Advertisment

Bumrah Vice Captain: ଚାମ୍ପିୟନ୍ସ ଟ୍ରଫି ପାଇଁ ରାହୁଲ, ପାଣ୍ଡ୍ୟାଙ୍କୁ ଉପେକ୍ଷା

ଆଇସିସି ଚାମ୍ପିୟନ୍ସ ଟ୍ରଫି ପାଇଁ ଜାନୁୟାରୀ ୧୨ ପ୍ରୋଭିଜନାଲ ଦଳ ଘୋଷଣାର ଶେଷ ତାରିଖ ରହିଛି। ଅନ୍ୟ ପକ୍ଷରେ ଦଳରେ କୌଣସି ପରିବର୍ତ୍ତନ ପାଇଁ ଫେବୃୟାରୀ ୧୩ ଶେଷ ତାରିଖ ରହିଛି। ସେହିପରି ଦିନିକିଆ ଦଳର ଉପ ଅଧିନାୟକ ହେବାର ଲକ୍ଷ୍ୟ ରଖିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲଙ୍କୁ ନିରାଶ ହେବାକୁ ପଡିବ।

ଅଦ୍ୟତନ ହୋଇଛି
bumrah

bumrah

Advertisment

ଟେଷ୍ଟ ମ୍ୟାଚରେ ପରାଜୟ ପରେ ଦିନିକିଆ ସିରିଜ ପାଇଁ ପାଗ ଭିଡୁଛି ଭାରତୀୟ ଦଳ। ଲଗାତାର ସିରିଜ ପରାଜୟର ସମ୍ମୁଖୀନ ହୋଇଥିବା ଭାରତୀୟ ଦଳ ଦମଦାର ପ୍ରତ୍ୟାବର୍ତ୍ତନ ଅପେକ୍ଷାରେ ରହିଛି। ଭାରତୀୟ ଦଳ ଏହାର ଅନ୍ତିମ ୮ ଟେଷ୍ଟରୁ ୭ଟିରେ ପରାଜିତ ହୋଇଛି। ଆଇସିସି ଚାମ୍ପିୟନ୍ସ ଟ୍ରଫି ଆସନ୍ତା ଫେବୃୟାରୀ ୧୯ ତାରିଖରୁ ଆରମ୍ଭ ହେବ। ଏହି ଟୁର୍ନାମେଣ୍ଟ ପୂର୍ବରୁ ଭାରତ ଇଂଲଣ୍ଡ ବିପକ୍ଷରେ ୫ ଟି୨୦ ଓ ୩ ଦିନିକିଆ ମ୍ୟାଚ ଖେଳିବ।

Advertisment

ଆଇସିସି ଚାମ୍ପିୟନ୍ସ ଟ୍ରଫି ପାଇଁ ଜାନୁୟାରୀ ୧୨ ପ୍ରୋଭିଜନାଲ ଦଳ ଘୋଷଣାର ଶେଷ ତାରିଖ ରହିଛି। ଅନ୍ୟ ପକ୍ଷରେ ଦଳରେ କୌଣସି ପରିବର୍ତ୍ତନ ପାଇଁ ଫେବୃୟାରୀ ୧୩ ଶେଷ ତାରିଖ ରହିଛି। ସେହିପରି ଦିନିକିଆ ଦଳର ଉପ ଅଧିନାୟକ ହେବାର ଲକ୍ଷ୍ୟ ରଖିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲଙ୍କୁ ନିରାଶ ହେବାକୁ ପଡିବ। ରିପୋର୍ଟ ଅନୁସାରେ ଅଷ୍ଟ୍ରେଲିଆ ସିରିଜରେ ଉପ ଅଧିନାୟକ ରହିଥିବା ଯଶପ୍ରୀତ ବୁମରା ଆସନ୍ତା ଚାମ୍ପିୟନ୍ସ ଟ୍ରଫି ପାଈଁ ମଧ୍ୟ ରୋହିତ ଶର୍ମାଙ୍କ ଡେପୁଟି ରହି ପାରନ୍ତି। ଉଭୟ ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲ ୨୦୨୩ ବିଶ୍ବକପରେ ଭାରତୀୟ ଦଳର ଉପ ଅଧିନାୟକ ରହି ସାରିଛନ୍ତି।

ପ୍ରଥମରୁ ହାର୍ଦ୍ଦିକ ଭାରତୀୟ ଦଳର ଉପ ଅଧିନାୟକ ରହିଥିବା ବେଳେ ଗୋଇଠି ଆଘାତ ପରେ ସେ ବାଦ ପଡିଥିଲେ। ପରେ ଲୋକେଶ ରାହୁଲ ଭାରତୀୟ ଦଳର ଉପ ଅଧିନାୟକ ରହିଥିଲେ। ଉଭୟ ଖେଳାଳିଙ୍କ ନାମ ଉପ ଅଧିନାୟକ ପଦ ପାଇଁ ବିଚାର କରାଯାଉ ନଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଭାରତୀୟ ଦଳର ଟ୍ରମ୍ପକାର୍ଡ ରହିଥିବା ଯଶପ୍ରୀତ ବୁମରା ସିଡନୀରେ ଖେଳା ଯାଉଥିବା ସିରିଜର ଅନ୍ତିମ ତଥା ପଞ୍ଚମ ଟେଷ୍ଟର ଦ୍ବିତୀୟ ଦିନରେ ଆହତ ହୋଇଥିଲେ।

Advertisment

ଦ୍ବିତୀୟ ଦିନର ଲଞ୍ଚ ପରେ ବୁମରା ପଡିଆ ଛାଡିଥିଲେ। ଏହି ସିରିଜରେ ସେ ୧୫୧.୨ ଓଭର ବୋଲିଂ କରିବା ସହିତ ସେ ୧୩.୦୬ ଆଭରେଜରେ ସେ ୩୨ ଉଇକେଟ ନେଇଥିଲେ। ବୁମରା ଆହତ ଥିଲେ ମଧ୍ୟ ଆହତ ସମସ୍ୟା ଏତେ ଗୁରୁତା ନାହିଁ। ଫଳରେ ସେ ଚାମ୍ପିୟନ୍ସ ଟ୍ରଫି ବେଳକୁ ଫିଟ ହୋଇ ସାରିଥିବେ ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ କ୍ରିକେଟ ଦଳକୁ ସରକାରଙ୍କ ଅନୁମତି ନ ମିଳିବା କାରଣରୁ ଏହା ହାଇବ୍ରିଡ ମଡେଲରେ ଅଂଶଗ୍ରହଣ କରିବ। ଭାରତ ଏହାର ସମସ୍ତ ମ୍ୟାଚ ୟୁଏଇରେ ଖେଳିବାକୁ ଯାଉଛି।

Jasprit Bumrah ICC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ