Advertisment

ପୁଣି ହାରିଲା ମୁମ୍ବାଇ, ରୋହିତ-ଅନ୍‌ମୋଲପ୍ରୀତ ଫ୍ଲପ୍‌

ଆଜିର ମ୍ୟାଚ୍‌ରେ ରାଜସ୍ଥାନ ରୟାଲସ ପ୍ରଥମେ ବ୍ୟାଟିଂ କରି ୧୯୩ ରନ କରିଥିଲା । ୧୯୪ ରନ୍‌ର ବିଜୟ ଲକ୍ଷ ନେଇ ମଇଦାନକୁ ଓହ୍ଲାଇଥିଲା ମୁମ୍ବାଇ । ହେଲେ ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ମାତ୍ର ୧୭୦ ରନ୍ ହିଁ କରି ପରାଜୟ ସ୍ୱୀକାର କରିଥିଲା ଦଳ ।

ଅଦ୍ୟତନ ହୋଇଛି
Rajasthan Royals

Rajasthan Royals

Advertisment

ମୁମ୍ବାଇ: ଆଜି ବି ହାରିଲା ମୁମ୍ବାଇ । ସମର୍ଥକଙ୍କୁ ଲାଗିଲା ବଡ଼ ଝଟ୍‌କା । ମୁମ୍ବାଇ ଇଣ୍ଡିଆନ୍ସର ବ୍ୟାକ୍‌ ଟୁ ବ୍ୟାକ୍‌ ଖରାପ ପ୍ରଦର୍ଶ । ଆଇପିଏଲ ସିଜନ -୧୫ରେ ଆଜି ଖେଳାଯାଇଥିବା ପ୍ରଥମ ମ୍ୟାଚରେ ୫ ଥରର ଆଇପିଏଲ ବିଜେତା ମୁମ୍ବାଇ ଇଣ୍ଡିଆନସକୁ ୨୩ ରନରେ ପରାସ୍ତ କରିଛି ରାଜସ୍ଥାନ ରୟାଲସ । ଚଳିତ ସିଜିନରେ ଏହା ମୁମ୍ବାଇର ଲଗାତର ଦ୍ୱିତୀୟ ପରାଜୟ । ପ୍ରଥମ ମ୍ୟାଚ୍‌ରେ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ପରାସ୍ତ ହୋଇଥିଲା ମୁମ୍ବାଇ । 

Advertisment

ତେବେ ଆଜିର ମ୍ୟାଚ୍‌ରେ ରାଜସ୍ଥାନ ରୟାଲସ ପ୍ରଥମେ ବ୍ୟାଟିଂ କରି ୧୯୩ ରନ କରିଥିଲା । ୧୯୪ ରନ୍‌ର ବିଜୟ ଲକ୍ଷ ନେଇ ମଇଦାନକୁ ଓହ୍ଲାଇଥିଲା ମୁମ୍ବାଇ । ହେଲେ ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ମାତ୍ର ୧୭୦ ରନ୍ ହିଁ କରି ପରାଜୟ ସ୍ୱୀକାର କରିଥିଲା ଦଳ ।

ସେପଟେ ଜୋଶ ବଟଲରଙ୍କ ଶତକ ଓ ସ୍ପିନରଙ୍କ ଦମଦାର ବୋଲିଂ ବଳରେ ଚଳିତ ଆଇପିଏଲରେ ଦ୍ୱିତୀୟ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ । ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ରାଜସ୍ଥାନ, ବଟଲରଙ୍କ ୧୦୦ ରନ୍‌ ବଳରେ ନିର୍ଦ୍ଧାରିତ ୨୦ ଓଭର୍‌ରେ ୮ ୱିକେଟ ହରାଇ ୧୯୩ ରନ୍‌ କରିଥିଲା । ଏହାର ଜବାବରେ ମୁମ୍ବାଇ ୮ ୱିକେଟ ହରାଇ କେବଳ ୧୭୦ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ମୁମ୍ବାଇ ପକ୍ଷରୁ ଦୁଇ ଯୁବ ବ୍ୟାଟର ଈଶାନ କିଶନ ୫୫ ଓ ତିଲକ ବର୍ମା ୬୧ ରନ୍‌ର ଇନିଂସ ଖେଳିଥିଲେ ହେଁ ଏହା ଦଳର ବିଜୟ ପାଇଁ ଯଥେଷ୍ଟ ହୋଇନାହିଁ।

Advertisment

ରାଜସ୍ଥାନ ଦେଇଥିବା ୧୯୪ ରନ୍‌ର ଟାର୍ଗେଟ ପିଛା କରୁଥିବା ମୁମ୍ବାଇ ଆରମ୍ଭରୁ ଅଧିନାୟକ ରୋହିତ ଶର୍ମା(୧୦) ଓ ଅନମୋଲପ୍ରୀତ ସିଂହ (୫)ଙ୍କୁ ହରାଇଥିଲା । ରୋହିତଙ୍କୁ ପ୍ରସିଦ୍ଧ କ୍ରିଷ୍ଣା ଆଉଟ କରିଥିବା ବେଳେ ସିଂହଙ୍କ ୱିକେଟ ନଭଦୀପ ସୈନିଙ୍କ ଖାତାକୁ ଯାଇଥିଲା।

୩ୟ ୱିକେଟ ପାଇଁ ଈଶାନ କିଶନ ଓ ତିଲକ ବର୍ମା ଲଢ଼ୁଆ ଇନିଂସ ଖେଳିଥିଲେ। ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରିବା ସହ ୩ୟ ୱିକେଟ ପାଇଁ ୮୧ ରନ୍‌ ଯୋଡ଼ିଥିଲେ। ତେବେ ଦଳୀୟ ସ୍କୋର ୧୨୧ ଥିବା ବେଳେ ଟ୍ରେଣ୍ଟ ବୋଲ୍ଟ ୫୪ ରନ୍ କରିଥିବା ଈଶାନ କିଶନଙ୍କୁ ଆଉଟ କରି ମୁମ୍ବାଇକୁ ବଡ଼ ଝଟକା ଦେଇଥିଲେ। ଈଶାନ ତାଙ୍କ ଇନିଂସରେ ୫ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି।

Advertisment

ଏହାପରେ ତିଲକ ବର୍ମା ବଡ଼ ଶଟ ଖେଳିବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କୁ ୬୧ ରନ୍‌ରେ ଅଭିଜ୍ଞ ରବିଚନ୍ଦ୍ରନ ଅଶ୍ୱିନ ଆଉଟ କରି ମୁମ୍ବାଇକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ। ୬୧ ରନ୍‌ର ଇନିଂସରେ ତିଲକ ୩ଟି ଚୌକା ଓ ୫ଟି ଛକା ମାରିଛନ୍ତି। ସେ ଆଉଟ ହେବା ପରେ ମୁମ୍ବାଇ ଲଗାତର ୱିକେଟ ହରାଇବା ଆରମ୍ଭ କରିଥିଲା।

Rajasthan Royals IPL 2022 Sports
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ