Advertisment

ଦେଢ଼ ବର୍ଷ ପରେ କ୍ରିକେଟ ମଇଦାନକୁ ଓହ୍ଲାଇଲେ ରିଷଭ ପନ୍ତ

ପ୍ରାୟ ଦେଢ ବର୍ଷ ପରେ ଆଜି କ୍ରିକେଟ୍ ମଇଦାନକୁ ଓହ୍ଲାଇଛନ୍ତି ୱିକେଟ୍କିପର ବ୍ୟାଟର ରିଷଭ ପନ୍ତ। ଦିଲ୍ଲୀ କ୍ୟାପିଟାଲସର ଅଧିନାୟକ ଦାୟିତ୍ବ ତୁଲାଉଛନ୍ତି ପନ୍ତ।

undefined

Rishabh Pant is back

Advertisment

ପ୍ରାୟ ଦେଢ ବର୍ଷ ପରେ ଆଜି କ୍ରିକେଟ୍ ମଇଦାନକୁ ଓହ୍ଲାଇଛନ୍ତି ୱିକେଟ୍କିପର ବ୍ୟାଟର ରିଷଭ ପନ୍ତ। ଦିଲ୍ଲୀ କ୍ୟାପିଟାଲସର ଅଧିନାୟକ ଦାୟିତ୍ବ ତୁଲାଉଛନ୍ତି ପନ୍ତ। ଆଜି ଆଇପିଏଲର ପ୍ରଥମ ମ୍ୟାଚ ପଞ୍ଜାବ ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ବେଳେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରିଥିଲା । ତେବେ ଦିଲ୍ଲୀ ଟିମ୍ କ୍ୟାପଟେନ୍ ତଥା ୱିକେଟକିପର ରିଷଭ ପନ୍ତ ବ୍ୟାଟିଂ କରିବାକୁ ଆସିବା ବେଳେ ‘ୱେଲକମ୍ ବ୍ୟାକ୍ ରିଷଭ’ ବୋଲି ଦର୍ଶକ ଗ୍ୟାଲେରିରେ ଚିତ୍କାର କରିଥିଲେ। 

Advertisment

ତେବେ ମାତ୍ର ୧୮ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ ପନ୍ତ। ୨୦୨୨ ଡିସେମ୍ବରରେ ପନ୍ତ ତାଙ୍କ କାର ଡ୍ରାଇଭିଂ କରୁଥିବା ବେଳେ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ତାଙ୍କର ଗୋଡ ଭାଙ୍ଗିଯାଇଥିଲା । ଫଳରେ ସେବେଠୁ କ୍ରିକେଟ୍ ପଡିଆଠୁ ଦୂରେଇ ରହିଥିଲେ ରିଷଭ ପନ୍ତ । 

Advertisment

ତେବେ ଆଇପିଏଲ୍‌ ୨୦୨୪ ଦ୍ୱିତୀୟ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି ପଞ୍ଜାବ କିଙ୍ଗ୍ସ । ୪ ୱିକେଟ୍‌ରେ ପ୍ରଥମ ବିଜୟ ହାସଲ କରିଛି  ପଞ୍ଜାବ କିଙ୍ଗ୍ସ । ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଦିଲ୍ଲୀ କ୍ୟାପିଟାଲ୍ସ ଧାର୍ଯ୍ୟ ୨୦ ଓଭରରେ ୯ ୱିକେଟ୍ ହରାଇ ୧୭୪ ରନ୍ ସଂଗ୍ରହ କରିଥିଲା । ଫଳରେ ପଞ୍ଜାବକୁ ୧୭୫ ରନର ବିଜୟ ଲକ୍ଷ୍ୟ ଦେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଯାହାକୁ ସହଜରେ ସଂଗ୍ରହ କରି ନେଇଥିଲା ପଞ୍ଜାବ କିଙ୍ଗ୍ସ ।  

Advertisment
IPL Rishabh Pant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ