Advertisment

କଲମ୍ବୋ ଦିନିକିଆକୁ ୭ ଓ୍ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ

୨୬୩ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲେ ଓପନର ପୃଥ୍ବୀ ସ ଓ କ୍ୟାପଟେନ୍ ଶିଖର ଧାଓ୍ୱନ। ପୃଥ୍ବୀ ମାତ୍ର ୨୪ ବଲରେ ୪୩ ରନ କରି ଆଉଟ ହୋଇଥିଲେ।

କଲମ୍ବୋ ଦିନିକିଆକୁ ୭ ଓ୍ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ

Cricket

Advertisment

କଲମ୍ବୋ: କଲମ୍ବୋ ଦିନିକିଆରେ ଟିମ୍ ଇଣ୍ଡିଆର ଜବରଦସ୍ତ ପ୍ରଦର୍ଶନ। ଘରୋଇ ଦଳ ବିରୋଧରେ ୭ ଓ୍ୱିକେଟରେ ଜିତି ଧାଓ୍ୱନ ବାହିନୀର ସୁପର ସୋ ଅଭିଜ୍ଞଙ୍କ ବଦଳରେ ଅନଭିଜ୍ଞଙ୍କୁ ନେଇ ପ୍ରେମଦାସା ଷ୍ଟାଡିୟମକୁ ଓହ୍ଲାଇଥିଲା। ଭାରତୀୟ ଦଳ ଟସ୍ ଜିତି ବ୍ୟାଟିଂ କରିଥିବା ଶ୍ରୀଲଙ୍କା ନିର୍ଦ୍ଧାରିତ ୫୦ ଓଭରରେ ୯ ଓ୍ୱିକେଟ ହରାଇ ୨୬୨ ରନ୍ କରିଥିଲା। ଦଳ ପକ୍ଷରୁ ସି କରୁଣାରତ୍ନେ ସର୍ବାଧିକ ୪୩ ରନ୍ କରିଥିଲେ।

Advertisment

ଏପଟେ ୨୬୩ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲେ ଓପନର ପୃଥ୍ବୀ ସ ଓ କ୍ୟାପଟେନ୍ ଶିଖର ଧାଓ୍ୱନ। ପୃଥ୍ବୀ ମାତ୍ର ୨୪ ବଲରେ ୪୩ ରନ କରି ଆଉଟ ହୋଇଥିଲେ। ସେହିଭଳି ଇଶାନ କିଷନ ପଦାର୍ପଣ ମ୍ୟାଚରେ ପ୍ରଥମ ଅର୍ଧଶତକ ସହ ୫୯ ରନ କରି ପାଭିଲିୟନ ଫେରିଥିଲେ।

ତେବେ କ୍ୟାପଟେନ୍ ଶିଖର ଧାଓ୍ୱନ ଶେଷ ପର୍ଯ୍ୟନ୍ତ କ୍ରିଜରେ ଅପରାଜିତ ରହି ଦଳକୁ ବିଜୟ ଦେଇଥିଲେ। ଧାଓ୍ୱନ ୮୬ ରନ କରିଥିଲେ। ସେହିଭଳି ଆଜିର ମ୍ୟାଚ୍‌ରେ ଡେବ୍ୟୁ କରିଥିବା ସୂର୍ଯ୍ୟ କୁମାର ଯାଦବ ମଧ୍ୟ ୩୧ ରନ କରି ନଟଆଉଟ୍ ରହିଥିଲେ।

Advertisment

ଶିଖର ଧାୱନ୍ ଦିନିକିଆରେ ନୂଆ ରେକର୍ଡ ହାସଲ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ମ୍ୟାଚରେ ୨୩ ରନ୍ କରିବା ମାତ୍ରକେ ଧାୱନ ଦିନିକିଆ କ୍ରିକେଟରେ ୬ହଜାର ରନ୍ ପୂରଣ କରିଛନ୍ତି। ଏଥିସହ ଧାୱନ୍ ଦଶମ ଭାରତୀୟ ଖେଳାଳି ଭାବେ ଦିନିକିଆରେ ୬ହଜାର ରନ୍ କରିଛନ୍ତି। କେବଳ ଏତିକି ନୁହେଁ, ଧାୱନ୍ ମଧ୍ୟ ଦ୍ରୁତ ୬ହଜାର ରନ୍ କରିବାରେ ଦ୍ୱିତୀୟ ଭାରତୀୟ ହୋଇଛନ୍ତି।

ଏହି ମାମଲାରେ ବିରାଟ୍ କୋହଲି ପ୍ରଥମ ସ୍ଥାନରେ ରହିଛନ୍ତି, ଯିଏ ୧୩୬ ଇନିଂସରେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ଧାୱନ୍ ୧୪୦ ଇନିଂସରେ ୬ହଜାର ରନ୍ କରିଛନ୍ତି। ତୃତୀୟ ସ୍ଥାନରେ ଅଛନ୍ତି ସୌରଭ ଗାଙ୍ଗୁଲି, ଯିଏ ୧୪୭ ଇନିଂସ୍ ଖେଳି ଦିନିକିଆରେ ୬ହଜାର ରନ୍ ପୂରଣ କରିଥିଲେ। ଧାୱନ୍ ଏବେ ଏହି ମାମଲାରେ ଗାଙ୍ଗୁଲିଙ୍କୁ ପଛରେ ପକାଇଛନ୍ତି।

Advertisment
India News BCCI Cricket Srilanka
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ