Advertisment

ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ ହାର୍ଦ୍ଦିକ ପାଣ୍ଡ୍ୟା, ଶିଖର ଧାଓ୍ୱନ

ପ୍ରଥମ ଥର ପାଇଁ ଏକାସଙ୍ଗେ ଚାରୋଟି ସ୍କ୍ୱାଡ୍ ଘୋଷଣା କରିଛି ବିସିସିଆଇ।

ଅଦ୍ୟତନ ହୋଇଛି
T20 World Cup

ଶିଖର ଧାଓ୍ୱନ, ହାର୍ଦ୍ଦିକ ପାଣ୍ଡ୍ୟା

Advertisment

ନ୍ୟୁଜିଲାଣ୍ଡରେ ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶିଖର ଧାଓ୍ୱନ। ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ପାଇଁ ଆଜି ଘୋଷଣା ହୋଇଛି ଟିମ୍ ଇଣ୍ଡିଆ ସ୍କ୍ୱାଡ୍।ଟି-ଟ୍ବେଣ୍ଟି ସିରିଜ୍ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରାଯାଇଛି। ସେହିପରି ଦିନିକିଆରେ ଦଳର କ୍ୟାପଟେନ୍ ହେବେ ଶିଖର ଧାଓ୍ୱନ୍। ଟିଟ୍ବେଣ୍ଟି ବିଶ୍ୱକପ୍ ସରିବାର ୪ ଦିନ ପରେ ଆସନ୍ତା ନଭେମ୍ବର ୧୮ରୁ ଆରମ୍ଭ ହେଉଛି ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍।

Advertisment

ଅଧିକ ପଢ଼ନ୍ତୁ: ବିରାଟଙ୍କ ହୋଟେଲ୍‌ ରୁମ୍‌ ଭିଡିଓ Viral: ରାଗିଗଲେ ଅନୁଷ୍କା, କହିଲେ଼- ‘ଯଦି ବେଡ୍‌ରୁମ୍‌ରେ...’

ଏଥିପାଇଁ ବର୍ତ୍ତମାନର ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ଆର୍ ଅଶ୍ୱିନ, କେ.ଏଲ୍ ରାହୁଲ ଏବଂ ଦୀନେଶ କାର୍ତ୍ତିକଙ୍କୁ ବିଶ୍ରାମ ଦିଆଯାଇଛି। ନ୍ୟୁଜିଲାଣ୍ଡ ଗସ୍ତରେ ଭାରତ ତିନିଟି ଟିଟ୍ବେଣ୍ଟି ଏବଂ ତିନିଟି ଦିନିକିଆ ମ୍ୟାଚ୍ ଖେଳିବ।

Advertisment

ନ୍ୟୁଜିଲାଣ୍ଡ ଟୁର୍ ପରେ ଟିମ୍ ଇଣ୍ଡିଆ ବାଂଲାଦେଶ ଗସ୍ତରେ ଯିବ। ସେଠାରେ ଦଳ ତିନିଟି ଦିନିକିଆ ଏବଂ ଦୁଇଟି ଟେଷ୍ଟ ଖେଳିବ। ବାଂଲାଦେଶ ବିପକ୍ଷ ସିରିଜରେ ରୋହିତ ଶର୍ମା ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ। ପ୍ରଥମ ଥର ପାଇଁ ଏକାସଙ୍ଗେ ଚାରୋଟି ସ୍କ୍ୱାଡ୍ ଘୋଷଣା କରିଛି ବିସିସିଆଇ।  

Shikhar Dhawan BCCI Hardik Pandya
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ