Kolkata Knight Riders, Sunrisers Hyderabad
ଆଜି କୋଲକାତା ଇଡେନ୍ ଗାର୍ଡେନ୍ ଷ୍ଟାଡିୟମରେ ଆମ୍ନାସାମ୍ନି ହେବେ କେକେଆର୍ ଓ ସନ୍ରାଇଜର୍ସ ହାଇଦ୍ରାବାଦ । ଟୁର୍ଣ୍ଣାମେଣ୍ଟର ଆରମ୍ଭରୁ କେକେଆର୍ ହାର୍ର ସାମ୍ନା କରିଥିଲେ ୱି ଗତ ଦୁଇଟି ମ୍ୟାଚ୍ରେ ଦମଦାର କମ୍ବ୍ୟାକ୍ କରିଛି । ରିଙ୍କୁ ସିଂହଙ୍କ ଅବିଶ୍ୱସନୀୟ ମ୍ୟାଚ୍ ବିଜୟୀ ଇନିଂସ ପରେ କୋଲ୍କାତା ନାଇଟ୍ ରାଇଡର୍ସ ଆଜି ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ହ୍ୟାଟ୍ରିକ୍ ବିଜୟ ହାସଲ ଲକ୍ଷ୍ୟରେ ରହିଛି।
ଚଳିତ ସଂସ୍କରଣରେ କେକେଆର୍ ପ୍ରଥମ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସଠୁ ପରାଜିତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ଦୁଇ ମ୍ୟାଚ୍ରେ ବିଜୟ ହାସଲ କରିଥିଲା । ପ୍ରଥମେ ଶାର୍ଦ୍ଦୁଳ ଠାକୁରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୮୧ ରନ୍ରେ ପରାସ୍ତ କରିଥିଲା। ଏଥିରେ ଠାକୁର ୨୯ ବଲ୍ରୁ ୬୮ ରନ୍ କରିଥିଲେ । ପରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ରିଙ୍କୁ ଶେଷ ଓଭରରେ ୫ ବଲ୍ରୁ ୫ ଛକା ମାରି ଦଳକୁ ଚମତ୍କାର ବିଜୟ ଦେଇଥିଲେ ।
ଅଧିକ ପଢ଼ନ୍ତୁ: ଆଇପିଏଲ୍ରେ ମୋଟା ଅଙ୍କର ଦରମା ନିଅନ୍ତି ଅମ୍ପାୟାର୍, ଜାଣିଲେ ହୋସ୍ ଉଡ଼ିଯିବ..
ଟିମ୍ରେ ଶ୍ରେଯସ ଅୟର କିମ୍ବା ସାକିବ୍ ଅଲ୍ ହାସନଙ୍କ ଅନୁପସ୍ଥିତି ସତ୍ତ୍ୱେ ଦଳ ଏବେ ମଜବୁତ୍ ସ୍ଥିତିରେ ରହିଛି । ସେହିପରି ଏଡେନ୍ ମାର୍କ୍ରମଙ୍କ ନେତୃତ୍ୱାଧୀନ ହାଇଦ୍ରାବାଦରେ ହାରି ବ୍ରୁକ୍, ମୟଙ୍କ ଅଗ୍ରୱାଲ, ହେନରିକ କ୍ଲାସେଁଙ୍କ ପରି ବଡ଼ବଡ଼ ନାଁ ରହିଛି। ହେଲେ ସେମାନଙ୍କ ମଧ୍ୟରୁ କେହି ବି ଏଯାଏଁ ଫିଲ୍ଡରେ କମାଲ ଦେଖାଇପାରିନାହାନ୍ତି । କାରଣ ହାଇଦ୍ରାବାଦ ପ୍ରଥମ ଦୁଇ ମ୍ୟାଚ୍ରେ ଆଶାନୁରୂପକ ପ୍ରଦର୍ଶନ ଦେଇପାରିନଥିଲା। ତଥାପି ରାହୁଲ ତ୍ରିପାଠୀଙ୍କ ୭୪ ରନ୍ ସହାୟତାରେ ଦଳ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ପ୍ରଥମ ବିଜୟ ପାଇଥିଲା ।
ବ୍ରାଏନ୍ ଲାରାଙ୍କ ଦ୍ୱାରା ପ୍ରଶିକ୍ଷିତ ଏହି ଦଳ ବିଜୟ ଧାରା ଜାରି ରଖିବାକୁ ଚାହିଁବ। ଭୁବନେଶ୍ୱର କୁମାରଙ୍କ ନେତୃତ୍ୱାଧୀନ ବୋଲିଂ କ୍ରମରେ ମାର୍କୋ ଜାନସେନ ଏବଂ ସ୍ପିନର ୱାସିଂଟନ୍ ସୁନ୍ଦର, ମୟଙ୍କ ମାର୍କଣ୍ଡେଙ୍କୁ ପ୍ରାରମ୍ଭିକ ସଫଳତା ମିଳିଲେ ଦଳ ପୁଣି ଥରେ ବିଜୟୀ ହେବା ଆଶା ରଖିପାରିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1681446322.jpg)