Advertisment

IPL 2021: ମୁମ୍ବାଇ ଆଗରେ ୧୫୭ ରନ୍‌ର ଲକ୍ଷ, ରୋହିତ-ପାଣ୍ଡ୍ୟା ମଇଦାନ ବାହାରେ

ଆଇପିଏଲ୍ ୨୦୨୧ର ଦ୍ୱିତୀୟ ସଂସ୍କରଣର ପ୍ରଥମ ମ୍ୟାଚ୍‌ରେ ଆରମ୍ଭରୁ ଜବରଦସ୍ତ ପ୍ରଦର୍ଶନ କରିଥିଲା ମୁମ୍ବାଇ । ହେଲେ କିଛି ସମୟ ପରେ ଦଳର ସ୍ଥିତି ବିଗିଡ଼ିଗଲା । ସ୍କୋର ଆଖିଦୃଶିଆ ନଥିଲା କି ଅଧିକ ବଲ୍‌ ନଥିଲା ।

ଅଦ୍ୟତନ ହୋଇଛି
IPL

IPL

Advertisment

ଆଇପିଏଲ୍ ୨୦୨୧ର ଦ୍ୱିତୀୟ ସଂସ୍କରଣର ପ୍ରଥମ ମ୍ୟାଚ୍‌ରେ ଆରମ୍ଭରୁ ଜବରଦସ୍ତ ପ୍ରଦର୍ଶନ କରିଥିଲା ମୁମ୍ବାଇ । ହେଲେ କିଛି ସମୟ ପରେ ଦଳର ସ୍ଥିତି ବିଗିଡ଼ିଗଲା । ସ୍କୋର ଆଖିଦୃଶିଆ ନଥିଲା କି ଅଧିକ ବଲ୍‌ ନଥିଲା । ଠିକ୍‌ ଏହି ସମୟରେ ଋତୁରାଜ ଓହ୍ଲାଇଲେ ମଇଦାନକୁ । ଏକା ସମ୍ଭାଳିଲେ ଦଳର ଭାର । ମୁମ୍ବାଇ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗ୍ସ ୬ ୱିକେଟ୍ ହରାଇ ମୋଟ ୧୫୬ ରନ୍ ସଂଗ୍ରହ କଲା । ଏହି ମ୍ୟାଚ୍‌ରେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଖେଳି ନାହାନ୍ତି । କିରନ୍ ପୋଲାର୍ଡଙ୍କ ଦଳର ନେତୃତ୍ୱ ନେଉଛନ୍ତି । ଋତୁରାଜ ଗାଇକ୍ୱାଡ଼ ୨୦୨୧ ଆଇପିଏଲ୍‌ରେ ତୃତୀୟ ଅର୍ଦ୍ଧଶତକ ହାସଲ କରି CSKକୁ ଭଲ ସ୍କୋର ପ୍ରଦାନ କରିଥିଲେ । ତେବେ ୟୁଏଇରେ ଏହା ତାଙ୍କର କ୍ରମାଗତ ଚତୁର୍ଥ ଅର୍ଦ୍ଧଶତକ । ସେ ୫୮ ବଲରୁ ୮୮ ରନ ସଂଗ୍ରହ କରି ନଟ୍‌ଆଉଟ୍‌ ରହିଛନ୍ତି । ସେ ୯ ଚୌକା ଓ ୪ଟି ସହ ମାରି ଜବରଦସ୍ତ ଫର୍ମରେ ଥିବା ପ୍ରମାଣ କରିଛନ୍ତି ।

Advertisment

ସେପଟେ ଡ୍ୱେନ୍ ବ୍ରାଭୋ ମାତ୍ର ୮ ବଲରେ ୩ ଛକା ସହ ୨୩ ରନ୍ ଏବଂ ରବୀନ୍ଦ୍ର ଜାଡେଜା ୨୬ ରନ୍ କରି ପ୍ୟାଭିଲିୟନ ଫେରିଛନ୍ତି । ମୁମ୍ବାଇ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ, ଆଡାମ ମିଲନେ ଓ ଯଶପ୍ରୀତ ବୁମ୍ରା ୨ଟି ଲେଖାଏ ୱିକେଟ୍ ନେଇଛନ୍ତି ।

Advertisment

ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଚେନ୍ନାଇ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଚେନ୍ନାଇର ଏହି ନିଷ୍ପତ୍ତି ଟିମ୍ ଉପରେ ଭାରି ପଡ଼ିଥିଲା। ମୁମ୍ବାଇର ଷ୍ଟ୍ରାଇକ୍ ବୋଲର ଟ୍ରେଣ୍ଟ ବୋଲ୍ଟ ପ୍ରଥମ ଓଭରରେ ଚେନ୍ନାଇକୁ ବଡ଼ ଝଟକା ଦେଇଥିଲେ। ଇନଫର୍ମ ଫାଫ୍ ଡୁପ୍ଲେସିସ୍ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ମୋଇନ୍ ଅଲୀ ମଧ୍ୟ ଖାତା ଖୋଲିପାରିନଥିଲେ। ତାଙ୍କୁ ଦ୍ୱିତୀୟ ଓଭରରେ ଆଡାମ୍ ମିଲନେ ଆଉଟ୍ କରିଥିଲେ। ଅମ୍ବାତି ରାୟୁଡୁ ରିଟାୟର୍ଡ ହର୍ଟ ହୋଇଥିଲେ। ସୁରେଶ ରାଇନା (୪) ଚୌକା ମାରି ଆରମ୍ଭ କରିଥିଲେ ହେଁ ବେଶୀ ସମୟ କ୍ରିଜରେ ତିଷ୍ଠିପାରିନଥିଲେ।

କ୍ୟାପଟେନ୍ ଧୋନିଙ୍କ ଉପରେ ଟିମ୍ ଆଶାବାଦୀ ଥିବା ବେଳେ ସେ ମଧ୍ୟ ନିରାଶ କରିଥିଲେ। ଧୋନି ବ୍ୟକ୍ତିଗତ ୩ ରନ୍ କରି ମିଲନେଙ୍କ ଶିକାର ହୋଇଥିଲେ। ୨୪ ରନରେ ୪ ୱିକେଟ୍ ହରାଇ ଚେନ୍ନାଇ ବ୍ୟାକଫୁଟକୁ ଚାଲିଆସିଥିଲା। ତେବେ ଏହିଠାରେ ଋତୁରାଜଙ୍କୁ ଭରପୂର ସହଯୋଗ କରିଥିଲେ ରବୀନ୍ଦ୍ର ଜାଡେଜା। ଦୁହେଁ ପଞ୍ଚମ ୱିକେଟ୍ ହରାଇ ୮୧ ରନର ଭାଗିଦାରୀ କରିଥିଲେ। ଋତୁରାଜ ୪୧ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଜାଡେଜା ୨୬ ରନ୍ କରି ଯଶପ୍ରୀତ ବୁମ୍ରାଙ୍କ ବଲରେ ଆଉଟ୍ ହୋଇଥିଲେ।

Advertisment

ଏହା ପରେ ଡ୍ୱେନ୍ ବ୍ରାଭୋ କ୍ରିଜକୁ ଆସିବା ମାତ୍ରକେ ଧୂଆଁଧାର ବ୍ୟାଟିଂ କରିଥିଲେ। ବ୍ରାଭୋ ବୋଲ୍ଟଙ୍କୁ ବ୍ୟାକ୍ ଟୁ ବ୍ୟାକ୍ ଛକା ମାରି ଚେନ୍ନାଇ ରନ୍ ଗତିକୁ ବଢ଼ାଇଥିଲେ। ତେବେ ତାଙ୍କୁ ଆଉଟ୍ କରିଥିଲେ ବୁମ୍ରା। ଋତୁରାଜ ଶେଷ ପର୍ଯ୍ୟନ୍ତ କ୍ରିଜରେ ରହି ଚେନ୍ନାଇକୁ ୧୫୬ ରନର ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଶାର୍ଦ୍ଦୁଲ ଠାକୁର ୧ ରନ କରି ଅପରାଜିତ ଥିଲେ।

IPL 2021 Mumbai Indians CSK
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ