FIFA World Cup 2022
ପୁରା ହେଲା ମେସିଙ୍କ ସ୍ୱପ୍ନ। ବିଶ୍ୱ ବିଜୟୀ ହେଲା ଆର୍ଜେଣ୍ଟିନା। ଫିଫା ବିଶ୍ୱକପ୍-୨୦୨୨ରେ ପେନାଲଟି ସୁଟ୍ ଆଉଟରେ ୪-୨ରେ ବାଜି ମାରିଲା ଆର୍ଜେଣ୍ଟିନା। ଫଳରେ ୩୬ ବର୍ଷ ପରେ କତାର ରାଜଧାନୀରେ ଦୋହାରେ ଆୟୋଜିତ ଫିଫା ବିଶ୍ୱକପ୍-୨୦୨୨କୁ ନିଜ ନାଁରେ କରି ଇତିହାସ ରଚିଛି ଆର୍ଜେଣ୍ଟିନା। ଫ୍ରାନ୍ସ ଏବଂ ଆର୍ଜେଣ୍ଟିନା ମଧ୍ୟରେ ଫାଇନାଲ ମୁକାବିଲା ୨-୨ରେ ବରାବର ଥିଲା।
ନିର୍ଦ୍ଧାରିତ ସମୟରେ ୩-୩ ବରାବର ପରେ ସୁଟ୍ ଆଉଟ୍ର ଫଇସଲା ହୋଇଥିଲା। ଆଉ ପେନାଲଟି ସୁଟ୍ ଆଉଟରେ ୪-୨ରେ ବାଜି ମାତି ତୃତୀୟ ଥର ପାଇଁ ବିଶ୍ୱ ବିଜୟୀ ହୋଇଥିଲା ଆର୍ଜେଣ୍ଟିନା। ପ୍ରଥମ ହାଫ୍ରେ ଆର୍ଜେଣ୍ଟିନା ଦମ୍ଦାର୍ ପ୍ରଦର୍ଶନ କରିଥିଲା। ଲିଓନେଲ ମେସିଙ୍କ ନେତୃତ୍ୱରେ ଦଳର ଖେଳାଳିମାନେ ଆକ୍ରମଣାତ୍ମକ ଭାବେ ଖେଳିଥିଲେ। ୨୩ତମ ମିନିଟ୍ରେ ଦଳ ପାଇଁ ପ୍ରଥମ ଗୋଲ୍ କରିଥିଲେ ଆର୍ଜେଣ୍ଟିନା ଷ୍ଟାର ତାରକା ଲିଓନେଲ୍ ମେସି।
ଫିଫା ବିଶ୍ୱକପ୍ରେ ଆର୍ଜେଣ୍ଟିନାର ରୋମାଞ୍ଚକର ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବିଶ୍ୱକପ୍ ଫାଇନାଲ ମ୍ୟାଚ୍ ଗୁଡ଼ିକ ମଧ୍ୟରୁ ଏହା ସ୍ମରଣୀୟ ହୋଇ ରହିବ। ପୁରା ଟୁର୍ଣ୍ଣାମେଣ୍ଟରେ ଆର୍ଜେଣ୍ଟିନା ଦମଦାର ଖେଳ ପ୍ରଦର୍ଶନ କରିଥିଲା। ଭାରତର ଲକ୍ଷ ଲକ୍ଷ ମେସିଙ୍କ ଫ୍ୟାନ୍ ଆର୍ଜେଣ୍ଟିନର ବୃହତ ବିଜୟ ନେଇ ଉତ୍ସାହିତ ଥିବା ମୋଦି କହିଛନ୍ତି। ସେହିପରି ଫ୍ରାନ୍ସ ଦଳର ପ୍ରଦର୍ଶନ ଅତ୍ୟନ୍ତ ଚମତ୍କାର ଥିଲା ବୋଲି ଟ୍ୱିଟ୍ କରି କହିଛନ୍ତି ମୋଦି। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ବିଶ୍ୱବିଜୟୀ ଆର୍ଜେଣ୍ଟିନା ଦଳକୁ ଶୁଭେଚ୍ଛା ଜଣାଇବା ସହ ଦମଦାର ପ୍ରଦର୍ଶନ ପାଇଁ ପ୍ରଶଂସା କରିଛନ୍ତି।
କତାରରେ ସିନା ବିଶ୍ୱକପ୍ ଫାଇନାଲ ଚାଲିଥିଲା, ହେଲେ ଭାରତର ଫୁଟବଲ୍ ଫ୍ୟାନଙ୍କ ଛାତି ଧଡ଼ଧଡ଼ ହେଉଥିଲା। ଆଉ ରୋମାଞ୍ଚକର ମ୍ୟାଚ୍ରେ ଯେତେବେଳ ଫ୍ରାନ୍ସକୁ ହରାଇଥିଲା ଆର୍ଜେଣ୍ଟିନା, ସଙ୍ଗେ ସଙ୍ଗେ ଆରମ୍ଭ ହୋଇଯାଇଥିଲା ସେଲିବ୍ରେସନ୍। ଆର୍ଜେଣ୍ଟିନା ବିଶ୍ୱବିଜୟୀ ହେବା ପରେ ଆର୍ଜେଣ୍ଟିନା ଦୂତାବାସରେ ହୋଇଥିଲା ସେଲିବ୍ରେସନର ମାହୋଲ। ନିଜ ଦେଶର ବୃହତ ବିଜୟକୁ ଖୁସି ମନରେ ପାଳିଥିଲେ ଆର୍ଜେଣ୍ଟିନାର ନାଗରିକ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1671418046.jpg)