Advertisment

ବିରାଟ, ରୋହିତଙ୍କ ସମେତ ଅନ୍ୟ ଭାରତୀୟ ଖେଳାଳି କେତେ ଦରମା ପାଆନ୍ତି ? ଜାଣନ୍ତୁ...

ରବିବାର ଦିନ ୨୦୨୨-୨୩ ବର୍ଷ ପାଇଁ ବୋର୍ଡ ଅଫ୍‌ କଣ୍ଟ୍ରୋଲ ଫର୍‌ କ୍ରିକେଟ୍‌ ଇନ୍‌ ଇଣ୍ଡିଆ (BCCI) ଟିମ୍‌ ଇଣ୍ଡିଆ ପାଇଁ ଆନୁଆଲ୍‌ ପ୍ଲେୟାର କଣ୍ଟ୍ରାକ୍ସ ଘୋଷଣା କରିଛି। ଭାରତୀୟ କ୍ରିକେଟରଙ୍କ ପାଇଁ ବିସିସିଆଇର ଏହି କଣ୍ଟ୍ରାକ୍ଟ ୪ଟି ଗ୍ରେଡ୍‌ରେ ବିଭକ୍ତ ହୋଇଛି।

ଅଦ୍ୟତନ ହୋଇଛି
Salary Of Indian Cricketers

Know the salary of Virat Kohli Rohit Sharma and other Indian cricketers

Advertisment

ରବିବାର ଦିନ ୨୦୨୨-୨୩ ବର୍ଷ ପାଇଁ ବୋର୍ଡ ଅଫ୍‌ କଣ୍ଟ୍ରୋଲ ଫର୍‌ କ୍ରିକେଟ୍‌ ଇନ୍‌ ଇଣ୍ଡିଆ (BCCI) ଟିମ୍‌ ଇଣ୍ଡିଆ ପାଇଁ ଆନୁଆଲ୍‌ ପ୍ଲେୟାର କଣ୍ଟ୍ରାକ୍ସ ଘୋଷଣା କରିଛି। ଭାରତୀୟ କ୍ରିକେଟରଙ୍କ ପାଇଁ ବିସିସିଆଇର ଏହି କଣ୍ଟ୍ରାକ୍ଟ ୪ଟି ଗ୍ରେଡ୍‌ରେ ବିଭକ୍ତ ହୋଇଛି। ଏହି ୪ ଗ୍ରେଡ୍‌ ହେଲା- A+, A, B ଓ C। ସମସ୍ତ ଗ୍ରେଡ୍‌ରେ ପେମେଣ୍ଟ ଷ୍ଟ୍ରକ୍‌ଚର୍‌ ମଧ୍ୟ ଅଲଗା ଅଲଗା ରହିଛି। A+ କ୍ୟାଟେଗୋରୀରେ ଥିବା ଖେଳାଳିଙ୍କ ବାର୍ଷିକ ଦରମା ୭ କୋଟି ଥିବାବେଳେ A, B ଓ C କ୍ୟାଟେଗୋରୀରେ ଥିବା ଖେଳାଳିଙ୍କ ବାର୍ଷିକ ଦରମା ଯଥାକ୍ରମେ ୫ କୋଟି, ୩ କୋଟି ଓ ୧ କୋଟି ଟଙ୍କା ରହିଛି।

Advertisment

ଅଧିକ ପଢ଼ନ୍ତୁ: ଏହି ବାମହାତୀ ବୋଲର୍‌ଙ୍କ ଆଗରେ ସରେଣ୍ତର କରନ୍ତି ଟିମ୍‌ ଇଣ୍ତିଆର ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍‌ !

ଜାଣନ୍ତୁ, କେଉଁ କ୍ୟାଟେଗୋରୀରେ କେଉଁ କ୍ରିକେଟର ଅଛନ୍ତି ?  

  • A+ କ୍ୟାଟେଗୋରୀରେ ବିରାଟ କୋହଲିଙ୍କ ସମେତ ରୋହିତ ଶର୍ମା, ରବୀନ୍ଦ୍ର ଜାଡେଜା ଓ ଯଶପ୍ରୀତ୍‌ ବୁମରାହ ଅଛନ୍ତି
  • ନୂଆ ସେଣ୍ଟ୍ରାଲ୍‌ କଣ୍ଟ୍ରାକ୍ସକୁ ଅଲ୍‌ ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଧୂଆଁଧାର ବ୍ୟାଟିଂ କରୁଥିବା ସୂର୍ଯ୍ୟକୁମାର ଯାଦବଙ୍କ ପଦୋନ୍ନତି ହୋଇଛି
  • ୟଙ୍ଗ୍‌ ଓପନର୍‌ ଶୁବମନ୍‌ ଗିଲ୍‌ଙ୍କ ମଧ୍ୟ ପଦୋନ୍ନତି ହୋଇଛି। ଭଲ ପର୍‌ଫର୍ମାନ୍ସ ଯୋଗୁ ତାଙ୍କୁ ଏହି ପଦୋନ୍ନତି ମିଳିଛି
  • କେଏଲ୍‌ ରାହୁଲ ଗ୍ରେଡ୍‌ A ରୁ ଗ୍ରେଡ୍‌ B କୁ ଖସିଛନ୍ତି
  • ଆଜିଙ୍କ୍ୟ ରାହାଣେ, ଭୁବନେଶ୍ୱର କୁମାର, ହନୁମା ବିହାରୀ, ଇଶାନ୍ତ ଶର୍ମା, ମୟଙ୍କ ଅଗ୍ରୱାଲ୍‌ ଓ ଦୀପକ ଚହର ସେଣ୍ଟ୍ରାଲ୍‌ କଣ୍ଟ୍ରାକ୍ସରୁ ବାଦ୍‌ ପଡ଼ିଛନ୍ତି
  • ସଞ୍ଜୁ ସାମ୍‌ସନ୍‌, ଅର୍ଶଦୀପ ସିଂ, କେଏସ୍‌ ଭାରତ, ଦୀପକ ହୁଡା ଓ ଇଶାନ କିସାନଙ୍କୁ ତାଲିକାରେ ନୂଆ ଭାବେ ସ୍ଥାନିତ ହୋଇଛନ୍ତି
  • ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ୱିନୀ, ମହମ୍ମଦ ସାମି, ରିଷଭ୍‌ ପନ୍ତ ଓ ଅକ୍ଷର ପଟେଲ୍‌ A କ୍ୟାଟେଗୋରୀରେ ଅଛନ୍ତି
Advertisment
Indian Cricketers Cricketers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ