Advertisment

ବିରାଟଙ୍କ ଜନ୍ମଦିନର ଦିନକ ପୂର୍ବରୁ ଟ୍ରେଣ୍ଡ୍‌ କରୁଛି ଏହି ଅଜବ ହାଶ୍‌ଟ୍ୟାଗ୍‌, ଜାଣନ୍ତୁ କ’ଣ କାରଣ...

ଟି-୨୦ ବିଶ୍ୱକପ୍‌ ମ୍ୟାଚ୍‌ ପାଇଁ ବିରାଟ ଏବେ ଅଷ୍ଟ୍ରେଲିଆରେ ଅଛନ୍ତି। ତେବେ ତାଙ୍କ ଜନ୍ମଦିନର ଦିନକ ପୂର୍ବରୁ ସାରା ବିଶ୍ୱରେ ଥିବା ତାଙ୍କର ଫ୍ୟାନ୍ସ ବିରାଟଙ୍କୁ ଏକ ଜବରଦସ୍ତ ଗିଫ୍ଟ ଦେବା ପାଇଁ ଯୋଜନା କରିଛନ୍ତି।

ଅଦ୍ୟତନ ହୋଇଛି
Virat Kohli's Birthday

Know Why This Strange Hashtag Trending On Twitter Before Virat Kohlis Birthday

Advertisment

ଆସନ୍ତାକାଲି ଟିମ୍‌ ଇଣ୍ଡିଆର ଷ୍ଟାର୍‌ ଖେଳାଳି ତଥା ଲକ୍ଷ ଲକ୍ଷ ଫ୍ୟାନ୍ସଙ୍କ ହୃଦୟରେ ରାଜ୍‌ କରୁଥିବା ବିରାଟ କୋହଲିଙ୍କ ଜନ୍ମଦିନ। ନଭେମ୍ବର ୫ରେ ବିରାଟ କୋହଲି (Virat Kohli Birthday) ୩୪ ବର୍ଷରେ ପାଦ ଥାପିବେ। ଟି-୨୦ ବିଶ୍ୱକପ୍‌ ମ୍ୟାଚ୍‌ ପାଇଁ ବିରାଟ ଏବେ ଅଷ୍ଟ୍ରେଲିଆରେ ଅଛନ୍ତି। ତେବେ ତାଙ୍କ ଜନ୍ମଦିନର ଦିନକ ପୂର୍ବରୁ ସାରା ବିଶ୍ୱରେ ଥିବା ତାଙ୍କର ଫ୍ୟାନ୍ସ ବିରାଟଙ୍କୁ ଏକ ଜବରଦସ୍ତ ଗିଫ୍ଟ ଦେବା ପାଇଁ ଯୋଜନା କରିଛନ୍ତି। ଏମିତି ଗିଫ୍ଟ ଯାହା ଏବେ ଟ୍ୱିଟରରେ ଟ୍ରେଣ୍ଡ୍‌ କରୁଛି। ଖାଲି ଏତିକି ନୁହେଁ ଏହି ଗିଫ୍ଟ ଅଜବ ମଧ୍ୟ ଲାଗୁଛି। 

Advertisment

ଅଧିକ ପଢ଼ନ୍ତୁ: ବିରାଟଙ୍କ ହୋଟେଲ୍‌ ରୁମ୍‌ ଭିଡିଓ Viral: ରାଗିଗଲେ ଅନୁଷ୍କା, କହିଲେ଼- ‘ଯଦି ବେଡ୍‌ରୁମ୍‌ରେ...’

ଜାଣନ୍ତୁ, ପୁରା ଘଟଣା ଓ କ’ଣ ଏହି ଅଜବ ଗିଫ୍ଟ...

କେବଳ ଭାରତରେ କିଙ୍ଗ୍‌ କୋହଲିଙ୍କ ଫ୍ୟାନ୍ସ ନାହାନ୍ତି ବରଂ ସାରା ବିଶ୍ୱରେ ଅଛନ୍ତି। ସୋସିଆଲ୍‌ ମିଡିଆରେ ବିରାଟଙ୍କ ଫ୍ୟାନ୍ସ, ଫଲୋର୍ସଙ୍କ ସଂଖ୍ୟା ଏତେ ଅଧିକ ଯେ କୌଣସି କ୍ରିକେଟରଙ୍କ ଏତେ ସଂଖ୍ୟକ ଫ୍ୟାନ୍ସ/ଫଲୋର୍ସ ନାହାନ୍ତି। ଆସନ୍ତାକାଲି ବିରାଟଙ୍କ ଜନ୍ମଦିନ ଥିବାରୁ ତାଙ୍କର ଫ୍ୟାନ୍ସ ଟ୍ୱିଟରରେ ଏକ କ୍ୟାମ୍ପେନ ଚଲାଇଛନ୍ତି। ବିରାଟଙ୍କ ଜନ୍ମଦିନରେ ସମସ୍ତଙ୍କ ସୋସିଆଲ୍‌ ମିଡିଆ ପ୍ରୋଫାଇଲ୍‌ର ଫଟୋ ଏକା ଭଳି ହେବା ଉଚିତ୍‌। ଏନେଇ ଫ୍ୟାନ୍ସ ଏକ ହାଶ୍‌ଟ୍ୟାଗ୍‌ ଦେଇଛନ୍ତି ଓ ଏବେ ଏହି ଟ୍ୟାଗ୍‌ ସୋସିଆଲ୍‌ ମିଡିଆରେ  #KingKohliBirthdayCDP ନାଁରେ ଟ୍ରେଣ୍ଡ୍‌ କରୁଛି। CDP ଅର୍ଥ କମନ୍‌ ଡିପି(Common DP)। ଅର୍ଥାତ୍‌ ସମସ୍ତଙ୍କର ପ୍ରୋଫାଇଲ୍‌ ଫଟୋ ସମାନ। 

Advertisment

ବିରାଟଙ୍କ ଫ୍ୟାନ୍ସ କ୍ରେଜ୍‌ କାହାକୁ ଅଛପା ନାହିଁ। ବିରାଟ ମଧ୍ୟ ଫ୍ୟାନ୍ସଙ୍କ ସହ ସବୁବେଳେ ଯୋଡ଼ି ହୋଇଥାନ୍ତି, ତା’ ଫିଲ୍ଡରେ ହେଉ କିମ୍ବା ଫିଲ୍ଡ ବାହାରେ। ଟିମ୍‌ ଇଣ୍ଡିଆର ଏହି ଷ୍ଟାର୍‌ ଖେଳାଳି ଫ୍ୟାନ୍ସଙ୍କ ହୃଦୟ ଜିତିବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି। ଚଳିତ ଟି-୨୦ ବିଶ୍ୱକପ୍‌ରେ ବିରାଟ କୋହଲି ଭଲ ଫର୍ମରେ ଅଛନ୍ତି। ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ୫୩ ବଲ୍‌ରେ ୮୨ ରନ୍‌ କରି ଭାରତକୁ ଜିତାଇ ପୁଣିଥରେ ସେ ଫ୍ୟାନ୍ସ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। 

Virat Kohli
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ