Advertisment

ଅଷ୍ଟ୍ରେଲିଆ ନିରାଶ, ସିରିଜ୍ ଜିତିଲା ଭାରତ

ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତ।

ଅଦ୍ୟତନ ହୋଇଛି
IND v AUS T20

IND v AUS T20

Advertisment

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ନିର୍ଣ୍ଣାୟକ ମ୍ୟାଚ୍‌ରେ ଭାରତର ରୋମାଞ୍ଚକର ବିଜୟ। ୩ ମ୍ୟାଚ୍ ବିଶିଷ୍ଟ ଟି ଟ୍ବେଣ୍ଟି ସିରିଜକୁ ୨-୧ରେ ଜିତିଲା ଭାରତ। ହାଇଦ୍ରାବାଦ ଟି ଟ୍ବେଣ୍ଟିରେ ଅଷ୍ଟ୍ରେଲିଆକୁ ୬ ଓ୍ୱିକେଟରେ ହରାଇଲା ଭାରତ। ୧୮୭ ଟାର୍ଗେଟକୁ ଗୋଟିଏ ବଲ୍ ବାକି ଥାଇ ୪ ଓ୍ୱିକେଟ ହରାଇ ବିଜୟ ହାସଲ କଲା।  ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମରେ ଦୁଇ ଦେଶ ମଧ୍ୟରେ କଡ଼ା ଟକ୍କର ଚାଲିଥିଲା।

Advertisment

ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତ। ପ୍ରଥମେ ଅଷ୍ଟ୍ରେଲିଆ ବ୍ୟାଟିଂ କରି ଭାରତ ଆଗରେ ୧୮୭ ରନ୍‌ରେ ଟାର୍ଗେଟ ରଖିଥିଲା। ନିର୍ଦ୍ଧାରିତ ଓଭରରେ ଅଷ୍ଟ୍ରେଲିଆ ସ୍କୋର ୭ ୱିକେଟ ହରାଇ ୧୮୬ ରନ୍ ସଂଗ୍ରହ କରିଥିଲା। କାମେରୁନ ଗ୍ରୀନ୍ ଓ ଟିମ୍ ଡେଭିଡଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଏତେ ବଡ଼ ସ୍କୋର କରିପାରିଥିଲା। ସ୍ପିନର ଅକ୍ଷର ପଟେଲଙ୍କୁ ସର୍ବାଧିକ ୩ଟି ଓ୍ୱିକେଟ ଅକ୍ତିଆର କରିଥିଲେ। ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ବଳରେ ମ୍ୟାଚ ଜିତିଛି ଭାରତ। 

ପ୍ରଥମ ମ୍ୟାଚ୍‌ରେ ଭାରତ ହାରିଥିଲା। ଦ୍ୱିତୀୟ ମ୍ୟାଚ୍‌ ତଥା କର ବା ମର ମ୍ୟାଚ୍‌ ଭାରତ ଜିତିବା ପରେ ସିରିଜ ୧-୧ରେ ବରାବର ଥିଲା। 

Advertisment
Ind Vs Aus 3rd T-20
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ