Advertisment

ଭାରତ-ଅଷ୍ଟ୍ରେଲିଆ ଫାଇନାଲ, ୨୦୦୩ ପରାଜୟର ପ୍ରତିଶୋଧ ନେବ ଟିମ୍‌ ଇଣ୍ଡିଆ !

ଚଳିତ ବିଶ୍ୱକପ୍‌ରେ ପ୍ରତିଶୋଧ ନେବା ମୁଡ୍‌ରେ ରହିଛି ଭାରତ। ପ୍ରଥମେ ନ୍ୟୁଜିଲାଣ୍ଡଠାରୁ ୨୦୧୯ ସେମି ଫାଇନାଲ ହାରିବାର ପ୍ରତିଶୋଧ ନେବା ପରେ ଏବେ ଅଷ୍ଟ୍ରେଲିଆକୁ ଫାଇନାଲରେ ପରାସ୍ତ କରି ୨୦୦୩ର ବଦଲା ନେବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଭାରତ।

ଅଦ୍ୟତନ ହୋଇଛି
India vs Australia

India vs Australia

Advertisment

ଦିନିକିଆ ବିଶ୍ୱକପ୍‌ ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ। ରବିବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହିଁମୁହିଁ ହେବେ ଏହି ଦୁଇ ଶକ୍ତିଶାଳୀ ଦଳ। ୨୦ ବର୍ଷ ପରେ ପୁଣି ଥରେ ଦିନିକିଆ ବିଶ୍ୱକପ୍‌ ଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଏହି ଦୁଇ ଦଳ। ଏହି ମ୍ୟାଚ୍‌ରେ କଙ୍ଗାରୁ ଦଳକୁ ହରାଇ ୨୦୦୩ ବିଶ୍ୱକପ୍‌ ଫାଇନାଲର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ ଭାରତ। ତେବେ ଚଳିତ ବିଶ୍ୱକପ୍‌ରେ ପ୍ରତିଶୋଧ ନେବା ମୁଡ୍‌ରେ ରହିଛି ଭାରତ। ପ୍ରଥମେ ନ୍ୟୁଜିଲାଣ୍ଡଠାରୁ ୨୦୧୯ ସେମି ଫାଇନାଲ ହାରିବାର ପ୍ରତିଶୋଧ ନେବା ପରେ ଏବେ ଅଷ୍ଟ୍ରେଲିଆକୁ ଫାଇନାଲରେ ପରାସ୍ତ କରି ୨୦୦୩ର ବଦଲା ନେବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଭାରତ।

Advertisment

୨୦୦୩ ମାର୍ଚ୍ଚ ୨୩ ରବିବାର। ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଖେଳାଯାଇଥିଲା ୨୦୦୩ ଦିନିକିଆ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌। ଏହି ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ ଭାରତ-ଅଷ୍ଟ୍ରେଲିଆ। ଏହି ମ୍ୟାଚ୍‌ରେ ପ୍ରଥମ ବ୍ୟାଟିଂ କରି ଭାରତ ସାମ୍ନାରେ ୩୫୯ ରନ୍‌ର ବିଶାଳ ସ୍କୋର କରିଥିଲା ଅଷ୍ଟ୍ରେଲିଆ। କଙ୍ଗାରୁ ପକ୍ଷରୁ ଅଧିନାୟକ ରିକି ପଏଣ୍ଟିଂ ସର୍ବଧିକ ୧୪୦ ରନ୍‌ କରିଥିଲେ। ଜବାବରେ ଭାରତ ମାତ୍ର ୨୩୪ ରନ୍‌ କରି ଅଲଆଉଟ ହୋଇଥିଲା। ଯାହାଫଳରେ ଭାରତର ବିଶ୍ୱ ବିଜେତା ହେବାର ସ୍ୱପ୍ନ ଧୂଳିଶାତ୍ ହୋଇଥିଲା।

୨୦୦୩ର ସେହି ପରାଜୟକୁ ଏବେ ବି ଭୁଲି ପାରୁ ନାହାନ୍ତି କ୍ରିକେଟ ପ୍ରେମୀ। ତେବେ ଏହି ପରାଜୟର ପ୍ରତିଶୋଧ ନେବା ପାଇଁ ୨୦ ବର୍ଷ ପରେ ଭାରତ ପାଖରେ ରହିଛି ସୁବର୍ଣ୍ଣ ସୁଯୋଗ। ନଭେମ୍ବର ୧୯ରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ କଙ୍ଗାରୁକୁ ପରାସ୍ତ କରି ୨୦ ବର୍ଷର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ ଭାରତ। ଏହା ସହ ୧୨ ବର୍ଷ ପରେ ପୁଣି ଥରେ ୱାର୍ଲ୍ଡ ଚମ୍ପିଆନ୍‌ ହେବାକୁ ଚେଷ୍ଟା କରିବା ଟିମ୍ ଇଣ୍ଡିଆ।

Advertisment

ଚଳିତ ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ପ୍ରଥମ ଦଳ ଭାବେ ଫାଇନାଲରେ ନିଜ ସ୍ଥାନ ପକ୍କା କରିଥିଲା ଭାରତ । ତେବେ ଆଜି ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୩ ୱିକେଟରେ ପରାସ୍ତ କରି ଫାଇନାଲ ଟିକେଟ୍ ହାତେଇଛି ଅଷ୍ଟ୍ରେଲିଆ।

India News KGF Chapter 2 Australia Team India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ