Advertisment

Sachin Tendulkar: ଜୀବନର ବଡ଼ କଥା କହିଲେ ସଚିନ ତେନ୍ଦୁଲକର...ମୋ ବାପାଙ୍କର ଦେହାନ୍ତ ପରେ...

ଲାଇଫ ଟାଇମ୍ ଆଚିଭମେଣ୍ଟ ଆଓ୍ଵାର୍ଡରେ ସମ୍ମାନିତ ହେବା ବେଳେ ଭାବବିହ୍ବଳ ହୋଇ ଏମିତି କହିଲେ ପୂର୍ବତନ ଭାରତୀୟ କ୍ରିକେଟର୍‌ ସଚିନ ତେନ୍ଦୁଲକର ।

ଅଦ୍ୟତନ ହୋଇଛି
Sachin reveals story behind his century celebrations

Sachin reveals story behind his century celebrations

Advertisment

୧୯୯୯ ମସିହାର ଆରମ୍ଭ, ଯେତେବେଳେ କି ବିଶ୍ବକପ୍‌ ଚାଲିଥିଲା। ସେତେବେଳେ ମୋ ବାପାଙ୍କର ଦେହାନ୍ତ ହୋଇଗଲା । ଯାହାଫଳରେ ମୋତେ କିଛି ଦିନ ଇଣ୍ତିଆ ଫେରିବାକୁ ପଡ଼ିଲା । କାରଣ ବାପାଙ୍କର ଶୁଦ୍ଧିକ୍ରିୟାରେ କରିବାରଥିଲା। କିନ୍ତୁ ରାତାରାତି ମୋ ଜୀବନରେ ବଡ଼ ପରିବର୍ତ୍ତନ ହୋଇଥିଲା। ମୁଁ ପୁଣି ଫେରିଲି ଆଉ ବିଶ୍ବ କପ୍‌ ପାଇଁ ଟିମ୍‌ରେ ଜଏନ୍‌ କଲି । ତା’ପରେ ଜୀବନରେ ପରିବର୍ତ୍ତନ ହୋଇସାରିଥିଲା । ମୁଁ କିନ୍ତୁ ଚାହୁଁଥିଲି ମୋ ବାପା ମୋର ପାଖରେ ରହି, ମୋ ଜୀବନର ସଫଳତା ଦେଖିବା ପାଇଁ । ସେହି ସମୟରୁ ମୋ ବ୍ୟାଟ୍‌ରେ ମୋ ବାପାଙ୍କୁ ଦେଖିବା  ଆରମ୍ଭ କଲି । ତେଣୁ ଯାହାକିଛି ବି ହେଲା ମୋ ଜୀବନରେ ସବୁ ଭଲ ହିଁ ଭଲ ହେଲା । ଲାଇଫ ଟାଇମ୍ ଆଚିଭମେଣ୍ଟ ଆଓ୍ଵାର୍ଡରେ ସମ୍ମାନିତ ହେବା ବେଳେ ଭାବବିହ୍ବଳ ହୋଇ ଏମିତି କହିଲେ ପୂର୍ବତନ ଭାରତୀୟ କ୍ରିକେଟର୍‌ ସଚିନ ତେନ୍ଦୁଲକର

Advertisment

ସଚିନ୍ ଆହୁରି ମଧ କହିଛନ୍ତି ଯେ, ମୋ ବାପାଙ୍କ ପରାମର୍ଶ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା, ଯାହା ମୋତେ ଜୀବନରେ ବହୁତ କିଛି ଶିଖେଇ ଦେଇଛି । ଯାହାଫଳରେ ମୁଁ ମଦ ଓ ତମାଖୁ କମ୍ପାନୀଗୁଡ଼ିକୁର ବିଜ୍ଞାପନରେ କାମ ନକରିବାକୁ ନିଷ୍ପତ୍ତି ନେଇଥିଲେ । 

ଅଧିକ ପଢ଼ନ୍ତୁ: ସଚିନ ତେନ୍ଦୁଲକରଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାର

ତେବେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(BCCI) ଭାରତୀୟ କ୍ରିକେଟ୍‌ର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କୁ ଲାଇଫ ଟାଇମ୍ ଆଚିଭମେଣ୍ଟ ଆଓ୍ଵାର୍ଡରେ ସମ୍ମାନିତ କରିଛି। ଏଥିସହ ଦଳର ଯୁବ ବ୍ୟାଟର ସରଫରାଜ ଖାନ ଓ ପୂର୍ବତନ ଷ୍ଟାର୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନଙ୍କୁ ମଧ୍ୟ ପୁରସ୍କାର ଦେଇ ସମ୍ମାନିତ କରିଛି। ଅଶ୍ଵିନଙ୍କୁ ବିସିସିଆଇ ପକ୍ଷରୁ ସ୍ଵତନ୍ତ୍ର ଆଓ୍ଵାର୍ଡ ମିଳିଥିବା ବେଳେ ସରଫରାଜ ଖାନଙ୍କୁ ଦମଦାର ପଦାର୍ପଣ ପାଇଁ ସମ୍ମାନିତ କରାଯାଇଛି ।

Advertisment

ମହାନ ବ୍ୟାଟର ସଚିନ ତେନ୍ଦୁଲକରଙ୍କୁ ବିସିସିଆଇ ପକ୍ଷରୁ ‘କର୍ଣ୍ଣେଲ ସିକେ ନାଇଡୁ ଲାଇଫ ଟାଇମ୍ ଆଚିଭମେଣ୍ଟ ଆଓ୍ଵାର୍ଡ’ରେ ସମ୍ମାନିତ କରାଯାଇଛି। ତେନ୍ଦୁଲକର ଭାରତ ପାଇଁ ୨୦୦ ଟେଷ୍ଟ, ୪୬୩ ଦିନିକିଆ ଓ ଗୋଟିଏ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଟେଷ୍ଟରେ ସଚିନ ୧୫ ହଜାର ୯୨୧ ରନ,  ଦିନିକିଆରେ ୧୮ ହଜାର ୪୨୬ ରନ ଓ ଏକ ମାତ୍ର ଟି-୨୦ରୁ ୧୦ ରନ କରିଛନ୍ତି। ଏହା ବ୍ୟତୀତ ବୋଲିଂରେ ସେ ଟେଷ୍ଟରେ ୪୬ ଓ ଦିନିକିଆରେ ୧୫୪ ଓ୍ଵିକେଟ୍ ଅକ୍ତିକାର କରିଛନ୍ତି।

ଅଧିକ ପଢ଼ନ୍ତୁ: ବାରବାଟୀରେ ଦିନିକିଆ ମ୍ୟାଚ୍; କାଲି ବିକ୍ରି ହେବ ଅନଲାଇନରେ ଟିକେଟ୍, ଜାଣନ୍ତୁ କେମିତି କିଣିବେ...

Advertisment
Sachin Tendulkar BCCI World Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ