୭ ୱିକେଟ୍‌ରେ ଜିତିଲା ଇଂଲଣ୍ଡ, ୨-୨ରେ ସିରିଜ୍‌ ଡ୍ର

ସଫଳତାର ସହ ଖେଳ ପ୍ରଦର୍ଶନ କରି ଇଲଂଣ୍ଡ ବିଜୟ ହୋଇଛି । ଇଂଲଣ୍ଡର ଏହି ବିଜୟ ସହ ସିରିଜ ଡ୍ର ରହିଛି ।

India Vs England

ଭାରତ ବିପକ୍ଷରେ ଇଲଂଣ୍ଡର ବଡ଼ ବିଜୟ । ବର୍ମିଂହାମ ଟେଷ୍ଟରେ ଇଂଲଣ୍ଡର ଚମତ୍କାର ଖେଳ ପ୍ରଦର୍ଶନ । ଭାରତକୁ ୭ ୱିକେଟରେ ପରାସ୍ତ କରିଲା ଇଂଲଣ୍ଡ । ଏହା ସହିତ ଏହି ୫ ଟିକିଆ ଟେଷ୍ଟ ସିରିଜ ୨-୨ରେ ଶେଷ ହୋଇଛି ।

ଜନି ବେୟାରଷ୍ଟୋ ଓ ଜୋଏ ରୁଟ ଶତକୀୟ ଇନିଂସ ଖେଳି ଇଂଲଣ୍ଡକୁ ଏକ ବଡ଼ ବିଜୟ ଦେଇଛନ୍ତି । ରୁଟ୍ ଅପରାଜିତ ୧୪୨ ରନ କରିଥିବା ବେଳେ ବେୟାରଷ୍ଟୋ ଅପରାଜିତ ୧୧୪ ରନ କରିଛନ୍ତି । ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିଥିଲା । ଭାରତ ନିଜର ପ୍ରଥମ ଇନିଂସରେ ୪୧୬ ରନ କରିଥିଲା । ଏହାର ଜବାବରେ ଇଂଲଣ୍ଡ ନିଜର ପ୍ରଥମ ଇନିଂସରେ ମାତ୍ର ୨୮୪ ରନ କରି ଅଲଆଉଟ ହୋଇଯାଇଥିଲା ।

ଭାରତ କିନ୍ତୁ ନିଜ ୨ୟ ଇନିଂସରେ ଭଲ ଖେଳିପାରିନଥିଲା । ମାତ୍ର ୨୪୫ ରନ କରି ଆଉଟ ହୋଇଯାଇଥିଲା ପୁରା ଟିମ୍ । ଫଳରେ ଇଂଲଣ୍ଡ ଆଗରେ ୩୭୮ ରନର ବିଶାଳ ବିଜୟ ଲକ୍ଷ୍ୟ ରହିଥିଲା । ହେଲେ ଏହି ଲକ୍ଷ୍ୟକୁ ଇଂଲଣ୍ଡ ଅତି ସହଜରେ ପୁରଣ କରିଥିଲା । ସଫଳତାର ସହ ଖେଳ ପ୍ରଦର୍ଶନ କରି ଇଲଂଣ୍ଡ ବିଜୟ ହୋଇଛି । ତେବେ ଇଂଲଣ୍ଡର ଏହି ବିଜୟ ସହ ସିରିଜ ଡ୍ର ରହିଛି ।