• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମୁମ୍ବାଇ: ଅନେକ ବିବାଦ ମଧ୍ୟରେ ମୁହଁ ଖୋଲିଲେ ବିରାଟ କୋହିଲି । ଦକ୍ଷିଣଆଫ୍ରିକା ଗସ୍ତରେ ଖେଳିବା ନେଇ ବଡ ଘୋଷଣା କରିଛନ୍ତି । ଆଜି ମୁମ୍ବାଇ ପ୍ରେସ କନଫରେନ୍ସରେ ଦକ୍ଷିଣଆଫ୍ରିକା ଗସ୍ତରେ ଖେଳିବେ ବୋଲି ସେ କହିଛନ୍ତି । ରୋହିତଙ୍କ ସହ ବିବାଦ ଖବରକୁ ଖଣ୍ଡନ ମଧ୍ୟ କରିଛନ୍ତି କୋହଲି । ବିରାଟଙ୍କ ଖେଳିବା ନେଇ ଅନେକ ପ୍ରଶ୍ନ ଉଠୁଥିବା ବେଳେ ସେ ନିଜେ ଏହାର ସ୍ପଷ୍ଟୀକରଣ କରିଛନ୍ତି ।

ଡିସେମ୍ବର ୨୬ରେ ଆରମ୍ଭ ହେବାକୁ ଥିବା ଦକ୍ଷିଣଆଫ୍ରିକା ବିପକ୍ଷର ପ୍ରଥମ ମ୍ୟାଚ୍‌ରେ ବିରାଟ ଖେଳିବେ ବୋଲି ପ୍ରେସ କନଫରେନ୍ସରେ କହିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ ଦକ୍ଷିଣଆଫ୍ରିକା ବିପକ୍ଷର ୩ଟି ଯାକ ୱାନଡେ ମ୍ୟାଚ୍‌ ସେ ଖେଳିବେ । ସେ ବିଶ୍ରାମ ନେବା ପାଇଁ କହିନାହାନ୍ତି ବୋଲି ମଧ୍ୟ କହିଛନ୍ତି । ରୋହିତଙ୍କ କ୍ୟାପ୍ଟେନସିପରେ ଖେଳିବାରେ ତାଙ୍କର କୌଣସି ସମସ୍ୟା ନାହିଁ । ସେ ଆହୁରି କହିଛନ୍ତି ଯେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଦଳର ଚୟନର ଦେଢ ଘଣ୍ଟା ପୂର୍ବରୁ ହିଁ ସେ ଜାଣିବାକୁ ପାଇଥିଲେ ଯେ ଏକଦିବସୀୟ ଦଳ ପାଇଁ ରୋହିତ ଶର୍ମାଙ୍କୁ କ୍ୟାପ୍ଟେନ ଭାବରେ ଚୟନ କରାଯାଇଛି ।

ବିରାଟ କହିଛନ୍ତି ଯେ ଟିମ୍ ଇଣ୍ତିଆର ଚିଫ୍ ସିଲେକ୍ଟରଙ୍କ ସହ ଟେଷ୍ଟ ମ୍ୟାଚ ନେଇ ତାଙ୍କର ଫୋନ କଲ୍‌ରେ ଅନେକ ସମୟ ଆଲୋଚନା ହୋଇଥିଲା । ଫୋନ୍ କଲ୍ କଟିବା ପୂର୍ବରୁ ତାଙ୍କୁ କୁହାଯାଇଥିଲା ଯେ ୫ ଜଣ ଚୟନକର୍ତ୍ତା ନିଷ୍ପତ୍ତି ନେଇଛନ୍ତି ଯେ ବିରାଟ ଆଉ ଏକଦିବସୀୟ ଦଳର ଅଧିନାୟକ ରହିବେ ନାହିଁ । ସେ କହିଛନ୍ତି ଯେ ସେ ଦିନିକିଆରେ ଅଧିନାୟକତ୍ୱ କରିବା ପାଇଁ ଇଚ୍ଛା ରଖିଥିଲେ, କିନ୍ତୁ ସେ ଚୟନକର୍ତ୍ତାଙ୍କ ନିଷ୍ପତ୍ତିରେ ସହମତ ଅଛନ୍ତି । ଅଧିନାୟକ ପଦରେ ନଥିଲେ ବି ଉତ୍ସାହ ପୂର୍ବ ପରି ରହିଥିବା କଥା ସେ କହିଛନ୍ତି।