• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଅକ୍ଟୋବର ୧୬ରୁ ଅଷ୍ଟ୍ରେଲିଆ ଆରମ୍ଭ ହୋଇଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ପ୍ରଥମ ରାଉଣ୍ତରୁ ଦୁଇଥର ଟାଇଟଲ୍‌ ଜିତିଥଇବା ୱେଷ୍ଟଇଣ୍ତିଜ୍‌ ଗ୍ରୁପ୍‌ ଷ୍ଟେଜ୍ ବିଦା ହୋଇଛି । ଗ୍ରୁପ୍‌ ପର୍ଯ୍ୟାୟର ଶେଷ ମ୍ୟାଚ୍‌ରେ ଆୟର୍ଲ୍ୟାଣ୍ତ ମ୍ୟାଚ୍‌କୁ ଏକତରଫା ଭାବେ ଜିତି ୱେଷ୍ଟଇଣ୍ତିଜ୍‌କୁ ବିଶ୍ୱକପ୍‌ରୁ ବାହାର ରାସ୍ତା ଦେଖାଇଛି ।

ଗ୍ରୁପ୍‌ ପର୍ଯ୍ୟାୟରେ ୱେଷ୍ଟଇଣ୍ତିଜ୍‌ ମୋଟ୍‌ ତିନୋଟି ମ୍ୟାଚ୍‌ରୁ ଦୁଇଟି ମ୍ୟାଚ୍‌ ହାରି ବିଶ୍ୱକପ୍‌ରୁ ବିଦା ହୋଇଛି । ଏହାପୂର୍ବରୁ ସ୍କଟଲାଣ୍ତ ବିପକ୍ଷ ମ୍ୟାଚ୍‌ ମଧ୍ୟ ୱେଷ୍ଟଇଣ୍ତିଜ ହାରିଯାଇଥିଲା । ଦୁଇଥର ବିଶ୍ୱକପ୍‌ ବିଜେତା ୱେଷ୍ଟଇଣ୍ତିଜ୍‌ ବିଶ୍ୱକପ୍‌ର ସୁପର୍‌ ୧୨ ମୁକାବିଲାରୁ ବାଦ୍‌ ପଡ଼ିଛି । ଏହାସହ ଆୟର୍ଲ୍ୟାଣ୍ତ ସୁପର୍‌ ୧୨ ରେ ପ୍ରବେଶ କରିଛି ।

ଆୟର୍ଲ୍ୟାଣ୍ତର ଭେଟରାନ ବ୍ୟାଟ୍ସମ୍ୟାନ୍‌ ପଲ ଷ୍ଟ୍ରିଲିଙ୍ଗ ୪୮ ବଲରେ ଅପରାଜିତ ୬୬ ରନ କରି ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ । ଦଳ ୧୫ ବଲ ଥାଇ ୱେଷ୍ଟଇଣ୍ଡିଜ୍‌କୁ ବିଶ୍ୱକପରୁ ବାହାରର ରାସ୍ତା ଦେଖାଇଛି । ଏହାପୂର୍ବରୁ ଗାରେଥ ଡେଲାନୀ କ୍ୟାରିୟର ବେଷ୍ଟ ୪-୦-୧୬-୩ ଯୋଗୁ ୱେଷ୍ଟଇଣ୍ଡିଜ୍‌ ୫ ୱିକେଟ ହରାଇ ୧୪୬ ରନରେ ଅଟକି ଯାଇଥିଲା।

୭ମ ଥର ପାଇଁ ଟି-୨୦ ବିଶ୍ୱକପ ଖେଳୁଥିବା ଆୟର୍ଲ୍ୟାଣ୍ଡ ଦ୍ୱିତୀୟ ଥର ପାଇଁ ପରବର୍ତ୍ତୀ ପର୍ଯ୍ୟାୟକୁ ଯାଇପାରିଛି । ୨୦୦୯ରେ ଦଳ ସୁପର ୮ରେ ପ୍ରବେଶ କରିଥିଲା। ବିଶ୍ୱର ଏକମାତ୍ର ଟିମ ଭାବେ ୱେଷ୍ଟଇଣ୍ଡିଜ ୨୦୧୨ ଓ ୨୦୧୬ରେ ଦୁଇଥର ଟି-୨୦ ବିଶ୍ୱକପ ଜିତିବାର ରେକର୍ଡ କରିଥିଲା। ହେଲେ ଦଳ ଏଥର ପ୍ରଥମ ରାଉଣ୍ଡରୁ ବିଦାୟ ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ଚଳିତ ବିଶ୍ୱକପରେ ନିକୋଲସ ପୂରନଙ୍କ ନେତୃତ୍ୱାଧୀନ ଇଣ୍ଡିଜ ଟିମ ଶିମରନ ହେଟମାୟର ଓ ଆନ୍ଦ୍ରେ ରସଲଙ୍କ ଭଳି ଖେଳାଳିଙ୍କ ବିନା ମୈଦାନକୁ ଓହ୍ଲାଇଥିଲା । ଏହାର ପରିଣାମ ସ୍ୱରୂପ ଦଳ ପ୍ରଥମ ମ୍ୟାଚ୍‌ରେ ସ୍କଟଲ୍ୟାଣ୍ଡ ଠାରୁ ୪୨ ରନରେ ପରାସ୍ତ ହୋଇଥିଲା । ତେବେ ଜିମ୍ବାୱେକୁ ୩୧ ରନରେ ହରାଇ ଇଣ୍ଡିଜ ୱିନିଂ ଟ୍ରାକକୁ ଫେରିଥିଲା । କିନ୍ତୁ ଆଜି ୱେଷ୍ଟଇଣ୍ତିଜ୍‌ ଆୟର୍ଲ୍ୟାଣ୍ଡ ଠାରୁ ୯ ୱିକେଟରେ ହାରି ଗ୍ରୁପ ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି ।