Advertisment

ସନରାଇଜର୍ସକୁ ହରାଇ ବିଜୟ ଅଭିଯାନ ଜାରି ରଖିଲା ଦିଲ୍ଲୀ କ୍ୟାପିଟାଲ୍ସ

ଆଇପିଏଲ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ୮ ଉଇକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇଛି  । ଏହି ବିଜୟ ସହ ଦିଲ୍ଲୀ କ୍ୟାପିଟାଲ ପଏଣ୍ଟ ଟେବୁଲର ଶୀର୍ଷରେ ରହି ପ୍ଲେ ଅଫର ନିକଟତର ହୋଇଛି ।

ଅଦ୍ୟତନ ହୋଇଛି
IPL 2021 DC vs SRH

IPL 2021 DC vs SRH

Advertisment

 ନୂଆଦିଲ୍ଲୀ:ଆଇପିଏଲ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ୮ ଉଇକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇଛି  । ଦୁବାଇରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ ହରାଇ ୧୩୪ ରନ କରିଥିଲା । ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ଧୂଆଁଧାର ବ୍ୟାଟିଂ କରି ୨ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା।

Advertisment

 ଶିଖର ଧାୱନ ୩୭ଟି ବଲ୍‌ରୁ ୪୨ରନ କରିଥିବା ବେଳେ ଶ୍ରେୟସ ଆୟର ୪୭ ଓ ଋଷଭ ପନ୍ଥ ୩୫ରନ କରି ଅପରାଜିତ ରହିଥିଲେ । ଏହି ବିଜୟ ସହ ଦିଲ୍ଲୀ କ୍ୟାପିଟାଲ ପଏଣ୍ଟ ଟେବୁଲର ଶୀର୍ଷରେ ରହି ପ୍ଲେ ଅଫର ନିକଟତର ହୋଇଛି ।  ଅନ୍ୟପକ୍ଷରେ ସନରାଇଜର୍ସ ହାଇଦ୍ରାବାଦର ଖରାପ ଫର୍ମ ଜାରି ରହିଛି  ।

Advertisment

ସର୍ଜରୀ ହେତୁ ପ୍ରଥମ ମ୍ୟାଚରୁ ବାହାରେ ଥିବା ପୂର୍ବତନ ଅଧିନାୟକ ଆୟର ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ୪୧ ଟି ବଲରୁ ଅପରାଜିତ ୪୭ ରନ୍ ସଂଗ୍ରହ କରିଥିଲେ। ଦୁଇଟି ଚୌକା ଓ ଦୁଇଟି ଛକା ସହାୟତାରେ ସେ ଏହି ରନ ସଂଗ୍ରହ କରିଥିଲେ। ଏଥି ସହିତ ବର୍ତ୍ତମାନର ଅଧିନାୟକ ପନ୍ତ ୨୧ଟି ବଲରେ ୩୫ ରନ୍ ସଂଗ୍ରହ କରିଥିଲେ।  ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲ ସନରାଇଜର୍ସ ହ୍ରାଇଦ୍ରାବାଦ। ହେଲେ ଏହି ନିଷ୍ପତ୍ତି ତାକୁ ମହଙ୍ଗା ପଡ଼ିଛି। 

ଚଳିତ ଆଇପିଏଲରେ ୮ଟି ମ୍ୟାଚ ଖେଳି ୭ଟି ମ୍ୟାଚରେ ହାରି ପଏଣ୍ଟ ତାଲିକାର ସବୁଠୁ ତଳେ ଅଛି  । ମ୍ୟାଚ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦର ଟି. ନଟରାଜନ କରୋନା ପଜିଟିଭ୍ ଚିହ୍ନଟ ହେବା ଯୋଗୁଁ ତାଙ୍କ ସଂସ୍ପର୍ଶରେ ଆସିଥିବା ୬ଜଣଙ୍କୁ ଆଇସୋଲେସନରେ ରଖାଯାଇଥିଲା। ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକତା ନାଇଟ ରାଇଡର୍ସ ମଧ୍ୟରେ ମୁକାବିଲା ହେବ।

Advertisment
IPL 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ