Ipl 2023 csk vs gt qualifier 1 analysis
ପୁଣିଥରେ ଆଇପିଏଲ୍ ୨୦୨୩(IPL 2023) ସିଜନ୍ରେ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ୍(CSK) ଜଲ୍ୱା ଦେଖାଇଛି। ଗତକାଲି ଖେଳା ଯାଇଥିବା କ୍ୱାଲିଫାୟର-୧ ମୁକାବିଲାରେ ଚେନ୍ନାଇ, ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ହରାଇଥିଲା। ଏହି ବିଜୟ ସହ ସିଏସ୍କେ ୧୦ମ ଥର ଫାଇନାଲ୍କୁ ଏଣ୍ଟ୍ରି କରିଛି।
କ୍ୱାଲିଫାୟର ମୁକାବିଲାରେ ଗୁଜରାଟର କ୍ୟାପଟେନ୍ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲେ। ଧୋନି ମଧ୍ୟ କହିଥିଲେ ଯେ, ଯଦି ତାଙ୍କ ଟିମ୍ ଟସ୍ ଜିତିଥାନ୍ତା ତା’ହେଲେ ପ୍ରଥମେ ବୋଲିଂ ହିଁ କରିଥାନ୍ତା। ହେଲେ ମ୍ୟାଚ୍ ଜିତିବା ପରେ ନିଶ୍ଚିତ ଭାବେ ସେ ତାଙ୍କର ନିଷ୍ପତ୍ତି ଉପରେ ଭାବିଥିବେ।
ଅଧିକ ପଢ଼ନ୍ତୁ: ଚେନ୍ନାଇକୁ ସଫଳତା ଦେଲେ ଓଡ଼ିଆ ପୁଅ ଶୁଭ୍ରାଂଶୁ ସେନାପତି
ଦର୍ଶନଙ୍କ ଗୋଟିଏ ଭୁଲ୍ ଗୁଜରାଟ ଉପରେ ପଡ଼ିଲା ଭାରି...
ମ୍ୟାଚ୍ରେ ଆରମ୍ଭରୁ ଗୁଜରାଟ ଓ ଚେନ୍ନାଇ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା। ହେଲେ ଗୁଜରାଟ ଟିମ୍ର ନୂଆ ବୋଲର ଦର୍ଶନ ନାଲକଣ୍ଡେ ଏମିତି ଗୋଟିଏ ଭୁଲ୍ କରିଥିଲେ, ଯାହାକି ଟିମ୍କୁ କେଉଁଠି ନା କେଉଁଠି ପରାଜୟର ମୁହଁ ଦେଖିବାକୁ ପଡ଼ିଛି। ଏହି ଭୁଲ୍ ଚେନ୍ନାଇର ବ୍ୟାଟିଂ ବେଳେ ହୋଇଥିଲା।
ଟସ୍ ହାରି ଚେନ୍ନାଇ ଟିମ୍ ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରଥମେ ପ୍ରଥମେ ଟିମ୍ର ପ୍ରଦର୍ଶନ ଏତେଟା ଭଲ ନଥିଲା। ତେବେ ଚଳିତ ଆଇପିଏଲ୍ ସିଜନରେ ପ୍ରଥମ ମ୍ୟାଚ୍ ଖେଳୁଥିବା ଦ୍ରୁତ ବୋଲର ଦର୍ଶନ ଦ୍ୱିତୀୟ ଓଭରରେ ଋତୁରାଜ ଗାଏକୱାଡ୍ଙ୍କୁ ଆଉଟ୍ କରିଥିଲେ। ହେଲେ ଗୁଜରାଟ ଟିମ୍ ଯେତେବେଳେ ଖୁସିରେ ସେଲିବ୍ରେସନ କରୁଥିଲେ, ଏହି ସମୟରେ ଅମ୍ପାୟର ଏହାକୁ ନୋ-ବଲ୍ କହି ଗୁଜରାଟ ଟିମ୍କୁ ଝଟ୍କା ଦେଇଥିଲେ।
ବାଜି ପଲଟେଇ ଦେଲେ ଗାଏକୱାଡ୍...
ଏଭଳି ଭାବେ ଦର୍ଶନଙ୍କ ସେଲିବ୍ରେସନ ନିରାଶ ବଦଳି ଯାଇଥିବାବେଳେ ଗାଏକୱାଡ୍ଙ୍କୁ ଏକ ବଡ଼ ସଫଳତା ମିଳିଥିଲା। ଏହାପରେ ସେ ପୁଣି ଖେଳି ଥିଲେ ଓ ୪୪ ବଲ୍ରେ ୬୦ ରନ୍ କରିଥିଲେ। ଗୁଜରାଟକୁ ଯେଉଁଠି ୫ ରନ୍ରେ ପ୍ରଥମ ୱିକେଟ୍ ମିଳିଥିଲା, ହେଲେ ଚେନ୍ନାଇର ଓପନର୍ ୮୭ ରନ୍ର ପାର୍ଟନରସିପ୍ କରିଥିଲେ। ଯଦି ଏହା ନୋ-ବଲ୍ ନହୋଇଥାନ୍ତା, ତା’ହେଲେ ଗାଏକୱାଡ୍ ମାତ୍ର ୨ ରନ୍ କରି ଆଉଟ ହୋଇଯାଇଥାନ୍ତେ ଓ ୫୮ ରନ୍ ଆଉ ସେ କରିପାରି ନଥାନ୍ତେ। ଏହାପରେ ଚେନ୍ନାଇ ଓ ମ୍ୟାଚ୍ ଉଭୟ ସ୍ଥିତି କିଛି ଅଲଗା ହିଁ ହୋଇଥାନ୍ତା।
କାମ ଦେଲା ଧୋନିଙ୍କ ରଣନୀତି...
୧୭୩ ରନ୍ ଟାର୍ଗେଟ୍ କରି ଗୁଜରାଟ ଟିମ୍ ଯେତେବେଳେ ପଡ଼ିଆକୁ ଓହ୍ଲାଇଥିଲେ, ଆରମ୍ଭରେ ଟିମ୍ ଭଲ ସ୍କୋର କରିବ ଏହା ଜଣାପଡ଼ୁଥିଲା। ୫ ଓଭରରେ ଗୁଜରାଟ୍ ୧ ୱିକେଟ୍ ହରାଇ ୩୯ ରନ୍ କରିଥିଲା। ତେବ ୬ ଓଭର ପରେ ବାଜି ପଲଟେଇ ଦେଇଥିଲେ ଧୋନି। ଲଗାତାର ୬ ଓଭର ବୋଲିଂ ସ୍ପିନର୍ ମହୀଶ ତିକ୍ଷଣା ଓ ରବୀନ୍ଦ୍ର ଜାଡ଼େଜାଙ୍କ ଦ୍ୱାରା ହିଁ ସେ କରାଇଥିଲେ। ଫଳରେ ଗୁଜରାଟ ଟିମ୍ ମାତ୍ର ୪୧ ରନ୍ କରିଥିଲେ ଓ ୨ ୱିକେଟ୍ ହରାଇ ଥିଲେ। ଏଭଳି ଭାବେ କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂ ଧୋନି ଗୁଜରାଟ ଉପରେ ପ୍ରେସର୍ ପକାଇଥିଲେ।
ଫଳରେ ଗୁଜରାଟ ଟିମ୍ ପାଇଁ ଧାର୍ଯ୍ୟ ସ୍କୋର୍ରେ ପହଞ୍ଚିବା ମୁସ୍କିଲ୍ ହୋଇଥିଲା। ଯାହାର ଫାଇଦା ଚେନ୍ନାଇ ଉଠାଇ ଥିଲା। ଜାଡେଜା ୧୮ ରନ୍ ଦେଇ ୨ ୱିକେଟ୍ ନେଇଥିବା ବେଳେ ତିକ୍ଷଣା ୨୮ ରନ୍ ଦେଇ ୨ ୱିକେଟ୍ ନେଇଥିଲେ। ତେଣୁ କେଉଁଠି ନା କେଉଁଠି ମାହିଙ୍କ ଏହି ଚାଲ୍ ଗୁଜରାଟ ଉପରେ ଭାରି ପଡ଼ିଥିଲା ବୋଲି କୁହାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1684904390.jpg)