କପ୍ ଟେବୁଲ ଟେନିସରେ ପଦକ ଜିତି ଇତିହାସ ରଚିଛନ୍ତି । ତାଙ୍କ ପୂର୍ବରୁ କୌଣସି ଭାରତୀୟ ମହିଳା ଏପରି କୀର୍ତ୍ତିମାନ ହାସଲ କରିପାରି ନଥିଲେ । ସେ ବ୍ରୋଞ୍ଜ ପଦକ ଜିତି ଏହି ରେକର୍ଡ କରିଛନ୍ତି ।

୬ ନମ୍ବର ରାଙ୍କିଂରେ ଥିବା ତଥା ୩ ଥରର ଏସିଆନ୍ କପ୍ ଚାମ୍ପିଅନ ହିନା ହୟାତାଙ୍କୁ ୪-୨ ସେଟରେ ପରାସ୍ତ କରି ସେ ଏହି ସଫଳତା ହାସଲ କରିଛନ୍ତି । ବିଶ୍ୱ ରାଙ୍କିଂରେ ୪୪ ତମ ସ୍ଥାନରେ ଥିବା ମନିକା ବାତ୍ରା କ୍ୱାର୍ଟର ଫାଇନାଲରେ ନିଜଠୁ ଭଲ ରାଙ୍କିରେ ଥିବା ଚୀନ୍ ତାଇପେର ଚେନ୍ ସୁ ୟୁଙ୍କୁ ୪-୩ ସେଟରେ ପରାସ୍ତ କରିଥିଲେ । ଏହି ବ୍ରୋଞ୍ଜ ପଦକ ମ୍ୟାଚ୍‌ ବେଶ ସଂଘର୍ଷପୂର୍ଣ୍ଣ ଥିଲା ।

ପ୍ରଥମ ସେଟ୍‌କୁ ମୋନିକା ଜିତିଥିବା ବେଳେ ହାୟାତା ଜବରଦସ୍ତ କମବ୍ୟାକ କରି ଦ୍ୱିତୀୟ ସେଟ୍‌କୁ ବାଜିତମାତ କରିଥିଲେ। କିନ୍ତୁ ୩ୟ ଓ ୪ର୍ଥ ସେଟ୍‌ ମନିକାଙ୍କ ନାଁରେ ରହିଥିଲା । ୫ମ ସେଟ୍‌ ପୁଣି ହାୟାତା ଜିତିଥିଲେ। ମନିକା ୬ଷ୍ଠ ସେଟ୍‌କୁ ଏକତରଫା ଭାବେ ୧୧-୨ରେ ଜିତି ମ୍ୟାଚ୍‌ ସହ ବ୍ରୋଞ୍ଜ ପଦକ ହାତେଇଛନ୍ତି ।

ଏହି ସଫଳତା ପରେ ମନିକା ଟ୍ୱିଟ୍‌ କରି ନିଜର ଖୁସି ପ୍ରକାଶ କରିଛନ୍ତି । ପ୍ରତିପକ୍ଷକୁ ହରାଇବା ବହୁତ ଚ୍ୟାଲେଞ୍ଜିଂ ଥିଲା, ମ୍ୟାଚରେ ବ୍ରୋଞ୍ଜ ମେଡାଲ୍ ଜିତି ଥିବାରୁ ସେ ଖୁସିପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମନିକାଙ୍କ ଏହି ସଫଳତା ଲାଗି ଅଭିନନ୍ଦନ ଜଣାଇଛନ୍ତି । ତାଙ୍କର ଏହି ସଫଳତା ଅନ୍ୟ ଆଥଲେଟ୍ ମାନଙ୍କୁ ପ୍ରେରଣା ଯୋଗାଇବ ଏବଂ ଟେବୁଲ ଟେନିସକୁ ଆହୁରି ଲୋକପ୍ରିୟ କରାଇବ ବୋଲି ଟ୍ୱିଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ।