Astrospeak
  • Live TV
  • Read In English

ରାଜ୍ୟର ପ୍ରଥମ ସିନ୍ଥେଟିକ୍ ହ୍ୟାଣ୍ଡବଲ୍ ଗ୍ରାଉଣ୍ଡରେ କେନ୍ଦୁଝର ହେଲା ଚାମ୍ପିଅନ୍‌

ପୁରୁଷ ବିଭାଗ ଫାଇନାଲ୍ ମ୍ୟାଚ୍‌ରେ ଜଗତସିଂହପୁରକୁ ହରାଇ କେନ୍ଦୁଝର ଟିମ୍ ଚାମ୍ପିଆନ୍ ହୋଇଥିବା ବେଳେ ମହିଳା ବିଭାଗ ଫାଇନାଲ୍ ମ୍ୟାଚ୍‌ରେ ଜଗତସିଂହପୁରକୁ ହରାଇ ଯାଜପୁର ଚାମ୍ପିଆନ୍ ହୋଇଛି ।

Handball Tournament
Handball Tournament

କେନ୍ଦୁଝରରେ ୩ ଦିନ ଧରି ଚାଲିଥିବା ୩୪ ତମ ରାଜ୍ୟସ୍ତରୀୟ ସିନିୟର୍ ଦିବାରାତ୍ର ହ୍ୟାଣ୍ଡବଲ୍ ଚାମ୍ପିଆନସିପ୍ ମ୍ୟାଚ୍ ଶେଷ ହୋଇଛି । ରାଜ୍ୟର ପ୍ରଥମ ସିନ୍ଥେଟିକ୍ ହ୍ୟାଣ୍ଡବଲ୍ ଗ୍ରାଉଣ୍ଡରେ ୧୮ଟି ଜିଲ୍ଲାରୁ ୪ ଶହରୁ ଉର୍ଦ୍ଧ୍ୱ ପୁରୁଷ ଓ ମହିଳା ଖେଳାଳୀ ଭାଗ ନେଇଥିଲେ । ପୁରୁଷ ବିଭାଗ ଫାଇନାଲ୍ ମ୍ୟାଚ୍‌ରେ ଜଗତସିଂହପୁରକୁ ହରାଇ କେନ୍ଦୁଝର ଟିମ୍ ଚାମ୍ପିଆନ୍ ହୋଇଥିବା ବେଳେ ମହିଳା ବିଭାଗ ଫାଇନାଲ୍ ମ୍ୟାଚ୍‌ରେ ଜଗତସିଂହପୁରକୁ ହରାଇ ଯାଜପୁର ଚାମ୍ପିଆନ୍ ହୋଇଛି ।

ପ୍ରଥମରୁ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସହ ଖେଳ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ବିଜୟୀ ଟିମ୍‌କୁ ଅତିରିକ୍ତ ଜିଲ୍ଲାପାଳ ଟ୍ରଫି ପ୍ରଦାନ କରିଥିଲେ । ତାଙ୍କ ସହ କେନ୍ଦୁଝରଗଡ଼ ପୌରପାଳିକାର ନିର୍ବାହି ଅଧିକାରୀ ଡା. ମଧୁମ୍ମିତା ସାମନ୍ତରାୟ ମଧ୍ୟ ଉପସ୍ଥିତ ଥିଲେ । ଏହି ଚାମ୍ପିଆନସିପ୍‌ରେ ଭଲ ପ୍ରଦର୍ଶନ କରିଥିବା ଖେଳାଳୀ ରାଜସ୍ଥାନର ଜୟପୁର ଠାରେ ହେବାକୁ ଥିବା ଜାତୀୟ ହ୍ୟାଣ୍ଡବଲ୍ ଚାମ୍ପିଆନସିପ୍‌ ଖେଳରେ ଭାଗ ନେବାର ସୁଯୋଗ ପାଇବେ ।

ନୁତନ ଭାବେ ନିର୍ମିତ ଏହି ଷ୍ଟାଡିୟମରେ ଖେଳିବାକୁ ଖେଳାଳୀଙ୍କ ଯେତିକି ଆଗ୍ରହ, ଦର୍ଶକ ମାନେ ତା ଠାରୁ ବେଶି ଖୁସିଥିଲେ । ଆଗାମୀ ଦିନରେ ସରକାରଙ୍କ ପକ୍ଷରୁ ଏକ ଭଲ କୋଚ ନିଯୁକ୍ତ ହେଲେ ପିଲାମାନେ ଆହୁରି ଉଚ୍ଚକୋଟିର ଖେଳ ପ୍ରଦର୍ଶନ କରି ଦେଶ ପାଇଁ ସୁନାମ ଆଣି ପାରିବେ ବୋଲି ଖେଳାଳୀଙ୍କ ଆଶା ରହିଥିବା କହିଛନ୍ତି ।