୨୦୨୨ IPLରେ ସାମିଲ ହେବେ ଦୁଇ ନୂଆ ଟିମ୍‌, ଜାଣନ୍ତୁ କିଏ..

୨୦୨୨  ଆଇପିଏଲ୍‌ରେ ସାମିଲ ହେବେ ଆଉ ଦୁଇ ନୂଆ ଟିମ୍‌ । ଏନେଇ ଜାତୀୟ ଗଣମାଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି । ନୂଆ ଆଇପିଏଲ୍ ଟିମ୍ ପାଇଁ ବିଡିଂରେ ଅଦାନୀ ଗ୍ରୁପ୍ ଏବଂ ଇଂଲଣ୍ଡର ପ୍ରସିଦ୍ଧ ଫୁଟବଲ୍ କ୍ଲବ ମାଞ୍ଚେଷ୍ଟର ୟୁନାଇଟେଡ୍‌ର ମାଲିକ ଗ୍ଲାଜର ବ୍ରଦର୍ସ ବିଡ୍ ଜିତିଥିବା ସୂଚନା ମିଳିଛି ।

IPL 2022

News Summary

ଅହମ୍ମଦାବାଦ, ଲକ୍ଷ୍ନୌ ଆଇପିଏଲ୍‌ର ନୂଆ ଟିମ୍ !

ଅଦାନୀ ଗ୍ରୁପ୍ ଓ ମାଞ୍ଚେଷ୍ଟର ୟୁନାଇଟେଡ୍ ମାଲିକ ବିଡ୍ ଜିତିଥିବା ସୂଚନା ।

ବିସିିସିଆଇ ପକ୍ଷରୁ ଏନେଇ ଆନୁଷ୍ଠାନିକ ଘୋଷଣା ହୋଇନାହିଁ ।

୨୦୨୨  ଆଇପିଏଲ୍‌ରେ ସାମିଲ ହେବେ ଆଉ ଦୁଇ ନୂଆ ଟିମ୍‌ । ଏନେଇ ଜାତୀୟ ଗଣମାଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି । ନୂଆ ଆଇପିଏଲ୍ ଟିମ୍ ପାଇଁ ବିଡିଂରେ ଅଦାନୀ ଗ୍ରୁପ୍ ଏବଂ ଇଂଲଣ୍ଡର ପ୍ରସିଦ୍ଧ ଫୁଟବଲ୍ କ୍ଲବ ମାଞ୍ଚେଷ୍ଟର ୟୁନାଇଟେଡ୍‌ର ମାଲିକ ଗ୍ଲାଜର ବ୍ରଦର୍ସ ବିଡ୍ ଜିତିଥିବା ସୂଚନା ମିଳିଛି । ଏହି ଦୁଇଟି ଟିମ୍‌ ହେଉଛନ୍ତି ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ।

୨ ନୂଆ ଆଇପିଏଲ୍ ଟିମ୍ ଲାଗି ୨୨ଟି କମ୍ପାନୀ ବିଡ୍ ପକାଇଥିଲେ । କଟକ ସହର ଲାଗି ଶିଳ୍ପପତି ନବୀନ ଜିନ୍ଦଲଙ୍କ JSPL ମଧ୍ୟ ବିଡ୍ ପକାଇଥିବା କୁହାଯାଉଥିଲା । ତେବେ ଆଜି ବିଡ୍ ଖୋଲା ଯିବା ପରେ ଅଦାନୀ ଗ୍ରୁପ୍ ଏବଂ ଗ୍ଲାଜର ବ୍ରଦର୍ସ ବାଜି ମାରିଥିବା କୁହାଯାଉଛି । ଏନେଇ ବିସିସିଆଇ ପକ୍ଷରୁ ଏବେ ସୁଦ୍ଧା ଆନୁଷ୍ଠାନିକ ଭାବେ କୌଣସି ଘୋଷଣା କରାଯାଇ ନାହିଁ । କିନ୍ତୁ ଯାହା ସୂଚନା ରହିଛି ଯେ, ଖୁବ୍‌ଶୀଘ୍ର ଏନେଇ ଘୋଷଣା କରାଯାଇପାରେ । 

glazer brothers

ତେବେ ଏଥିରୁ ସ୍ପଷ୍ଟ ହେଉଛି ଯେ, ଆଇପିଏଲ୍‌ର ଲୋକପ୍ରିୟତା କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ୱରେ ରହିଛି । ଆଉ ଏହା ସବୁଠାରୁ ହାଇପ୍ରୋଫାଇଲ୍‌ ଘରୋଇ ଟୁର୍ଣ୍ଣାମେଣ୍ଟ ହୋଇଥିବା ମଧ୍ୟ କୁହାଯାଉଛି । କାରଣ ବଡ଼ ବଡ଼ କମ୍ପାନୀ ଏଥିରେ ଇନ୍‌ଭେଷ୍ଟ କରିବା ପାଇଁ ଆଗଭର ହେଉଛନ୍ତି । ଏହା ବ୍ୟୟବହୂଳ ହେବା ସହ ଅନେକ ଲାଭ ଦାୟକ ମଧ୍ୟ ରହୁଛି । ତେଣୁ ଆଇପିଏଲ୍‌ରେ ଇନ୍‌ଭେଷ୍ଟ କରିବାକୁ କମ୍ପାନୀ ମାନେ ଚାତକ ଭଳି ଚାହିଁ ରହିଛନ୍ତି । ଏହି ବ୍ୟବସାୟିକ ଲୋଭ ଯୋଗୁଁ  ଇଲଣ୍ଡର ପ୍ରସିଦ୍ଧ ଫୁଟବଲ୍ କ୍ଲବ ମାଞ୍ଚେଷ୍ଟର ୟୁନାଇଟେଡ୍‌ର ମାଲିକ ଗ୍ଲାଜର ବ୍ରଦର୍ସ ମଧ୍ୟ ଏଥିରେ ଇନ୍‌ଭେଷ୍ଟ କରିବାକୁ ଆଗଭର ହୋଇଥିବା କୁହାଯାଉଛି ।

Adani

ସୂଚନାଯୋଗ୍ୟ, ଆଇପିଏଲ୍‌ ୨୦୨୧ ଶେଷ ହୋଇଯାଇଛି । ଏଥରର ଚାମ୍ପିଅନ୍‌ ଟିମ୍‌ ଚେନ୍ନାଇ ସୁପର କିଙ୍ଗ୍‌ସ । ଆରମ୍ଭରୁ ଭାରତରେ ଆଇପିଏଲ୍‌ ମ୍ୟାଚ୍‌ ଖେଳାଯାଇଥିଲେ ମଧ୍ୟ କରୋନା ମହାମାରୀ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା । ପରେ ଏହାର ଦ୍ୱିତୀୟ ସଂସ୍କରଣ ୟୁଏଇରେ ଆରମ୍ଭ ହୋଇଥିଲା ।