Advertisment

'ଜାତୀୟ ଦଳକୁ ଆସିବେ ଅଧିକ ଓଡ଼ିଆ ଖେଳାଳି'

ଭାରତୀୟ ହକି ଦଳର ଦୁଇ ଓଡିଆ ସଦସ୍ୟ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉଭୟଙ୍କୁ ଟୁଇଟ୍ କରି ଶୁଭେଚ୍ଛା ଜଣାଇବା ସହ ପଡ଼ିଆରେ ଅମିତ ରୋହିଦାସଙ୍କ ଶକ୍ତି ଓ ସାମର୍ଥ୍ୟକୁ  ପ୍ରଶଂସା କରିଛନ୍ତି ମୋଦି।

ଅଦ୍ୟତନ ହୋଇଛି
'ଜାତୀୟ ଦଳକୁ ଆସିବେ ଅଧିକ ଓଡ଼ିଆ ଖେଳାଳି'

Amit Rohidas and Birendra Lakra

Advertisment

ଭୁବନେଶ୍ୱର: ଦୀର୍ଘ ବ୍ୟବଧାନରେ ପଦକ ଆଣିଥିବାରୁ ମୁଁ ପୂରା ଗର୍ବିତ। OTVକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଏକଥା କହିଛନ୍ତି ଅମିତ ରୋହିଦାସ। ଗତରାତିରୁ ବ୍ରୋଞ୍ଜ ପଦକ ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ଥିଲୁ। ଦୀର୍ଘ ବ୍ୟବଧାନରେ ପଦକ ଆଣିଥିବାରୁ ମୁଁ ପୂରା ଗର୍ବିତ। ଖେଳର ପ୍ରତିଟି ସେକେଣ୍ଡ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ଖେଳର ଶେଷ ସେକେଣ୍ଡ ପର୍ଯ୍ୟନ୍ତ ଜୀବନ ଦେଇ ଖେଳିଥିଲୁ ବୋଲି ସେ କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି- ପେନାଲଟି କର୍ଣ୍ଣର ରୋକିବା ଉପରେ ଗୁରୁତ୍ୱ ଦେଉଥିଲୁ। ନିଜର ପଦକ ଦେଖାଇ ଦେଶବାସୀଙ୍କୁ ଅମିତ ଧନ୍ୟବାଦ ଦେଇଛନ୍ତି। ସଫଳତା ପାଇଁ ପରିବାର ସଦସ୍ୟଙ୍କ ସମର୍ଥନକୁ ଅମିତ ମନେ ପକାଇଛନ୍ତି। ୨୦୨୪ରେ ସ୍ବର୍ଣ୍ଣ ଆଣିବାର ଆଶା ଅମିତ ଦେଇଛନ୍ତି।

ଭାରତୀୟ ହକି ଦଳର ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରାଙ୍କ OTVକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ସ୍ୱର୍ଣ୍ଣ ପାଇଁ ଆଶା ଓ ପ୍ରସ୍ତୁତି ଥିଲା, ବ୍ରୋଞ୍ଜରେ ସନ୍ତୁଷ୍ଟ ହେବାକୁ ପଡ଼ିଲା। ୨୦୨୪ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଲାଗି ଆଶା ରଖିଛୁ। ୨୦୨୩ରେ ଓଡ଼ିଶାରେ ହେବାକୁ ଥିବା ବିଶ୍ୱକପ୍ ହକିରେ ଅଧିକରୁ ଅଧିକ ଓଡ଼ିଆ ଖେଳାଳି ସାମିଲ ହେବେ। ଭାରତୀୟ ହକି ଲାଗି ଓଡ଼ିଶା ସରକାରଙ୍କ ପ୍ରୋତ୍ସାହନକୁ ଲାକ୍ରା ପ୍ରଶଂସା କରିଛନ୍ତି। 

Advertisment

ଏପଟେ ଭାରତୀୟ ହକି ଦଳର ଦୁଇ ଓଡିଆ ସଦସ୍ୟ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉଭୟଙ୍କୁ ଟୁଇଟ୍ କରି ଶୁଭେଚ୍ଛା ଜଣାଇବା ସହ ପଡ଼ିଆରେ ଅମିତ ରୋହିଦାସଙ୍କ ଶକ୍ତି ଓ ସାମର୍ଥ୍ୟକୁ  ପ୍ରଶଂସା କରିଛନ୍ତି ମୋଦି। ଅମିତଙ୍କୁ ଏକ ଦୁର୍ଭେଦ୍ୟ ପ୍ରାଚୀରର ଆଖ୍ୟା ଦେଇ ରକ୍ଷଣ ଭାଗରେ ବୀରେନ୍ଦ୍ର ଲାକ୍ରାଙ୍କ ଖେଳକୁ ମଧ୍ୟ ଭୁରି ଭୁରି ପ୍ରଶଂସା କରିଛନ୍ତି। ଅଭିଜ୍ଞତାକୁ ଆଧାର କରି ଲାକ୍ରା ଦଳକୁ ବିଜୟ ଦେଇଛନ୍ତି ବୋଲି ମୋଦି ଟ୍ବିଟ୍ କରି କହିଛନ୍ତି।

ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତିବା ପରେ ଭାରତୀୟ ହକି ଟିମ୍‌ର ଗୋଲକିପର୍ ଶ୍ରୀଜେଶଙ୍କ ପ୍ରଶଂସାରେ ସମସ୍ତେ ଶତମୁଖ। ଆଜି ମ୍ୟାଚ୍ ସରିବାର ୬ ସେକେଣ୍ଡ ପୂର୍ବରୁ ଜର୍ମାନୀକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଅଟକାଇ ଭାରତ ପାଇଁ ୪୧ ବର୍ଷ ପରେ ହକିରେ ଅଲିମ୍ପିକ୍ସ ପଦକ ନିଶ୍ଚିତ କରିଥିଲେ ଏହି ଅଭିଜ୍ଞ ଗୋଲକିପର୍। କେବଳ ଏହା ନୁହଁ ଆଜିର ମ୍ୟାଚରେ ମଧ୍ୟ ଜର୍ମାନୀର ପ୍ରାୟ ୫ଟି ପେନାଲ୍ଟି କର୍ଣ୍ଣରକୁ ଅଟକାଇ ଦେଇଥିଲେ ୩୫ ବର୍ଷୀୟ ଶ୍ରୀଜେଶ୍। ଆଉ ଏହି ପ୍ରଦର୍ଶନ ପରେ ସୋସିଆଲ୍ ମିଡିଆରେ ଟ୍ରେଣ୍ଡିଂ ହେଉଛନ୍ତି ଶ୍ରୀଜେଶ। ସମସ୍ତେ ତାଙ୍କୁ କ୍ରିକେଟର ଦି ଓ୍ୱାଲ୍ ରାହୁଲ୍ ଦ୍ରାଭି଼ଡଙ୍କ ସହ ତୁଳନା କରି ଟୁଇଟ୍ କରିଛନ୍ତି।କେହି କେହି ତାଙ୍କ ଭିନ୍ନ ଭିନ୍ନ ଭଙ୍ଗୀର ଫଟୋକୁ ପୋଷ୍ଟ କରିଛନ୍ତି। 

Advertisment
Odisha News PM Modi Tokyo Olympics Hockey India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ