Advertisment

ଋତୁରାଜଙ୍କ ପରେ ଚର୍ଚ୍ଚାରେ ସୂର୍ଯ୍ୟକୁମାର, ମ୍ୟାଚ୍ ପରେ ଜିତିଲେ ଫ୍ୟାନ୍‌ଙ୍କ ହୃଦୟ

ୟୁଏଇରେ ୧୯ ସେପ୍ଟେମ୍ବରରୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୧ର ୧୪ ତମ ସଂସ୍କରଣର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇସାରିଛି । ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା ।

ଅଦ୍ୟତନ ହୋଇଛି
Surya kumar Yadav

Surya kumar Yadav

Advertisment

ନୂଆଦିଲ୍ଲୀ: ୟୁଏଇରେ ୧୯ ସେପ୍ଟେମ୍ବରରୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୧ର ୧୪ ତମ ସଂସ୍କରଣର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇସାରିଛି । ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ଜବରଦସ୍ତ ପ୍ରଦର୍ଶନ କରି ୨୦ ରନ୍‌ରେ ମ୍ୟାଚ୍‌କୁ ଜିତି ନେଇଛି । ଏହା ସହିତ, ଚେନ୍ନାଇ ଏବେ ପଏଣ୍ଟ ଟେବୁଲର ଶୀର୍ଷକୁ ଚାଲିଆସିଛି । ଏହି ମ୍ୟାଚ୍‌ରେ ଚେନ୍ନାଇର ଓପନିଂ ବ୍ୟାଟ୍ସମ୍ୟାନ ଋତୁରାଜ ଗାଇକ୍ୱାଡ ତାଙ୍କ ବ୍ୟାଟିଂରେ ସମସ୍ତଙ୍କୁ ଚକିତ କରିଥିଲେ, କିନ୍ତୁ ଗାଇକ୍ୱାଡଙ୍କ ଇନିଂସ ପରେ ସୂର୍ଯ୍ୟକୁମାର ଯାଦବ ଏମିତି କିଛି କରିଥିଲେ ଯାହା ସମସ୍ତଙ୍କ ହୃଦୟକୁ ଜିଣି ନେଇଥିଲା ।

Advertisment

ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଗୋଟିଏ ସମୟରେ, ୬ ଓଭରରେ ୪ ୱିକେଟ୍ ହରାଇ ଚେନ୍ନାଇର ସ୍କୋର ୨୪ ରନ୍ ଥିଲା, କିନ୍ତୁ ଋତୁରାଜଙ୍କ ଚମତ୍କାର ଇନିଂସ ବଳରେ CSK ୨୦ ଓଭରରେ ୬ ୱିକେଟ୍ ହରାଇ ୧୫୬ ରନ୍ ସଂଗ୍ରହ କରିଥିଲା । ଏହା ଋତୁରାଜଙ୍କ ଆଇପିଏଲ୍ କ୍ୟାରିୟରର ସର୍ବଶ୍ରେଷ୍ଠ ଇନିଂସ ଥିଲା । ଏଥିରେ ସେ ୫୮ ଟି ବଲ୍‌ରେ ୯ଟି ଚୌକା ଓ ୪ଟଇ ଛକା ସହ ୮୮ ରନ୍‌ କରି ନଟ୍‌ଆଉଟ୍‌ ରହିଥିଲେ । ସେ ପ୍ରଥମେ ରବିନ୍ଦ୍ର ଜାଡେଜା (୨୬) ଙ୍କ ସହ ମିଶି ପଞ୍ଚମ ୱିକେଟ୍‌ ପାଇଁ ୮୧ ରନ୍‌ ଏବଂ ବ୍ରାଭୋଙ୍କ ସହ ଷଷ୍ଠ ୱିକେଟ୍ ପାଇଁ ୩୯ ରନ୍‌ କରିଥିଲେ । ଯାହାଦ୍ୱାରା ଦଳୀୟ ସ୍କୋର ୧୫୦ ଉପରେ ପହଞ୍ଚିଥିଲା ।

CSKCSK

ଚେନ୍ନାଇ ସୁପର କିଙ୍ଗ୍ସ ଶେଷ ୯ ଓଭରରେ ୧୦୯ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା । ଋତୁରାଜ ଏବଂ ଜାଡେଜା ୱିକେଟ ଖସିବାରେ ବ୍ରେକ୍‌ ଲଗାଇଥିଲେ । କିନ୍ତୁ ପାୱାର ପ୍ଲେ ପରେ ୧୧ ତମ ଓଭର ପର୍ଯ୍ୟନ୍ତ କୌଣସି ବଲ୍‌ ବାଉଣ୍ଡରି ଛୁଇଁ ନଥିଲା । ଋତୁରାଜ ଦ୍ୱାଦଶ ଓଭରରେ କୃଣାଲ ପାଣ୍ଡ୍ୟାଙ୍କ ଏକ ବଲ୍‌ରେ ଛକା ମାରି ବଲ୍‌କୁ ବାଉଣ୍ଡରି ବାହାରେ ପହଞ୍ଚାଇଥିଲେ ।

Advertisment

ଋତୁରାଜ ଏବଂ ଜାଡେଜାଙ୍କ ମଧ୍ୟରେ ଅର୍ଦ୍ଧଶତକର ଭାଗିଦାରୀ ୧୩ତମ ଓଭରରେ ପୁରଣ ହେଲା । ଋତୁରାଜ ମୁମ୍ବାଇର କାମଚଳା ଅଧିନାୟକ କିରାନ୍ ପୋଲାର୍ଡଙ୍କ ବଲରେ ଚୌକା ମାରି ଜର ଷଷ୍ଠତମ ଆଇପିଏଲ୍ ଅର୍ଦ୍ଧଶତକ ପୂରଣ କରିଥିଲେ । ମ୍ୟାଚର ଶେଷ ବଲରେ ଋତୁରାଜ ବୁମ୍‌ରାହଙ୍କ ବଲ୍‌ରେ ଛକା ମାରିଥିଲେ । ଚେନ୍ନାଇ ସୁପର କିଙ୍ଗ୍ସର ଇନିଂସ ଶେଷ କରି ଯେତେବେଳେ ଋତୁରାଜ ଡ୍ରେସିଂ ରୁମ ଆଡ଼କୁ ଯାଉଥିଲେ ସେତେବେଳେ ମୁମ୍ବାଇ ଇଣ୍ଡିଆନ୍ସର ସୂର୍ଯ୍ୟକୁମାର ଯାଦବ ତାଙ୍କ ସହ ହାତ ମିଳାଇଥିଲେ ଆଉ ମୁଣ୍ଡରେ ହାତ ବୁଲାଇ ତାଙ୍କର ପ୍ରଶଂସା କରିଥିଲେ । ସୁର୍ଯ୍ୟକୁମାର ଯାଦବ ଏବଂ ଋତୁରାଜଙ୍କ ଏହି ଫଟୋକୁ ଚେନ୍ନାଇ ସୁପର କିଙ୍ଗ୍ସ ନିଜର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛି । ଏହି ଫଟୋରେ ଫ୍ୟାନ୍ସମାନେ ସୂର୍ଯ୍ୟକୁମାର ଯାଦବଙ୍କୁ ଢ଼େର ପ୍ରଶଂସା କରିଛନ୍ତି ।

Advertisment

ସୂଚନାଯୋଗ୍ୟ ଯେ, ଋତୁରାଜଙ୍କୁ ଚମତ୍କାର ପ୍ରଦର୍ଶନ ପାଇଁ 'ପ୍ଲେୟାର ଅଫ୍ ଦି ମ୍ୟାଚ୍' ଭାବରେ ବିବେଚିତ କରାଯାଇଛି । ସେପଟେ ଚେନ୍ନାଇ ସୁପର କିଙ୍ଗ୍ସର ମୁଖ୍ୟ କୋଚ୍‌ ଷ୍ଟିଫେନ୍ ଫ୍ଲେମିଂ ପ୍ରଶଂସା କରି କହିଛନ୍ତି ଯେ, ଋତୁରାଚ ଚାପକୁ ଭଲ ଭାବରେ ସାମ୍ନା କରି ଚମତ୍କାର ଇନିଂସ ଖେଳିଛନ୍ତି, ଯାହାଦ୍ୱାରା ତାଙ୍କ ଦଳ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସକୁ ପ୍ରଥମ ମ୍ୟାଚରେ ପରାସ୍ତ କରିଛି ।

IPL 2021 Mumbai Indians Chennai Super Kings
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ