Advertisment

Happy Birthday: ୱାର୍ଲ୍ଡକପ୍ -୨୦୧୧ ହିରୋ ଯୁବରାଜ ସିଂହଙ୍କ ବିଷୟରେ ୭ଟି ଅଜଣା କଥା

ଯୁବରାଜ ସିଂହ(ଯୁବୀ) ଆଜି ତାଙ୍କର ୪୧ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଟିମ୍ ଇଣ୍ଡିଆର ସଂକଟମୋଚକ ଥିଲେ। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା ଜାଣିନେବା।

ଅଦ୍ୟତନ ହୋଇଛି
Yuvraj Singh Birthday

Interesting facts and records about birthday boy Yuvraj Singh

Advertisment

ପୂର୍ବତନ ଟିମ୍ ଇଣ୍ଡିଆର ଅଲ୍‌ରାଉଣ୍ଡର୍‌ ଯୁବରାଜ ସିଂହ(ଯୁବୀ) ଆଜି ତାଙ୍କର ୪୧ ତମ ଜନ୍ମଦିନ ପାଳନ କରୁଛନ୍ତି। କ୍ରିକେଟ୍‌ରେ ଭାରତୀୟ ଦଳର ସବୁଠାରୁ ବଡ ମ୍ୟାଚ୍ ବିଜେତା ଯୁବରାଜ ସିଂହ ୧୨ ଡିସେମ୍ବର ୧୯୮୧ରେ ଚଣ୍ଡିଗଡ଼ରେ ଜନ୍ମଗ୍ରହଣ କରିଥିଲେ।

Advertisment

ଯୁବରାଜ କ୍ରିକେଟ୍‌କୁ ଆଜି ସିନା ବିଦାୟ ଦେଇଛନ୍ତି, କିନ୍ତୁ ଯେତେବେଳେ ସେ ପଡ଼ିଆକୁ ଓହ୍ଲେଇ ଆସୁଥିଲେ ପ୍ରଶଂସକମାନେ ତାଙ୍କ ପାଇଁ ପାଗଳ ହୋଇଯାଉଥିଲେ। ଯଦି କେତେବେଳେ ଦଳର ଅବସ୍ଥା ଖରାପ ଥାଏ ଆଉ ଯୁବୀ ପଡିଆରେ ଅଛନ୍ତି, ତେବେ ପ୍ରଶଂସକମାନେ ନିରାଶ ହେଉ ନଥିଲେ। କାରଣ ସେମାନେ ଜାଣିଥିଲେ ସେ ସବୁ ସଂକଟକୁ ମୋଚନ କରିଦେବେ। ସେ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଟିମ୍ ଇଣ୍ଡିଆର ସଂକଟମୋଚକ ଥିଲେ। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା ଜାଣିନେବା।

ଅଧିକ ପଢ଼ନ୍ତୁ: ଯଶପ୍ରୀତ ବୁମ୍‌ରାଙ୍କ ସଂଘର୍ଷର ଦିନ: ହଳେ ଜୋତାକୁ ଧୋଇ ପିନ୍ଧୁଥିଲେ

ସ୍କେଟିଂରେ ସ୍ୱର୍ଣ୍ଣ ପଦକ:

ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ କିନ୍ତୁ ଏହା ସତ ଯେ ଯୁବରାଜ ସିଂହ ଜଣେ କ୍ରିକେଟର୍‌ ହେବାକୁ ଚାହୁଁ ନଥିଲେ। ତାଙ୍କୁ ଲାଗେ ଏହା ହିଁ ତାଙ୍କ ଭାଗ୍ୟରେ ଲେଖା ହୋଇଥିଲା। ପାଠ ପଢୁଥିବା ବେଳେ ଯୁବରାଜ କେବଳ ଟେନିସ୍ ଏବଂ ଫୁଟବଲ୍ ଖେଳିବା ସହିତ ସ୍କେଟିଂ ମଧ୍ୟ କରୁଥିଲେ। ସେ ସ୍କେଟିଂରେ ୧୪ ବର୍ଷରୁ କମ୍ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। କିନ୍ତୁ ତାଙ୍କ ବାପା ଯୋଗରାଜ ଚାହୁଁଥିଲେ ଯେ ସେ ଜଣେ କ୍ରିକେଟର୍‌ ହୁଅନ୍ତୁ ବୋଲି।

Advertisment

ଅଭିନୟରେ ରୁଚି:

ଖୁବ୍ କମ୍ ଲୋକ ଏହା ଜାଣିଥିବେ କିନ୍ତୁ ଯୁବରାଜ ସିଂହ ଏକ ଶିଶୁ କଳାକାର ଭାବରେ ଏକ ପଞ୍ଜାବୀ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି। ସେ ସ୍ୱୀକାର କରିଛନ୍ତି ଯେ ସେ ଅଭିନୟକୁ ଭଲ ପାଆନ୍ତି, କିନ୍ତୁ ସେ କିପରି ଅଭିନୟ କରିବେ ତାହା ଜାଣନ୍ତି ନାହିଁ।

ଭାଗ୍ୟଶାଳୀ ନମ୍ବର ୧୨:

ଯୁବରାଜ ସିଂହଙ୍କ ଜନ୍ମଦିନ ଡିସେମ୍ବର ୧୨। ଡିସେମ୍ବର ମାସ ମଧ୍ୟ ୧୨ ନମ୍ବରରେ ଅଛି। ତେଣୁ ଯୁବରାଜ ୧୨ଙ୍କୁ ତାଙ୍କ ଲକୀ ନମ୍ବର ବୋଲି ଭାବନ୍ତି। ସେ ସବୁବେଳେ ଏହି ନମ୍ବରର ଜର୍ସି ପିନ୍ଧନ୍ତି। କୌତୁହଳର ବିଷୟ ଯେ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍‌ରେ ୧୨ଟି ବଲ୍‌ରେ ସେ ବିଶ୍ୱ ରେକର୍ଡ ୫୦ ମଧ୍ୟ କରିଛନ୍ତି।

Advertisment

କର୍କଟ ଯୋଦ୍ଧା ଯୁବୀ:

୨୦୧୧ ବିଶ୍ୱକପ ପରେ ଯୁବରାଜଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଖବର ତାଙ୍କ ପ୍ରଶଂସକ ଏବଂ ଭାରତୀୟ ଟିମ୍‌କୁ ଥରାଇ ଦେଇଥିଲା। ଯୁବରାଜ ସିଂହଙ୍କ ଫୁସ୍‌ଫୁସ୍‌ରେ କର୍କଟ ଟ୍ୟୁମର ଚିହ୍ନଟ ହୋଇଥିଲା। ଏନେଇ ଏହାର ଚିକିତ୍ସା ପାଇଁ ତାଙ୍କୁ ବହୁଦିନ ଧରି କ୍ରିକେଟ୍‌ରୁ ଦୂରେଇ ରହିବାକୁ ପଡିଥିଲା। ଏହି ଟ୍ୟୁମରର ଯନ୍ତ୍ରଣା ସହିତ ମଧ୍ୟ ଯୁବରାଜ ବିଶ୍ୱକପ୍‌ରେ ଖେଳିଥିଲେ ଏବଂ ସେତେବେଳେ ସେ ଏ କଥା କାହାକୁ କହି ନଥିଲେ।

କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ:

ଯୁବରାଜ ଭୟ କରୁଥିଲେ ଯେ ସେ ଆଉ କ୍ରିକେଟ୍ ଖେଳି ପାରିବେ ନାହିଁ, କିନ୍ତୁ ସେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ମଧ୍ୟ ଫେରି ଆସିଥିଲେ। ଏହା ପରେ, ସେ କର୍କଟ ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ YouWeCan ନାମକ ଏକ ସଂଗଠନ ଗଠନ କରିଥିଲେ।

ସଚିନଙ୍କ ପ୍ରଶଂସକ:

ଗୋଟିଏ ପଟେ ଯେତେବେଳେ ଏହି ଭେଟେରାନ୍ ଅଲ୍‌ରାଉଣ୍ଡର୍‌ଙ୍କର ଅନେକ ପ୍ରଶଂସକ ଅଛନ୍ତି, ଅନ୍ୟ ପଟେ ସେ ନିଜେ ସଚିନ୍ ତେନ୍ଦୁଲକରଙ୍କର ଜଣେ ବଡ଼ ପ୍ରଶଂସକ। ସେ ଅନେକ ଥର ପଡିଆରେ ସଚିନଙ୍କ ପାଦ ଛୁଇଁଥିବାର ନଜର ଆସିଛନ୍ତି।

ବିଶ୍ୱକପ୍ -୨୦୧୧ର ହିରୋ:

ଟିମ୍ ଇଣ୍ଡିଆର ବିଶ୍ୱକପ୍ ୨୦୧୧ ବିଜୟରେ ସେ ସବୁଠାରୁ ବଡ ହିରୋ ଭାବରେ ପ୍ରମାଣିତ ହୋଇଥିଲେ ଏବଂ ଉଭୟ ବଲ୍ ଏବଂ ବ୍ୟାଟ୍ ସହିତ ଏହି ଟୁର୍ନାମେଣ୍ଟ୍‌ରେ ନିଜକୁ ବାରମ୍ବାର ପ୍ରମାଣିତ କରିଥିଲେ। ସେହି ବିଶ୍ୱକପ୍‌ରେ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ମ୍ୟାନ୍ ଅଫ୍ ଦି ଟୁର୍ନାମେଣ୍ଟ୍‌ ଭାବରେ ସମ୍ମାନିତ କରାଯାଇଥିଲା। ଏହି ବିଶ୍ୱକପ୍‌ରେ ସେ ୩୬୨ ରନ୍ ସଂଗ୍ରହ କରି ୧୫ଟି ୱିକେଟ୍ ନେଇଥିଲେ।

Yuvraj Singh Happy Birthday
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ