/odishatv-khabar/media/post_attachments/uploadimage/library/16_9/16_9_0/IMAGE_1708246067.jpg)
Yashasvi Jaiswal
ଇଂଲଣ୍ତକୁ ଟିମ୍ ଇଣ୍ତିଆର ବିଶାଳ ଟାର୍ଗେଟ। ଦ୍ୱିତୀୟ ଇନିଂସରେ ଭାରତ ଦମଦାର ବ୍ୟାଟିଂ କରି ଇଂଲଣ୍ତକୁ ୫୫୭ ରନ୍ର ଟାର୍ଗେଟ ଦେଇଛି। ୪୩୦ ରନ୍ରେ ଭାରତ ଦ୍ୱିତୀୟ ଇନିଂସ ପାଳି ଘୋଷଣା କରିଛି। ମାତ୍ର ୩ ୱିକେଟ୍ରେ ଭାରତ ୪୩୦ ରନ୍ ହାସଲ କରିଛି। ଯେଉଁଥିରେ ଯଶସ୍ୱୀ ଜୟସ୍ୱାଲଙ୍କ ଡବଲ୍ ସେଞ୍ଚୁରୀ ସାମିଲ ଅଛି। ଏହାଛଡ଼ା ଗିଲ୍ ଓ ସର୍ଫରାଜ ମଧ୍ୟ ଅର୍ଦ୍ଧଶତକ ହାସଲ କରିଛନ୍ତି।
ରାଜକୋଟ୍ରେ ଟିମ୍ ଇଣ୍ତିଆର ଧମାକା। ଦମଦାର ବ୍ୟାଟିଂ ବଳରେ ଇଂଲଣ୍ତ ଆଗରେ ଠିଆ କରିଛି ବିଶାଳ ସ୍କୋର। ଏହି ସିରିଜ୍ରେ ଜୟସ୍ୱାଲଙ୍କ ଦ୍ୱିତୀୟ ଦ୍ୱିଶତକ। ଟେଷ୍ଟ ମ୍ୟାଚ୍କୁ ଟି-ଟ୍ୱେଣ୍ଟି ଅନ୍ଦାଜରେ ଖେଳିଛନ୍ତି ଟିମ୍ ଇଣ୍ତିଆର ଖେଳାଳି। ଇଂଲଣ୍ତ ବୋଲ୍ଙ୍କ ଉପରେ ଛକା, ଚୌକା ବର୍ଷା କରିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ୍।
ଭାରତ ପ୍ରଥମ ଇନିଂସରେ ୪୩୫ ରନ୍ କରିଥିବା ବେଳେ ଜବାବରେ ଇଂଲଣ୍ତ ୩୧୯ ରନ୍ କରିଥିଲା। ପ୍ରଥମ ଇନିଂସରେ ରୋହିତ ଓ ଜାଡେଜା ଶତକ ହାସଲ କରିଥିଲେ। ଦ୍ୱିତୀୟ ଇନିଂସରେ ଜୟସ୍ୱାଲଙ୍କ ଦ୍ୱିଶତକ ଓ ଗିଲ୍ଙ୍କ ୯୧ ରନ୍ ଓ ସର୍ଫରାଜଙ୍କ ଅର୍ଦ୍ଧଶତକ ବଳରେ ଭାରତ ୪୩୦ ରନ୍ ସଂଗ୍ରହ କରିଛି। ୨୧୪ ରନ ନଟ୍ ଆଉଟ୍ ଅଛନ୍ତି ଯଶସ୍ୱୀ।
2⃣0⃣0⃣ & more reasons to celebrate this! 👏 👏
What's yours❓ 🤔
Follow the match ▶️ https://t.co/FM0hVG5pje#TeamIndia | #INDvENG | @ybj_19 | @IDFCFIRSTBankpic.twitter.com/LPOEEASUAF
— BCCI (@BCCI) February 18, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)