Advertisment

ଭାରତର ଟାଇଟଲ ଆଶା ଧୂଳିସାତ୍

ଜର୍ମାନୀ ୪ଟି ଗୋଲ ଦେଇ ଭାରତକୁ ବିଦାୟ ରାସ୍ତା ଦେଖାଇଥିଲା। ଭାରତ ପକ୍ଷରୁ ଉତ୍ତମ ସିଂ ଏବଂ ବବି ସିଂ ଧାମି ୨ଟି ଗୋଲ ଦେଇଥିଲେ।

ଅଦ୍ୟତନ ହୋଇଛି
India vs Germany

India vs Germany

Advertisment

ଭୁବନେଶ୍ୱର: ଜୁନିୟର ହକି ବିଶ୍ୱକପରେ ଭାରତର ଟାଇଟଲ ଆଶା ଧୂଳିସାତ୍। କଳିଙ୍ଗ ଷ୍ଟାଡିୟମରେ ଆଜି ଖେଳାଯାଇଥିବା ସେମିଫାଇନାଲରେ ପରାସ୍ତ ହୋଇଛି ଭାରତୀୟ ଜୁନିୟର ଟିମ୍। ୬ ଥରର ବିଶ୍ୱକପ ଚାମ୍ପିୟନ ଜର୍ମାନୀଠାରୁ ୪-୨ ଗୋଲରେ ପରାଜିତ ହୋଇଛି ଘରୋଇ ଦଳ। ମ୍ୟାଚରେ ଜର୍ମାନୀ ଦଳ ସମ୍ପୂର୍ଣ୍ଣ ପ୍ରାଭାବ୍ୟ ବିସ୍ତାର କରି ଖେଳିଥିଲା। ଜର୍ମାନୀ ପ୍ରଥମ ୩ଟି  ଗୋଲ ଦେଇ ଆଗୁଆ ରହିଥିଲା। ପରବର୍ତ୍ତୀ କାଳରେ ଭାରତ ଦୁଇଟି ଗୋଲ କରି ବ୍ୟବଧାନ ହ୍ରାସ କରିପାରିଥିଲା।  ହେଲେ ପରେ ଜର୍ମାନୀ ଶେଷ ଗୋଲ ଦେଇ ଭାରତକୁ ବିଦାୟ ରାସ୍ତା ଦେଖାଇଥିଲା। ଭାରତ ପକ୍ଷରୁ ଉତ୍ତମ ସିଂ ଏବଂ ବବି ସିଂ ଧାମି ୨ଟି ଗୋଲ ଦେଇଥିଲେ।

Advertisment

ଆଜି ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଆରମ୍ଭରୁ ଜର୍ମାନୀ ଯେଉଁଭଳି ଆକ୍ରମଣ କରିଥିଲା, ତା’ର କୌଣସି ଜବାବ ଭାରତ ପାଖରେ ନଥିଲା। ମ୍ୟାଚର ପ୍ରଥମ ୫ ମିନିଟରେ ଜର୍ମାନୀ କୁ ପ୍ରଥମ ପେନାଲଟି କର୍ଣ୍ଣର ମିଳିଥିଲା। ଭାରତୀୟ ଗୋଲ କିପର ପ୍ରଶାନ୍ତ ଚୌହାନ ଅଟକାଇ ବଲଟିକୁ ବାହାରକୁ ଠେଲି ଦେଇଥିଲେ। ହେଲେ ପ୍ରଥମ କ୍ୱାର୍ଟରର ଶେଷ ମିନିଟ୍ ଅର୍ଥାତ୍ ମ୍ୟାଚର ୧୫ଶ ମିନିଟରେ ଜର୍ମାନୀ ଦଳକୁ ଆଉଏକ ପେନାଲିଟି କର୍ଣ୍ଣର ମିଳିଥିଲା। ଏହାକୁ ଏରିକ୍ କ୍ଲେନଲିନ୍ ଗୋଲ କରିଥିଲେ। ପ୍ରଥମ କ୍ୱାର୍ଟର ଶେଷ ସୁଦ୍ଧା ଜର୍ମାନୀ ୧-୦ ଗୋଲରେ ଆଗୁଆ ରହିଥିଲା।

ଦ୍ୱିତୀୟ କ୍ୱାର୍ଟରରେ ଗୋଲ ଦେଇ ବରାବର ସ୍ଥିତିକୁ ଆଣିବାକୁ ଉଦ୍ୟମ କରୁଥିବା ଭାରତ ଆଉ ୩ଟି ଗୋଲ ଖାଇଥିବା ବେଳେ ଗୋଟିଏ ଗୋଲ ଫିଲ୍ଡ ଗୋଲ ଦେବାକୁ ସକ୍ଷମ ହୋଇଥିଲା।  ହାଫଟାଇମ ଶେଷ ସୁଦ୍ଧା ଜର୍ମାନୀ ୪-୧ଗୋଲରେ ଆଗୁଆ ରହି ମ୍ୟାଚକୁ ନିଜ ଆୟତ୍ତରେ ରଖିଥିଲା।

Advertisment

ଶେଷ କ୍ୱାର୍ଟରରେ ଥିବା ଭାରତ ସେମିତି ଆଖି ଦୃଶିଆ ଗୋଲ ସ୍କୋର କରି ପାରିନଥିଲା। ଏହି କ୍ୱାର୍ଟରରେ ଆଉଏକ ପେନାଲଟି କର୍ଣ୍ଣରର ସୁଯୋଗ ପାଇଥିଲା ଜର୍ମାନୀ। କିନ୍ତୁ ଏହାକୁ ଟିମ୍ ଗୋଲରେ ପରିଣତ କରିପାରିନଥିଲା। ମ୍ୟାଚର ଶେଷ ମିନିଟରେ ଭାରତ ପକ୍ଷରୁ ଧାମି ବବି ସିଂହ ଫିଲ୍ଡ ଗୋଲ କରିଥିଲେ ହେଁ ଟିମକୁ ପରାଜୟରୁ ରକ୍ଷା କରିବା ପାଇଁ ଏହା ଯଥେଷ୍ଟ ନଥିଲା। ଫାଇନାଲ୍ ହୁଇସିଲ୍ ବାଜିବା ସୁଦ୍ଧା ସ୍କୋର ୪-୨ରେ ରହିଥିଲା ଏବଂ ଭାରତ ପରାଜୟ ସ୍ୱୀକାର କରିଥିଲା।

Bhubaneswar Kalinga Stadium Hockey World Cup Junior Men’s Hockey World Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ