Astrospeak
  • Live TV
  • Read In English

ଦ୍ରାବିଡ଼ କୋଚ୍‌ ଥିଲେ, ପାଣ୍ଡ୍ୟାଙ୍କୁ ‘କଫି ୱିଥ୍ କରଣ’ କୁ ଡାକିବାକୁ ସାହସ କରିନଥାନ୍ତେ କରଣ ଜୋହର

ଭାରତୀୟ କ୍ରିକେଟ୍ ଦଳ ଶ୍ରୀଲଙ୍କା ଗସ୍ତରେ ଯାଇଥିବା ବେଳେ ପ୍ରଥମ ମ୍ୟାଚ୍ ବିଜୟ ଯିକା ପିନ୍ଧି ଅଭିଯାନ ଆରମ୍ଭ କରିଛି । ପ୍ରଥମ ଦିନିକିଆରେ ଭାରତୀୟ ଦଳ ଆୟୋଜକ ଦଳକୁ ୭ ୱିକେଟରେ ପରାସ୍ତ କରିଛି ।

Coffee With Karan
Coffee With Karan

News Summary

ଶ୍ରୀଲଙ୍କାରେ ବିଜୟରୁ ଭାରତର ଅଭିଯାନ ଆରମ୍ଭ ।

ପ୍ରଥମ ଦିନିକିଆରେ ୭ ୱିକେଟରେ ପରାସ୍ତ କଲା ଭାରତ ।

ସିରିଜରେ ୧-୦ରେ ଅଗୁଆ ରହିଛି ।

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଗୋଟିଏ ଶାଖା ଶ୍ରୀଲଙ୍କା ଗସ୍ତରେ ଯାଇଥିବା ବେଳେ ପ୍ରଥମ ମ୍ୟାଚ୍‌ରୁ ବିଜୟ ଟିକା ପିନ୍ଧି ଅଭିଯାନ ଆରମ୍ଭ କରିଛି । ପ୍ରଥମ ଦିନିକିଆରେ ଭାରତୀୟ ଦଳ ଆୟୋଜକ ଦଳକୁ ୭ ୱିକେଟରେ ପରାସ୍ତ କରିଛି । ଫଳରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତୀୟ କ୍ରିକେଟ ଦଳ ୧-୦ରେ ଅଗୁଆ ରହିଛି । ଶିଖର ଧାୱନଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇଥିବା ଏହି ଦଳ ଶ୍ରୀଲଙ୍କାରେ ଆଶ୍ଚର୍ଯ୍ୟଜନକ ଭାବେ ପ୍ରଦର୍ଶନ କରିଛି । ଅନ୍ୟପଟେ ବିରାଟ କୋହଲିଙ୍କ ନେତୃତ୍ୱରେ ରୋହିତ ଶର୍ମା, ଜସପ୍ରୀତ ବୁମ୍ରା, ମହମ୍ମଦ ଶାମିଙ୍କ ଭଳି ଖେଳାଳିଙ୍କୁ ଧରି ଆଉ ଏକ ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ରହିଛି ।

ତେଣୁ କିଛି ଯୁବ ଖେଳାଳି ତଥା ନୂଆ ମୁହଁକୁ ନେଇ ଭାରତର ଏକ ଟିମ୍‌ ଶ୍ରୀଲଙ୍କା ଗସ୍ତରେ ଯାଇଛି । ମଇଦାନରେ ଦଳର ନେତୃତ୍ୱ ଶିଖର ଧାୱନ୍‌ ନେଉଥିବା ବେଳେ ପରଦା ପଛରେ ଦଳର ଭାର ସମ୍ଭାଳୁଛନ୍ତି ଭାରତର ପୂର୍ବତନ ଅଧିନୟକ ରାହୁଲ ଦ୍ରାବିଡ଼ । ଶ୍ରୀଲଙ୍କା ଗସ୍ତରେ ଥିବା ପୁରା ଟିମ୍‌ ଏବେ ରାହୁଲ ଦ୍ରାବିଡ଼ଙ୍କ ଦାୟିତ୍ୱରେ ରହିଛି । ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡଙ୍କ ତତ୍ୱାବଧାନରେ ଦଳ ଏକ ଭିନ୍ନ ଅନ୍ଦାଜରେ ତଥା ଜବରଦସ୍ତ ଶୈଳିରେ ଖେଳୁଥିବା ଦେଖାଯାଇଛି । ଏହି ଟିମ୍‌ର ବିଜୟ ପରେ କୋଚ ରବି ଶାସ୍ତ୍ରୀଙ୍କୁ ଲୋକମାନେ ସୋସିଆଲ ମିଡିଆରେ ଟ୍ରୋଲ କରିବା ଆରମ୍ଭ କରିଲେଣି ।

ପାଣ୍ଡ୍ୟାଙ୍କୁ ଡାକିବାକୁ ସାହସ କରି ନଥାନ୍ତେ କରଣ ଜୋହର

ତେବେ ମୁଖ୍ୟ କଥା ହେଉଛି କିଛି ବର୍ଷ ପୂର୍ବ ପାଣ୍ଡ୍ୟା କରଣଙ୍କ ଶୋକୁ ଯାଇଥିଲେ । ସେତେବେଳେ ଦଳର କୋଚ୍‌ ଥିଲେ ରବି ଶାସ୍ତ୍ରୀ ।ତେଣୁ ଏହାକୁ ନେଇ ଅଭିନେତା ତଥା ହାସ୍ୟ ଅଭିନେତା ରହମାନ ଖାନ କହିଛନ୍ତି ଯେ, ରାହୁଲ ଦ୍ରାବିଡ଼ ଶ୍ରୀଲଙ୍କା ଗସ୍ତରେ ଯାଇଥିବା ଭାରତୀୟ ଦଳର କୋଚ ଦାୟିତ୍ୱ ସମ୍ଭାଳୁଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ରବି ଶାସ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାହୁଲ ଦ୍ରାବିଡଙ୍କ ପର୍ଯ୍ୟନ୍ତ ପରିବର୍ତ୍ତନ କଷ୍ଟକର ରହିଛି । ଯଦି ରାହୁଲ ଦ୍ରାବିଡ ଭାରତର କୋଚ ହୋଇ ରହିଥାନ୍ତେ, ତେବେ କରଣ ଜୋହର କେବେ ବି ହାର୍ଦ୍ଦିକ୍‌ ପାଣ୍ଡ୍ୟାଙ୍କୁ କଫି ‘ୱିଥ୍‌ କରଣ ସୋ’କୁ ନିମନ୍ତ୍ରଣ କରିବାକୁ ସାହସ କରି ନଥାନ୍ତେ ।

ସୂଚନାଯୋଗ୍ୟ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କେ.ଏଲ୍ ରାହୁଲ, କରଣ ଜୋହରଙ୍କ ଲୋକପ୍ରିୟ ଶୋ’ କଫି ୱିଥ୍ କରଣ'ରେ ଅତିଥି ଭାବରେ ଆସିଥିଲେ । ଏହି ଶୋ’ରେ କିଛି ମନ୍ତବ୍ୟ ଦେବା ବେଳେ ହାର୍ଦ୍ଦିକ୍‌ ପାଣ୍ଡ୍ୟା ମହିଳାମାନଙ୍କୁ ନେଇ ଅଶ୍ଲୀଳ ଟପ୍ପଣୀ କରିଥିଲେ । ଯାହା ଫଳରେ ଏହାକୁ ନେଇ ଅନେକ ଆଲୋଚନା କରାଯାଇଥିଲା । ବିଭିନ୍ନ ମହଲରୁ ହାର୍ଦ୍ଦିକ୍‌ଙ୍କୁ କଡ଼ା ସମାଲୋଚନା ମଧ୍ୟ କରାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ମଧ୍ୟ କେ.ଏଲ୍‌ ରାହୁଲ ଏବଂ ହାର୍ଦ୍ଦିକ୍‌ ପାଣ୍ଡ୍ୟାଙ୍କୁ କିଛି ଦିନ ପାଇଁ କ୍ରିକେଟ୍‌ରୁ ବ୍ୟାନ୍‌ କରିଥିଲା ।