Advertisment

ଭାରତ କବ୍‌ଜାରେ ଦିନିକିଆ ସିରିଜ୍‌; ଅଷ୍ଟ୍ରେଲିଆକୁ ୯୯ ରନ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ

ବର୍ଷା ଯୋଗୁ ମ୍ୟାଚ୍ ବାଧାପ୍ରାପ୍ତ ହେବା ପରେ ୩୩ ଓଭରକୁ ଖସାଇ ଦିଆଯାଇଥିଲା ମ୍ୟାଚ୍ । ଡିଏଲଏସ୍ ମେଥଡ ଲାଗୁ ହେବା ସହ ଅଷ୍ଟ୍ରେଲିଆକୁ ୩୩ ଓଭରରେ ୩୧୭ ରନର ଟାର୍ଗେଟ୍ ଦିଆଯାଇଥିଲା ।

ଅଦ୍ୟତନ ହୋଇଛି
India win in Indore

India win in Indore

Advertisment

ଭାରତ କବଜାରେ ଦିନିକିଆ ସିରିଜ୍ । ଇନ୍ଦୋର ଦିନିକିଆରେ ଭାରତର ଦମଦାର ବିଜୟ ହାସଲ କରିଛି । ଅଷ୍ଟ୍ରେଲିଆକୁ ୯୯ ରନରେ ହରାଇ ଭାରତ ଦ୍ୱିତୀୟ ଦିନିକିଆ ଜିତିବା ସହ ସିରିଜ କବଜା କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ କରିଥିଲା ୩୯୯ ରନ୍ । ୪୦୦ ରନର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିଲା ଅଷ୍ଟ୍ରେଲିଆ ।

Advertisment

ତେବେ ବର୍ଷା ଯୋଗୁ ମ୍ୟାଚ୍ ବାଧାପ୍ରାପ୍ତ ହେବା ପରେ ୩୩ ଓଭରକୁ ଖସାଇ ଦିଆଯାଇଥିଲା ମ୍ୟାଚ୍ । ଡିଏଲଏସ୍ ମେଥଡ ଲାଗୁ ହେବା ସହ ଅଷ୍ଟ୍ରେଲିଆକୁ ୩୩ ଓଭରରେ ୩୧୭ ରନର ଟାର୍ଗେଟ୍ ଦିଆଯାଇଥିଲା । ତେବେ ଅଷ୍ଟ୍ରେଲିଆ ୨୮.୨ ଓଭରରେ ୨୧୭ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା । ଅଶ୍ୱିନୀ ଓ ଜାଡେଜା ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ପ୍ରସିଦ୍ଧ କୃଷ୍ଣା ୨ଟି ଓ ସାମି ଗୋଟିଏ ୱିକେଟ୍ ନେବାରେ ସକ୍ଷମ ହୋଇଥିଲେ ।

Australia Ashwin
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ