Advertisment

ୱେଷ୍ଟଇଣ୍ଡିଜକୁ ୬ ଓ୍ୱିକେଟ୍‌ରେ ହରାଇଲା ରୋହିତ ବାହିନୀ

ଆସନ୍ତାକାଲି ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ

 IND vs WI

IND vs WI

Advertisment

କୋଲକାତା: ପ୍ରଥମ ଟି-ଟ୍ୱେଣ୍ଟିରେ ଟିମ୍ ଇଣ୍ଡିଆର ଜବରଦସ୍ତ ବିଜୟ। ୱେଷ୍ଟଇଣ୍ଡିଜକୁ ୬ ଓ୍ୱିକେଟ୍‌ରେ ହରାଇଲା ରୋହିତ ବାହିନୀ। କୋଲକତାର ଇଡେନ ଗାର୍ଡେନରେ ଖେଳାଯାଇଥିବା ପ୍ରଥମ ଟି ଟ୍ୱେଣ୍ଟିରେ ଟସ ହାରି ପ୍ରଥମେ ବ୍ୟାଟିଂ କରି ଭାରତ ଆଗରେ ୧୫୮ ରନର ଟାର୍ଗେଟ୍ ରଖିଥିଲା ଇଣ୍ଡିଜ ଟିମ୍। ନିର୍ଦ୍ଧାରିତ ଓଭରରେ ୭ ୱିକେଟ  ହରାଇ ୱେଷ୍ଟଇଣ୍ଡିଜ୍ ୧୫୭ ରନ କରିଥିଲା ଜବାବରେ ଭାରତ ଗୋଟିଏ ଓଭର ବାକି ଥାଇ ଏହି ବିଜୟ ଲକ୍ଷ୍ୟ ହାସଲ କରି ନେଇଛି।

Advertisment

କୋଲକାତାର ଇଡେନ ଗାର୍ଡେନରେ ଟସ୍‌ ଜିତି ରୋହିତ ଶର୍ମା ପ୍ରଥମେ ଇଣ୍ଡିଜ ଟିମ୍‌କୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲେ। ତେବେ ପ୍ରଥମ ଓଭରରେ ଅଭିଜ୍ଞ ଭୁବନେଶ୍ୱର କୁମାର ୪ ରନ୍‌ କରିଥିବା ବ୍ରାଣ୍ଡନ କିଙ୍ଗଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ଏହାପରେ କାୟେଲ ମେୟର୍ସ ଓ ପୁରନ ସ୍ଥିତି ସମ୍ଭାଳିଥିଲେ।

ଉଭୟ ଦ୍ୱିତୀୟ ୱିକେଟ ପାଇଁ ୪୭ ରନ୍ ଯୋଡ଼ି ଥିଲେ। ଦଳୀୟ ସ୍କୋର ୫୧ ଥିବା ବେଳେ ବ୍ୟକ୍ତିଗତ ୩୧ ରନ୍‌ କରି ମେୟର୍ସ ଲେଗସ୍ପିନର ୟୁଜଭେନ୍ଦର ଚହଲଙ୍କ ବଲରେ ଆଉଟ ହୋଇଥିଲେ। ଆଜିର ମ୍ୟାଚ୍‌ରେ ଡେବ୍ୟୁ କରିଥିବା ରବି ବିଷ୍ଣୋଇ ଚମତ୍କାର ବୋଲିଂ କରି ପ୍ରଥମେ ରୋଷ୍ଟନ ଚେଜ୍(୪) ଓ ରୋଭମାନ ପାୱେଲ(୨)ଙ୍କୁ ସମାନ ଓଭରରେ ପ୍ୟାଭିଲିୟନ ପଠାଇ ବିପର୍ଯ୍ୟୟ ସୃଷ୍ଟି କରିଥିଲେ। 

Advertisment

ଟିମ ଇଣ୍ଡିଆ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ ୪୦, ଈଶାନ କିଶନ ୩୫, ସୂର୍ଯ୍ୟକୁମାର ଯାଦବ ଅପରାଜିତ ୩୪ ରନ କରିଥିଲେ। ଭାରତ ପକ୍ଷରୁ ମ୍ୟାଚରେ ଡେବ୍ୟୁ କରିଥିବା ରବି ବିଷ୍ଣୋଇ ପ୍ରଭାବୀ ବୋଲିଂ ପ୍ରଦର୍ଶନ କରିଥିଲେ। ପୂର୍ବରୁ ଦିନିକିଆ ସିରିଜକୁ ମୂଳପୋଛ କରିଥିବା ଟିମ ଇଣ୍ଡିଆ ଫଟାଫଟ ଫର୍ମାଟ୍‌ରେ ବି କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ରହିଛି। ଆସନ୍ତାକାଲି ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ।

IND Vs WI T-20 Cricket
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ