ଦେଢ଼ ଦିନରେ ଖେଳ ଖତମ୍, ଭାରତର ଦମଦାର ବିଜୟ

ଦେଢ଼ ଦିନରେ ଶେଷ ହୋଇଗଲା ଖେଳ । ପ୍ରଥମ ଟେଷ୍ଟରେ ପରାଜୟ ପରେ ଦ୍ୱିତୀୟରେ ଭାରତର ଦମଦାର ବିଜୟ । ବିଜୟ ସହ ସିରିଜ ବରାବର କଲା ଭାରତୀୟ ଦଳ ।

IND vs SA

ଦେଢ଼ ଦିନରେ ଶେଷ ହୋଇଗଲା ଖେଳ । ପ୍ରଥମ ଟେଷ୍ଟରେ ପରାଜୟ ପରେ ଦ୍ୱିତୀୟରେ ଭାରତର ଦମଦାର ବିଜୟ । ବିଜୟ ସହ ସିରିଜ ବରାବର କଲା ଭାରତୀୟ ଦଳ । ଗତକାଲିଠାରୁ ଆରମ୍ଭ ହୋଇଥିବା ମ୍ୟାଚ ମାତ୍ର ଦେଢ଼ ଦିନରେ ଶେଷ ହୋଇ ଯାଇଛି । ଏହା ସହ ଦ୍ୱିତୀୟ ଟେଷ୍ଟ ମ୍ୟାଚକୁ ୭ ୱିକେଟରେ ଜିତି ନେଇଛି ଭାରତ ।

ଆଜି ଦ୍ବିତୀୟ ଦିନରେ ୬୨ ରନ୍ ୩ ୱିକେଟରୁ ଦ୍ବିତୀୟ ଇନିଂସ ଖେଳ ଆରମ୍ଭ କରିଥିଲା ଘରୋଇ ଦଳ । ବ୍ୟାଟିଂ କରି ୭୯ ରନର ଟାର୍ଗେଟ ଦେଇଥିଲା ଘରୋଇ ଦକ୍ଷିଣ ଆଫ୍ରିକା । ପ୍ରଥମ ଇନିଂସରେ ୫୫ ରନ କରିଥିବା ଦକ୍ଷିଣ ଆଫ୍ରିକା, ଦ୍ୱିତୀୟ ଇନିଂସରେ ଅପେକ୍ଷାକୃତ ଭଲ ବ୍ୟାଟିଂ କରି ୧୭୬ ରନ୍ କରିଥିଲା । ଫଳରେ ଭାରତ ସାମ୍ନାରେ ୭୯ ରନର ବିଜୟ ଲକ୍ଷ୍ୟ ରହିଥିଲା ।

ଭାରତ ପ୍ରଥମ ଇନିଂସରେ ୧୫୩ ରନ୍ କରିଥିବା ବେଳେ, ଦ୍ବିତୀୟ ଇନିଂସରେ ୩ ୱିକେଟରେ ହରାଇ ୮୦ ରନ୍ କରି ଦେଇଥିଲା । ଏହି ବିଜୟ ସହ ଭାରତ ସିରିଜ ମଧ୍ୟ ବରାବର କରି ନେଇଛି ।

ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୫୫ ରନ୍ ରେ ଅଲଆଉଟ୍ ହେବା ପରେ ଭାରତ ପ୍ରଥମ ଇନିଂସରେ ୧୫୩ ରନ୍ କରିଥିଲା । ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ବୋଲରଙ୍କ ଆଧିପତ୍ୟ ଦେଖିବାକୁ ମିଳିଥିଲା । ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ଚମତ୍କାର ବୋଲିଂ କରି ଘରୋଇ ଦଳକୁ ମାଟି କାମୁଡ଼ିବାକୁ ବାଧ୍ୟ କରି ଦେଇଥିଲେ । ପ୍ରଥମ ଇନିଂସରେ ମାତ୍ର ୫୫ ରନରେ ଅଲଆଉଟ ହୋଇ ଯାଇଥିଲା ଦକ୍ଷିଣ ଆଫ୍ରିକା ।