Advertisment

ଟିମ୍‌ ଇଣ୍ତିଆର ଭିତିରି କଥା ଜାଣିବା ପାଇଁ ସିରାଜଙ୍କୁ ଆସିଥିଲା ଅଜଣା ବ୍ୟକ୍ତିର କଲ୍‌

ସିରାଜ BCCIକୁ ଦେଇଥିବା ସୂଚନାନୁଯାୟୀ ଜଣେ ବ୍ୟକ୍ତି ତାଙ୍କୁ ହ୍ୱାଟ୍ସଆପ୍‌ରେ ମେସେଜ୍‌ କରି ଟିମ୍‌ର ଭିତିରି କଥା ବିଷୟରେ ଜାଣିବାକୁ ଚେଷ୍ଟା କରୁଥିଲେ।

ଅଦ୍ୟତନ ହୋଇଛି
Mohammad Siraj

Mohammad Siraj

Advertisment

ପୁଣି ସାମ୍ନାକୁ ଆସିଲା ମ୍ୟାଚ୍‌ ଫିକ୍ସିଙ୍ଗ ମାମଲା । ଟିମ୍‌ର ଭିତିରି କଥା ପଚାରିବା ପାଇଁ ଭାରତୀୟ ଦ୍ରୁତ ବୋଲର୍‌ଙ୍କୁ ଆସିଥିଲା ବୁକିଙ୍କ କଲ୍‌ । ଟିମ୍‌ ଇଣ୍ତିଆର ଦ୍ରୁତ ବୋଲର୍‌ ମହମ୍ମଦ ସିରାଜ ବିସିସିଆଇର ACU ବିଭାଗ ପାଖରେ ଏହି ତଥ୍ୟ ରଖିଛନ୍ତି । ତାଙ୍କ କହିବାନୁଯାୟୀ ଫେବ୍ରୁଆରୀରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ଜଣେ ଅଜଣା ବ୍ୟକ୍ତି ତାଙ୍କ ସମ୍ପର୍କରେ ଆସିଥିଲେ ଏବଂ ଟିମ୍‌ର କିଛି ତଥ୍ୟ ନେବା ପାଇଁ ତାଙ୍କୁ ଟଙ୍କା ମଧ୍ୟ ଅଫର୍‌ କରିଥିଲେ ।

Advertisment

ଅଧିକ ପଢ଼ନ୍ତୁ: କାହିଁକି ଓ କେବେଠୁ କୋହଲି-ଗାଙ୍ଗୁଲି ସଂପର୍କରେ ଫାଟ ? ଜାଣନ୍ତୁ..

ସିରାଜ BCCIକୁ ଦେଇଥିବା ସୂଚନାନୁଯାୟୀ ଜଣେ ବ୍ୟକ୍ତି ତାଙ୍କୁ ହ୍ୱାଟ୍ସଆପ୍‌ରେ ମେସେଜ୍‌ କରି ଟିମ୍‌ର ଭିତିରି କଥା ବିଷୟରେ ଜାଣିବାକୁ ଚେଷ୍ଟା କରୁଥିଲେ । ଏହା ବଦଳରେ ସିରାଜଙ୍କୁ ସେ ମୋଟା ଅଙ୍କର ଟଙ୍କା ମଧ୍ୟ ଅଫର୍‌ କରିଥିଲେ । ଏ ବିଷୟରେ ସିରାଜ BCCIର ଦୁର୍ନୀତି ନିରୋଧ ବିଭାଗ(ACU)କୁ ଜଣାଇଥିଲେ । ଫେବ୍ରୁଆରୀରେ ଟିମ ଇଣ୍ତିଆ ଅଷ୍ଟ୍ରେଲିଆ ବିପକ୍ଷରେ ୪ଟି ଟେଷ୍ଟ ଓ ୩ଟି ୱାନ୍‌ଡେ ମ୍ୟାଚ୍‌ ଖେଳିଥିଲା । ସମସ୍ତ ସିରିଜ୍‌ ଭାରତରେ ଖେଳାଯାଇଥିଲା ।

ଏହି ସୂଚନା ପାଇବା ପରେ ବିସିସିଆଇର ଏକ ୟୁନିଟ୍‌ ଏହି ମାମଲା ଉପରେ ତଦନ୍ତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛନ୍ତି । ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ, ‘ସିରାଜଙ୍କୁ ଟଙ୍କା ପ୍ରଲୋଭନ ଦେଇଥିବା ବ୍ୟକ୍ତି କୌଣସି ବୁକି ନୁହେଁ ବରଂ ହାଇଦ୍ରାବାଦର ଜଣେ ଡ୍ରାଇଭର୍‌ । ଯିଏକି ମ୍ୟାଚ୍‌ରେ ସଟ୍ଟା ଲଗାନ୍ତି । ସେ ମ୍ୟାଚ୍‌ରେ ଜୁଆ ଖେଳି ହଜାର ହଜାର ଟଙ୍କା କ୍ଷତି ସହିବା ପରେ ସିରାଜଙ୍କୁ କଲ୍‌ କରି ଟିମ୍‌ର ଭିତିରି କଥା ପଚାରିଥିଲେ । ସିରାଜ୍‌ଙ୍କ ତଥ୍ୟ ପରେ ତାଙ୍କୁ ଗିରଫ କରାଯାଇଛି’ ।

Advertisment
Match Fixing Cricket Mohammad Siraj BCCI Team India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ