Advertisment

ଆଜି ନୁହେଁ, ଆସନ୍ତାକାଲି ଖେଳାଯିବ IPL ଫାଇନାଲ ମ୍ୟାଚ

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯିବ ଫାଇନାଲ୍।

ଅଦ୍ୟତନ ହୋଇଛି
 IPL final postponed to Monday after heavy downpour

IPL final postponed to Monday after heavy downpour

Advertisment

ସୁପର ସଣ୍ଡେରେ ସୁପର ମ୍ୟାଚ୍‌ ସ୍ଥଗିତ। ଆଇପିଏଲ ମହାସମରର ଆଜି ଗ୍ରାଣ୍ଡ ଫିନାଲେ ସ୍ଥଗିତ କରାଯାଇ ଆସନ୍ତାକାଲି(ସୋମବାର) ରଖାଯାଇଛି। ଅହମଦାବାଦରେ ବର୍ଷା କାରଣରୁ ମ୍ୟାଚ ବାତିଲ ହୋଇଛି। କିଏ ମାରିବ ବାଜିମାତ, ଏହାକୁ ନେଇ ଦୁଇ ଟିମର ଫ୍ୟାନ୍ସଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି। 

Advertisment

ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯିବ ଫାଇନାଲ୍। ବର୍ଷା ଲାଗି ରହିବାରୁ ଆଜି ମ୍ୟାଚ୍ ଖେଳିବା ସମ୍ଭବ ହୋଇପାରିନଥିଲା। ଏପରିକି ଟସ୍ ମଧ୍ୟ ପଡିପାରିନଥିଲା।

Advertisment

ରବିବାର ରାତି ୮ଟାରେ ଅହମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମ ଉପରେ ରହିବ ସାରା ଦେଶର ନଜର ରହିବ। କାରଣ ଚଳିତ ଆଇପିଏଲର ଦୁଇ ଶକ୍ତିଶାଳୀ ଟିମ୍‌ ଟ୍ରଫି ପାଇଁ ଟକ୍କର କରିବେ। ଯେତେବେଳେ ଆଇପିଏଲର ଚଳିତ ସିଜିନ ଆରମ୍ଭ ହୋଇଥିଲା ସେତେବେଳେ ଚେନ୍ନାଇ ଓ ଗୁଜରାଟ ମୁହାଁମୁହିଁ ହୋଇଥିଲେ। ଏଥିରେ ଗୁଜରାଟ ବିଜୟୀ ହୋଇଥିଲା। ଏବେ ପୁଣି ସମାନ ସ୍ଥିତି। ଏହା ଫାଇନାଲ ମ୍ୟାଚ ହୋଇଥିବାରୁ ଉଭୟ ଦଳ ଉପରେ ଯଥେଷ୍ଟ ଚାପ ରହିବ।

ଏହାପୂର୍ବରୁ ଚେନ୍ନାଇ ସୁପର କିଙ୍ଗସର ଭେଟରାନ କ୍ରିକେଟର ଅମ୍ବାତି ରାୟୁଡୁ ଆଇପିଏଲକୁ ଅଲବିଦା କହିଛନ୍ତି। ଆଜିର ଫାଇନାଲ ମ୍ୟାଚ୍‌ ପରେ ତାଙ୍କୁ ଆଉ ଆଇପିଏଲରେ ଦେଖିବାକୁ ମିଳିବ ନାହିଁ। ଆଜି ସେ ଶେଷଥର ପାଇଁ ଆଇପିଏଲ ମ୍ୟାଚ୍‌ ଖେଳିବେ ବୋଲି ରାୟୁଡୁ ନିଜର ଅବସର ଘୋଷଣା ବେଳେ କହିଛନ୍ତି।

Advertisment

ପଏଣ୍ଟ୍ ଟେବୁଲରେ ଗୁଜରାଟ୍ ମୋଟ ୧୪ଟି ମ୍ୟାଚ ଖେଳି ୧୦ଟି ଜିତିଥିବା ବେଳେ ମୋଟ ୨୦ ପଏଣ୍ଟ୍ ହାସଲ କରି ସବା ଉପରେ ରହିଛି। ସେହିପରି ଚେନ୍ନାଇ ସୁପର କିଙ୍ଗସ୍ ମୋଟ୍ ୧୪ଟି ମ୍ୟାଚରୁ ୮ଟିରେ ବିଜୟ ହାସଲ କରି ୧୭ ପଏଣ୍ଟରେ ଦ୍ୱିତୀୟ ସ୍ଥାନରେ ରହିଛି।

CSK IPL 2023
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ