Advertisment

ସାଉଥ୍ ଆଫ୍ରିକା ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା

ଇଂଲଣ୍ଡର ବର୍ମିଂହାମରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ ଲାଗି ଦଳ ଘୋଷଣା କରିଛି ବିସିସିଆଇ।

INDvsSA

INDvsSA

Advertisment

ଦକ୍ଷିଣ ଆଫ୍ରିକା ବିରୋଧରେ ଖେଳାଯିବାକୁ ଥିବା ୫ଟିକିଆ ଟି-ଟ୍ୱେଣ୍ଟି ସିରିଜ ଲାଗି ଘୋଷଣା ହୋଇଛି ଭାରତୀୟ ଦଳ। କେ. ଏଲ ରାହୁଲ ଦଳର ଅଧିନାୟକ ଘୋଷଣା ହୋଇଥିବା ବେଳେ ବହୁ ଦିନର ବ୍ୟବଧାନ ପରେ ଦଳରେ ସାମିଲ ହୋଇଛନ୍ତି ଦୀନେଶ କାର୍ତ୍ତିକ। ଫାଷ୍ଟ ବୋଲର ଉର୍ମାନ ମଲିକ ଦଳରେ ସ୍ଥାନ ପାଇଛନ୍ତି। ଦୀପକ ହୁଡ଼ା, ହଷ୍ଲ ପଟେଲ, ଆବେଶ ଖାନ ବି ଦଳରେ ସାମିଲ ହୋଇଛନ୍ତି।

Advertisment

ଟି- ଟ୍ୱେଣ୍ଟି ସିରିଜ ଲାଗି ଘୋଷିତ ହୋଇଥିବା ଭାରତୀୟ ଦଳ ହେଲେ କେ.ଏଲ ରାହୁଲ(ଅଧିନାୟକ), ରୁତୁରାଜ ଗାଯକଓ୍ବାର୍ଜ, ଇଶାନ କିସାନ୍, ଦୀପକ ହୁଡା, ଶ୍ରେୟସ ଆୟର, ଋଷଭ ପନ୍ଥ, ଜୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଭେହ୍କେଟେସ ଆୟର, ଯୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ , ଅକ୍ଷର ପଟେଲ୍, ରବି ବିଶ୍ନୋୟୀ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଆବେଶ ଖାନ, ଅର୍ଶଦୀପ ସିଂ ଓ ଉମ୍ରାନ ମଲିକ୍।   

ସେପଟେ ଇଂଲଣ୍ଡର ବର୍ମିଂହାମରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ ଲାଗି ଦଳ ଘୋଷଣା କରିଛି ବିସିସିଆଇ। ଦଳରେ ଚେତେଶ୍ୱର ପୁଜାରାଙ୍କୁ ସ୍ଥାନ ମିଳିଛି। ରୋହିତ ଶର୍ମା ଦଳର ଅଧିନାୟକ ଘୋଷିତ ହୋଇଥିବା ବେଳେ କେ.ଏଲ ରାହୁ ଉପଅଧିନାୟକ ଘୋଷିତ ହୋଇଛନ୍ତି। 

Advertisment

ବର୍ମିଂହାମ ଟେଷ୍ଟ ଲାଗି ଘୋଷିତ ଭାରତୀୟ ଦଳ ହେଲା- ରୋହିତ ଶର୍ମା, ଅଧିନାୟକ, କେ.ଏଲ ରାହୁଲ (ଉପଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟାର, ଚେତେସ୍ବର ପୁଜାରା, ରିଷଭ ପନ୍ଥ, କେଏସ ଭାରତ, ରବିନ୍ଦ୍ର ଜାଡେଜା, ଆର୍ ଅଶ୍ୱିନ୍, ଶ୍ରଦ୍ଦୁଳ ଠାକୁର, ମହମ୍ମଦ ସାମି, ଜଶପ୍ରୀତ୍ ବୁମରା, ମହମ୍ମଦ ସିରାଜ୍, ଉମେଶ ଯାଦବ ଓ ପ୍ରସିଦ୍ଧ କ୍ରିଷ୍ଣା।  

Cricket Ind Vs SA
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ