Advertisment

Mumbai vs Chennai IPL Clash: ଆଜି IPLରେ ମହାମୁକାବିଲା, ମୁହାଁମୁହିଁ ହେବେ ଚେନ୍ନାଇ ଓ ମୁମ୍ବାଇ

ଏପର୍ଯ୍ୟନ୍ତ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ୧୨ଟି ମ୍ୟାଚ୍ ଖେଳାଯାଇଛି । ଯେଉଁଥିରେ ମୁମ୍ବାଇର ବିଜୟ ହାର ଅଧିକ ରହିଛି ।

ଆଜି IPLରେ ଏଲ୍‌ -କ୍ଲାସିକୋ

ଆଜି IPLରେ ଏଲ୍‌ -କ୍ଲାସିକୋ

Advertisment

ଆଜି ସନ୍ଧ୍ୟାରେ ଆଇପିଏଲରେ ଖେଳାଯିବ ମହାମୁକାବିଲା । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ସୁପର ସଣ୍ଡେରେ ଖେଳାଯିବ ସୁପର ଫାଇଟ୍‌ । ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ । ଆଇପିଏଲ ୨୦୨୫ରେ ମୁମ୍ବାଇ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ପୁଣି ଥରେ ମୁହାଁମୁହିଁ ହେବେ । ଶେଷ ମ୍ୟାଚ୍‌ରେ ଯେତେବେଳେ ଉଭୟ ମୁହାଁମୁହିଁ ହୋଇଥିଲେ, ସେହି ମ୍ୟାଚ୍‌ CSK ଜିତିଥିଲା । ତେବେ ଆଇପିଏଲ ଇତିହାସରେ ମୁମ୍ବାଇ ଓ ଚେନ୍ନାଇ ସବୁଠାରୁ ସଫଳ ଦଳ । ତେଣୁ ଏହି ଦୁଇ ଟିମ୍‌ର ମ୍ୟାଚ୍‌କୁ ଆଇପିଏଲରେ ସବୁଠାରୁ ବଡ଼ ପ୍ରତିଦ୍ୱନ୍ଦ୍ୱିତା ବୋଲି ବିବେଚନା କରାଯାଏ । ତେବେ ୱାଙ୍ଖଡେରେ ଏହି ଦୁଇ ଦଳର ହେଡ୍-ଟୁ-ହେଡ୍ ରେକର୍ଡ କ’ଣ ରହିଛି ଆସନ୍ତୁ ଜାଣିବା...

Advertisment

ଅଧିକ ପଢ଼ନ୍ତୁ: ବିସିସିଆଇ ବିଦା କରିବା ପରେ ନୂଆ ଦାୟିତ୍ବରେ ଅଭିଷେକ ନାୟାର

ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ IPLର ସବୁଠାରୁ ସଫଳ ଦଳ । ଉଭୟ ୫ଟି ଲେଖାଏଁ ଟ୍ରଫି ଜିତିଛନ୍ତି । ଯଦିଓ ଏହି ବର୍ଷ ଉଭୟ ଦଳ ପଏଣ୍ଟ ଟେବୁଲରେ ପଛରେ ଅଛନ୍ତି କିନ୍ତୁ ସେମାନେ ଏବେ ବି ପ୍ଲେଅଫ୍ ଦୌଡ଼ରେ ଅଛନ୍ତି । ତେଣୁ ଆଜିର ମ୍ୟାଚ୍ ଏହି ଦୁଇ ଦଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଏପର୍ଯ୍ୟନ୍ତ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ୧୨ଟି ମ୍ୟାଚ୍ ଖେଳାଯାଇଛି । ଯେଉଁଥିରେ ମୁମ୍ବାଇର ବିଜୟ ହାର ଅଧିକ ରହିଛି । ୧୨ଟି ମ୍ୟାଚ୍‌ରୁ ମୁମ୍ବାଇ ୭ଟି ଏବଂ ଚେନ୍ନାଇ ୫ଟି ମ୍ୟାଚ୍‌ରେ ବିଜୟୀ ହୋଇଛି । କିନ୍ତୁ ସିଏସ୍‌କେ ଶେଷ ୨ଟି ମ୍ୟାଚ୍ ଲଗାତାର ଜିତିଛି ।

Advertisment

ଯଦି ଆଇପିଏଲ ଇତିହାସ କଥା କହିବା ତାହାଲେ ଉଭୟ ଦଳ ମଧ୍ୟରେ ଏପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମୋଟ ୩୮ଟି ମ୍ୟାଚ୍ ଖେଳାଯାଇଛି । ଉଭୟ ଦଳ ଟୁର୍ଣ୍ଣାମେଣ୍ଟର ଟାଇଟଲ ପାଇଁ ଚାରି ଥର ମୁହାଁମୁହିଁ ହୋଇଛନ୍ତି, ଅର୍ଥାତ୍ ମୁମ୍ବାଇ ଏବଂ ଚେନ୍ନାଇ ମଧ୍ୟରେ ଚାରୋଟି ଫାଇନାଲ ମଧ୍ୟ ଖେଳାଯାଇଛି । ୩୮ଟି ମ୍ୟାଚ୍ ମଧ୍ୟରୁ ଚେନ୍ନାଇ ୧୮ଟି ଏବଂ ମୁମ୍ବାଇ ୨୦ଟି ମ୍ୟାଚ୍ ଜିତିଛି । ଯଦି ଫାଇନାଲ ମ୍ୟାଚ୍‌ ବିଷୟରେ କହିବା ତାହାଲେ, ୪ଟି ଫାଇନାଲ୍‌ ମଧ୍ୟରୁ ଚେନ୍ନାଇ ଗୋଟିଏ ଥର ଏବଂ ମୁମ୍ବାଇ ୩ ଥର ଜିତିଛି ।

ଯଦି ଆମେ IPLରେ ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୧୦ଟି ମ୍ୟାଚ୍ ବିଷୟରେ ଆଲୋଚନା କରିବା, ତେବେ ଚେନ୍ନାଇ ସୁପର କିଙ୍ଗସ୍‌ର ପଲ୍ଲା ଭାରି ରହିଛି । ଶେଷ ୧୦ ମ୍ୟାଚ୍‌ରୁ ସିଏସକେ ୭ ଥର ଜିତିଛି ଯେତେବେଳେ ମୁମ୍ବାଇ କେବଳ ୩ ଥର ଜିତିଛି । ଚେନ୍ନାଇ ଶେଷ ୪ଟି ମ୍ୟାଚ୍ ଲଗାତାର ଜିତିଛି, ଯଦି ଏମଏସ ଧୋନିଙ୍କ ଚେନ୍ନାଇ ଆଜି ମୁମ୍ବାଇକୁ ପରାସ୍ତ କରନ୍ତି ତେବେ ଏହା ଏହି ଦଳ ବିପକ୍ଷରେ ସେମାନଙ୍କର ଲଗାତାର ପଞ୍ଚମ ବିଜୟ ହେବ ।

Advertisment

ଅଧିକ ପଢ଼ନ୍ତୁ: ଆଇପିଏଲ ଇତିହାସର ସର୍ବକନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ

Mumbai Indians CSK IPL 2025
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ