Advertisment

ରବି ଶାସ୍ତ୍ରୀଙ୍କୁ କରୋନା, ପ୍ରତି ଖେଳାଳୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ କଡ଼ା ନଜର

ବୋର୍ଡ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ବିସିସିଆଇ ମେଡିକାଲ୍ ଟିମ୍ ଶନିବାର ସନ୍ଧ୍ୟାରେ ଶାସ୍ତ୍ରୀଙ୍କର ଲାଟେରାଲ୍ ଫ୍ଲୋ ଟେଷ୍ଟ ପଜିଟିଭ୍ ଆସିଥିଲା। ଯାହା ପରେ ସତର୍କତା ଦୃଷ୍ଟିରୁ ଶାସ୍ତ୍ରୀଙ୍କ ସମେତ ୪ ଜଣଙ୍କୁ ଆଇସୋଲେଟ୍ କରିଦିଆଯାଇଛି। ତେବେ ଟିମର ବାକି ଦୁଇ ସଦସ୍ୟଙ୍କର ରାପିଡ୍ ଟେଷ୍ଟ ହୋଇଛି। ଗୋଟିଏ ଶନିବାର ରାତିରେ ଏବଂ ଅନ୍ୟଟି ଆଜି ସକାଳେ ହୋଇଛି।

Ravi Shastri

Ravi Shastri

Advertisment

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କୋଚ୍ ରବି ଶାସ୍ତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବଢ଼ିଲା ସତର୍କତା। କୋଚ୍ ରବି ଶାସ୍ତ୍ରୀଙ୍କ ସମେତ ବୋଲିଂ କୋଚ୍ ଭାରତ ଅରୁଣ, ଆର୍ ଶ୍ରୀଧର, ଫିଲ୍ଡିଂ କୋଚ୍ ନୀତିନ ପଟେଲ, ଫିଜିଓଥେରାପିଷ୍ଟଙ୍କୁ ଆଇସୋଲେସନ୍‌କୁ ପଠାଯାଇଛି। ଆଗାମୀ ୧୪ ଦିନ ଯାଏଁ ଏମାନେ କ୍ୱାରେଣ୍ଟିନ୍‌ରେ ରହିବେ। ପ୍ରତିଦିନ ଏମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ଏହାସହ ଟିମ୍‌ର ଅନ୍ୟ ଖେଳାଳିଙ୍କ ଗତକାଲି ରାତି ଓ ଆଜି ଆରଟିପିସିଆର ଟେଷ୍ଟ କରାଯାଇଛି। ସମସ୍ତ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିବା ଜଣାପଡ଼ିଛି। ପ୍ରତିଦିନ ଏହି ପ୍ରକ୍ରିୟା ଚାଲିବ ବୋଲି ସୂଚନା ଦେଇଛନ୍ତି BCCI ସାଧାରଣ ସମ୍ପାଦକ ଜୟ ଶାହ।

Advertisment

ଏବେ ଓଭାଲରେ ଭାରତ-ଇଂଲଣ୍ଡ ମଧ୍ୟରେ ଚତୃର୍ଥ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। ଏହାକୁ ଦୃଷ୍ଟିରେ ରଖି ପ୍ରତି ଖେଳାଳୀଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ କଡ଼ା ନଜର ରଖାଯାଇଛି।

ବୋର୍ଡ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ବିସିସିଆଇ ମେଡିକାଲ୍ ଟିମ୍ ଶନିବାର ସନ୍ଧ୍ୟାରେ ଶାସ୍ତ୍ରୀଙ୍କର ଲାଟେରାଲ୍ ଫ୍ଲୋ ଟେଷ୍ଟ ପଜିଟିଭ୍ ଆସିଥିଲା। ଯାହା ପରେ ସତର୍କତା ଦୃଷ୍ଟିରୁ ଶାସ୍ତ୍ରୀଙ୍କ ସମେତ ୪ ଜଣଙ୍କୁ ଆଇସୋଲେଟ୍ କରିଦିଆଯାଇଛି। ତେବେ ଟିମର ବାକି ଦୁଇ ସଦସ୍ୟଙ୍କର ରାପିଡ୍ ଟେଷ୍ଟ ହୋଇଛି। ଗୋଟିଏ ଶନିବାର ରାତିରେ ଏବଂ ଅନ୍ୟଟି ଆଜି ସକାଳେ ହୋଇଛି। ନେଗେଟିଭ୍ ରିପୋର୍ଟ ଆସିବା ପରେ ସେ ସବୁ ସଦସ୍ୟଙ୍କୁ ଓଭାଲରେ ଚାଲିଥିବା ଚତୁର୍ଥ ଟେଷ୍ଟର ଚତୁର୍ଥ ଦିନ ପାଇଁ ଆଗକୁ ବଢ଼ିବାକୁ ଅନୁମତି ମିଳିବ।ୟ

Advertisment

ସୂଚନାଯୋଗ୍ୟ, ରାପିଡ୍ ଲାଟେରାଲ୍ ଫ୍ଲୋ ଟେଷ୍ଟ ସେହିମାନଙ୍କ ପାଇଁ ଧାର୍ଯ୍ୟ ହୋଇଥାଏ, ଯେଉଁମାନଙ୍କ ଭିତରେ କରୋନା ଭାଇରସର କୌଣସି ଲକ୍ଷଣ ନଥାଏ। ଯଦି ଜଣଙ୍କ ଭିତରେ କୋଭିଡ୍ ଲକ୍ଷଣ ନାହିଁ, ତାହେଲେ ତାଙ୍କୁ ଗୋଟିଏ ପିସିଆର୍ ଟେଷ୍ଟ କରିବାକୁ ପଡ଼ିବ।

India News COVID19 Ravi Shastri
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ